Videos
|
Odisha

Caught on Camera / ବାଇକ୍ ଅଟକାଇ ଆରାମରେ ନେଇଗଲେ ୫ ଲକ୍ଷ ଟଙ୍କା; ଦେଖନ୍ତୁ ଲୁଟ୍‌ର Live ଭିଡିଓ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବାଇକ୍ ଅଟକାଇ ଆରାମରେ ନେଇଗଲେ ୫ ଲକ୍ଷ ଟଙ୍କା; ଦେଖନ୍ତୁ ଲୁଟ୍‌ର Live ଭିଡିଓ
Rs 5 Lakh Bank Loot in Gajapati

Key Points

ବାଇକ ଅଟକାଇ କିଛି କଏନ୍ ଖସି ପଡ଼ିଥିବା କହି ତଳେ କଏନ୍ ପକାଇ ଦେଇଥିଲେ ଦୁର୍ବୃତ୍ତ । ଆଉ ସୂରିୟା ବାଇକ୍‌ରୁ ଓହ୍ଲାଇବା ମାତ୍ରେ ପାଖରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ଯୁବକ ସଙ୍ଗେ ସଙ୍ଗେ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ୍ ମାରିବାରେ ସଫଳ ହୋଇଛନ୍ତି ।
ପାରଳାଖେମୁଣ୍ଡି (ଗଜପତି): ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ । ନହେଲେ କେଇ ସେକେଣ୍ଡରେ ଆପଣଙ୍କୁ ସହିବାକୁ ପଡ଼ିପାରେ ବଡ଼ କ୍ଷତି । ଆଜ୍ଞା ହଁ, ଦିନ ଦ୍ଵି-ପ୍ରହରରେ ବ୍ୟାଙ୍କ ସମ୍ମୁର ଏଭଳି ବଡ଼ ଲୁଟ୍ ହୋଇଛି । ଆଖି ପିଛୁଳାକେ ଦୁର୍ବୃତ୍ତ ନେଇ ଯାଇଛନ୍ତି ୫ ଲକ୍ଷ ଟଙ୍କା ।

ଅଭିଯୋଗ ଅନୁସାରେ, ସାଇଲଢ଼ା ଗାଁର ଏମ୍ ସୂରିୟା ରାଓ ଆଜି ପାରଳାଖେମୁଣ୍ଡ ଷ୍ଟେଟ୍ ବ୍ୟାଙ୍କକୁ ଆସିଥିଲେ । ଘର କାମ ଚାଲିଥିବାରୁ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ବ୍ୟାଗରେ ରଖି ବାଇକ୍ ହ୍ୟାଣ୍ଡେଲ୍‌ରେ ଝୁଲାଇ ଦେଇଥିଲେ । ବାଇକ୍ ନେଇ ବ୍ୟାଙ୍କ୍‌ରୁ ବାହାରିଥିଲେ ସୂରିୟା ରାଓ ।

ଏଥିସହ ପଢ଼ନ୍ତୁ: ଅଧରାତିରେ ପ୍ରେମିକାକୁ ଭେଟିବାକୁ ଯାଇ ପ୍ରେମିକ ହଟହଟା; ଚୋର ସନ୍ଦେହରେ ବାନ୍ଧି ଛେଚିଲେ ଗାଁ ଲୋକେ 

ସେହି ସମୟରେ ବ୍ୟାଙ୍କରେ ଛପି ରହିଥିବା ଦୁର୍ବୃତ୍ତ ସୂରିୟା ରାଓଙ୍କ ପିଛା କରିଥିଲେ । ରାସ୍ତାରେ କିଛ କଏନ୍ ପକାଇ ସୂରିୟାଙ୍କୁ ପ୍ରଲୋଭନ କରିଥିଲେ । ଆଉ ସୂରିୟା କଏନ୍ ଗୋଟାଇବା ମାତ୍ରେ ଅନ୍ୟ ଜଣେ ଦୁର୍ବୃତ୍ତ ସଙ୍ଗେ ସଙ୍ଗେ ବାଇକ୍‌ରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଛୁ ମାରିଥିଲା ।


ଲୁଟ୍ ନେଇ ସୂରିୟା ରାଓ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ୍ ଛାନଭିନ୍ କରି ୪ ଲୁଟେରାଙ୍କୁ ଚିହ୍ନଟ କରିଛି । ଜଣେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ଆଦର୍ଶ ଥାନା ପୋଲିସ । ଏହି ଗ୍ୟାଙ୍ଗ ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳରେ ଅନେକ ଲୁଟ୍‌ରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

ଲୋଭରୁ ହେଲେ ଲୁଟ୍‌ର ଶିକାର

ସୂରିୟା ରାଓଙ୍କ ଠାରୁ ଟଙ୍କା ଲୁଟ୍ ପାଇଁ ଦୁର୍ବୃତ୍ତ ଅତି ଚତୁରତାର ସହ ବୁଦ୍ଧି ଖଟାଇଥଲେ । ଲୁଟ୍‌ର ସିସିଟିଭି ଭିଡିଓରେ ଦେଖା ଯାଉଛି, ନୀଳ ରଙ୍ଗର ହେଲମେଟ୍ ପିନ୍ଧିଥିବା ବ୍ୟକ୍ତି ଜଣଙ୍କ ବ୍ୟାଙ୍କ ଫାଟକ ଭିତରକୁ ଆସିଥିଲେ । ସୂରିୟା ରାଓ ବାଇକ୍ ବାହାର କରିବା ମାତ୍ରେ ତାଙ୍କୁ ଭ୍ରମିତ କରିଥିଲେ ଲୁଟେରା ।

ଏଥିସହ ପଢ଼ନ୍ତୁ: ବନ୍ୟା ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା 

ବାଇକ ଅଟକାଇ କିଛି କଏନ୍ ଖସି ପଡ଼ିଥିବା କହି ତଳେ କଏନ୍ ପକାଇ ଦେଇଥିଲେ ଦୁର୍ବୃତ୍ତ । ଆଉ ସୂରିୟା ବାଇକ୍‌ରୁ ଓହ୍ଲାଇବା ମାତ୍ରେ ପାଖରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ଯୁବକ ସଙ୍ଗେ ସଙ୍ଗେ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ୍ ମାରିବାରେ ସଫଳ ହୋଇଛନ୍ତି । ଏହି ଲୁଟ୍‌ରେ ୪ ଜଣିଆ ଡକାୟତ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ବେଳେ ପୋଲିସ ଏବେ ଜଣଙ୍କୁ ଧରିବାରେ ସଫଳ ହୋଇଛି । ଅନ୍ୟ ଲୁଟେରାଙ୍କୁ ଧରିବାକୁ ଛାନଭିନ୍ ଜାରି ରଖିଛି ପୋଲିସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: