Videos
|
Odisha

Tiger Killed Cow / ଗୋଠରୁ ହଜିଗଲା ଗାଈ; ଜଙ୍ଗଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ ସହ ବାଘର ପାଦଚିହ୍ନ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଗୋଠରୁ ହଜିଗଲା ଗାଈ; ଜଙ୍ଗଲରୁ ମିଳିଲା କ୍ଷତବିକ୍ଷତ ମୃତଦେହ ସହ ବାଘର ପାଦଚିହ୍ନ
Mutilated Cow & Pugmarks Found

Key Points

ଗୋଟିଏ ଗାଈକୁ ବାଘ ମାରି ଖାଇବା ପରେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଗାଁ ନିକଟ ଜଙ୍ଗଲକୁ ଯିବା ଲାଗି ଗ୍ରାମବାସୀଙ୍କୁ ବାରଣ କରିବା ସହ ସଚେତନ କରାଉଛି ବନ ବିଭାଗ ।
କଣ୍ଟାମାଳ (ବୌଦ୍ଧ): ସାବଧାନ ! ବାଘ ବୁଲୁଛି । ଗୋଠରୁ ଗାଈକୁ ଭିଡ଼ି ନେଇ ମାରିବା ପରେ ଖାଇ ଦେଉଛି । ଜଙ୍ଗଲକୁ କେହି ଯାଆନ୍ତୁ ନାହିଁ । ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ସମାକୁପା ଗାଁରେ ବାଘ ଆତଙ୍କ ଗ୍ରାମବାସୀଙ୍କୁ ଭୟଭୀତ କରି ରଖିଛି । ଗୋଠରୁ ଗାଈକୁ ବାଘ ମାରି ଖାଇବା ପରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଲୋଡ଼ନ ।

ଗୋଟିଏ ଗାଈକୁ ବାଘ ମାରି ଖାଇବା ପରେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଗାଁ ନିକଟ ଜଙ୍ଗଲକୁ ଯିବା ଲାଗି ଗ୍ରାମବାସୀଙ୍କୁ ବାରଣ କରିବା ସହ ସଚେତନ କରାଉଛି ବନ ବିଭାଗ । ଜଙ୍ଗଲର ଭିତରେ ଗାଈର ମୃତଦେହ ନିକଟରେ ଥିବା ପାଦ ଚିହ୍ନରୁ ତାହା କଲରାପତରିଆ ବାଘର ହୋଇଥାଇପାରେ ବୋଲି ବନ ବିଭାଗ ସୂଚନା ଦେଇଛି ।

ଏଥିସହ ପଢ଼ନ୍ତୁ: ସାବଧାନ...ରାଜପଥରେ ଜଗିଛି ଯମ, ୬ ମାସରେ ଗଲାଣି ୧୩୦ ଜୀବନ 

ଖବର ଅନୁସାରେ, କଣ୍ଟାମାଳ ରେଞ୍ଜ ସମାକୁପା ଗାଁର ଗୋରୁ ଚରାଳି ଗାଈ ଗୋଠ ନେଇ ଗାଁ ନିକଟ ଜଙ୍ଗଲକୁ ଚରାଇବାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟାରେ ଘରକୁ ଫେରିବା ପରେ ଜାଣିପାରିଲେ ଗୋଠରେ ଗୋଟିଏ ଗାଈ ନାହିଁ । ତା'ପରଦିନ ସକାଳେ ସେ ଗାଈଟିକୁ ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ ।

ଜଙ୍ଗଲରେ ଦେଖିଲେ ଗାଈଟିର ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଛି । ମୃତଦେହ ନିକଟରେ ରହିଛି ବାଘର ପାଦଚିହ୍ନ । ଯାହା ପରେ ଏହି ଖବର ଗାଁରେ ବିଦ୍ୟୁତ୍ ବେଗରେ ବ୍ୟାପି ଯାଇଥିଲା । ଗ୍ରାମବାସୀ ଡରିଯାଇ ବନ ବିଭାଗକୁ ଖବର ଦେଇଥିଲେ । ଗାଁ ଲୋକଙ୍କ ଠାରୁ ଖବର ପାଇବା ପରେ ବନ ବିଭାଗ ଆସି ତଦନ୍ତ ଆରମ୍ଭ କରିଛି ।

ଏଥିସହ ପାଦଚିହ୍ନଟି କଲରାପତରିଆ ବାଘର ହୋଇଥାଇପାରେ ବୋଲି ବନ ବିଭାଗ ସୂଚନା ଦେଇଛି । ସଚେତନତା କରିବା ସହ ଜଙ୍ଗଲକୁ ଯିବା ପାଇଁ ସମାକୁପା ସମେତ ଆଖପାଖ ଗ୍ରାମବାସୀଙ୍କୁ ବନ ବିଭାଗ ପକ୍ଷରୁ ବାରଣ କରାଯାଇଛି । 

ଏଥିସହ ପଢ଼ନ୍ତୁ: ହଷ୍ଟେଲରେ ଛାତ୍ରଙ୍କୁ ପିଟିଲେ ଛାତ୍ର: ଥାନାରେ ଏତଲା, ଭାଇରାଲ ହେଉଛି ଭିଡିଓ 

ଏହା ପୂର୍ବରୁ ବର୍ଷେ ତେଳେ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ଅନ୍ତର୍ଗତ ବାରିଙ୍ଗ ଗାଁ ନିକଟରେ ଥିବା ମୁଣ୍ଡେଶ୍ୱର ଜଙ୍ଗଲ ପେତିନିତାଇଲା ପାଖରେ ମହାବଳ ବାଘ ବୁଲୁଥିବା ଖବର ଆସିଥିଲା । ଗ୍ରାମବାସୀ ପୋଖରୀ ଖୋଳିବା ବେଳେ ହଠାତ୍ ଏକ ମହାବଳ ବାଘ ଜଙ୍ଗଲରୁ ବାହାରକୁ ଆସିଥିବା ଦେଖିଥିଲେ । ଆଉ ଏବେ କଣ୍ଟାମାଳରେ କଲରାପତରିଆ ବାଘ, ଗାଈକୁ ମାରି ଖାଇଥିବା ଅଭିଯୋଗ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: