Videos
|
Odisha

BMC Illegal Building Notice / ଆବାସିକ କୋଠାରେ ବ୍ୟବସାୟ ମନା, ନିୟମ ଖିଲାପ କଲେ କଟିବ ପାଣି ଓ ବିଜୁଳି ସଂଯୋଗ !

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆବାସିକ କୋଠାରେ ବ୍ୟବସାୟ ମନା, ନିୟମ ଖିଲାପ କଲେ କଟିବ ପାଣି ଓ ବିଜୁଳି ସଂଯୋଗ !
BMC Illegal Building Notice

Key Points

ସୁପ୍ରିମକୋର୍ଟଙ୍କ ଛାଟ ପରେ ଆକ୍ସନ ମୋଡ଼ରେ ବିଏମ୍‌ସି
ଭୁବନେଶ୍ୱରର ପ୍ରାୟ ୫ ହଜାର ବେଆଇନ କୋଠାକୁ ନୋଟିସ
ନିୟମ ଖିଲାପ କଲେ କଟିବ ପାଣି ଓ ବିଜୁଳି ସଂଯୋଗ !
ରାଜଧାନୀରେ ବେଆଇନ କମର୍ସିଆଲ୍ କୋଠା ମାମଲା, ସୁପ୍ରିମକୋର୍ଟଙ୍କ କଡ଼ା ଛାଟ ପରେ ଏବେ ତତ୍ପର ହୋଇଛି ଭୁବନେଶ୍ୱର ମହାନଗର ନିଗମ । ସହରରେ ଏଭଳି ବେଆଇନ ଭାବେ ଚାଲିଥିବା ପ୍ରାୟ ୫ ହଜାର କୋଠାକୁ ଚିହ୍ନଟ କରି ସାମୂହିକ 'କାରଣ ଦର୍ଶାଅ' ନୋଟିସ ଜାରି କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ପୂର୍ବରୁ କାହିଁକି କାର୍ଯ୍ୟାନୁଷ୍ଠାନ ହେଲାନି ?

ଆବାସିକ ଘର ପାଇଁ ପ୍ଲାନ୍ ଅନୁମୋଦନ । ହେଲେ ଏଠି ଚାଲୁଛି ଦୋକାନ, ବଜାର, ହୋଟେଲ, ସ୍କୁଲ ଓ କ୍ଲିନିକ୍‌ । ବର୍ଷ ବର୍ଷ ଧରି ରାଜଧାନୀରେ ଏଭଳି ଆବାସିକ କୋଠାକୁ କମର୍ସିଆଲ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ଘର ମାଲିକ ବି ଏ ବାବଦରେ ମୋଟା ଅଙ୍କର ଭଡ଼ା ପାଉଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ କଡ଼ା ଛାଟ ପରେ ଏବେ ତତ୍ପର ହୋଇଛି ଭୁବନେଶ୍ୱର ମହାନଗର ନିଗମ । ସହରରେ ଏଭଳି ବେଆଇନ ଭାବେ ଚାଲିଥିବା ପ୍ରାୟ ୫ ହଜାର କୋଠାକୁ ଚିହ୍ନଟ କରି ସାମୂହିକ 'କାରଣ ଦର୍ଶାଅ' ନୋଟିସ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ଗୋଠରୁ ହଜିଗଲା ଗାଈ; ଜଙ୍ଗଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ ସହ ବାଘର ପାଦଚିହ୍ନ


ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା କୋଠା ବାବଦରେ ଯଥାଶୀଘ୍ର ପ୍ଲାନ୍ ଅନୁମୋଦନ ଏବଂ ଅକ୍ୟୁପେନ୍ସି ସାର୍ଟିଫିକେଟ୍ ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନହେଲେ ନିୟମ ଅନୁଯାୟୀ ପାଣି ଓ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ । ଘର ମାଲିକଙ୍କୁ ନୋଟିସ ଜାରି ପରେ ତଥ୍ୟ ଓ ଆବଶ୍ୟକୀୟ କାଗଜପତ୍ର ଅପଲୋଡ୍ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ତା' ପରେ ବି ଯଦି ଏଥିରେ ଅବହେଳା କିମ୍ବା ନିୟମ ଖିଲାପ ହୁଏ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏଭଳି ଯଦି ନିୟମ ଥିଲା ତେବେ ଆଗରୁ କାହିଁକି ପଦକ୍ଷେପ ନିଆଗଲାନି ବୋଲି ପ୍ରଶ୍ନ କରିଛନ୍ତି ଘର ମାଲିକ ।

ହୋଲ୍ଡିଂ ଟିକସ ଆଦାୟ ପୂର୍ବରୁ କୋଠାର ବାସ୍ତବ ସ୍ଥିତି ବାବଦରେ ଅନୁଧ୍ୟାନ କରିବା ଜରୁରୀ ଥିଲା । ହେଲେ ଏତେ ବର୍ଷ ଧରି ଅଧିକାରୀମାନେ ଏ ବାବଦରେ ଜାଣିପାରିଲେନି କେମିତି ? ଫିଲ୍ଡ ଅଫିସରମାନେ ସବୁ ଜାଣିଶୁଣି କାହିଁକି ଆଖିବୁଜି ଦେଇଥିଲେ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: