Videos
|
Odisha

BMC Paid Parking / ବିଏମସିର ବଡ଼ ନିଷ୍ପତ୍ତି, ଆବାସିକ ଅଞ୍ଚଳରେ 'ପେଡ୍' ପାର୍କିଂ ଯୋଜନା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବିଏମସିର ବଡ଼ ନିଷ୍ପତ୍ତି, ଆବାସିକ ଅଞ୍ଚଳରେ 'ପେଡ୍' ପାର୍କିଂ ଯୋଜନା
Paid Parking

Key Points

ଭୁବନେଶ୍ୱରରେ ଏଣିକି ‘ପେଡ୍ ପାର୍କିଂ’ !
ଗାଡ଼ି ରଖିବାକୁ ଦେବାକୁ ପଡ଼ିବ ଟଙ୍କା
ଆବାସିକ ଅଞ୍ଚଳରେ ଲାଗୁ ହେବ ପେଡ୍ ପାର୍କିଂ
ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦିରେ ବଢ଼ୁଥିବା ଅନଧିକୃତ ଓ ବିଶୃଙ୍ଖଳିତ ପାର୍କିଂ ଯାତାୟାତକୁ କରୁଛି ଠପ୍ । ଭୁବନେଶ୍ୱର ମହାନଗର ନିଗମ ତରଫରୁ ଆବାସିକ ଅଞ୍ଚଳରେ ଲାଗୁ ହେବ 'ପେଡ୍ ପାର୍କିଂ' ଯୋଜନା । ଏହି ଯୋଜନାରେ ପ୍ରତି ୱାର୍ଡର ଖାଲି ଜାଗା ଓ ସରକାରୀ ପଡ଼ିଆକୁ କରାଯିବ ଚିହ୍ନଟ । ଦୈନିକ, ମାସିକ ଏବଂ ବାର୍ଷିକ ପାସ୍ ବ୍ୟବସ୍ଥା ଉପଲବ୍ଧ ।

ରାଜଧାନୀ ଭୁବନେଶ୍ୱରର ବଦଳୁଛି ନକ୍ସା । କିନ୍ତୁ ଗଳି କନ୍ଦିରେ ବଢ଼ୁଛି ଗାଡ଼ି ପାର୍କିଂର ଭିଡ଼ । ନିଜ ଘର ଆଗରେ ଗାଡ଼ି ରଖିବା ପାଇଁ ଜାଗା ନାହିଁ, ଆଉ ରାସ୍ତା ଉପରେ କାର୍‌ଗୁଡ଼ିକ ଧାଡ଼ି ହୋଇ ରହିବାରୁ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ୁଛି । ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମସି ଆଣିବ ନୂଆ ନିୟମ ।
ଏବେ ଆବାସିକ ଅଞ୍ଚଳ ବା ରେସିଡେନ୍ସିଆଲ୍ ଜୋନ୍‌ରେ ଲାଗୁ ହେବାକୁ ଯାଉଛି 'ପେଡ୍ ପାର୍କିଂ' ସିଷ୍ଟମ୍ । ପ୍ରତିଟି ୱାର୍ଡରେ ଥିବା ସରକାରୀ ପଡ଼ିଆ ବା ଖାଲି ଜାଗାଗୁଡ଼ିକୁ ଚିହ୍ନଟ କରାଯିବ । ସେଗୁଡ଼ିକୁ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଭାବେ ବିକଶିତ କରାଯିବ । ଯେଉଁମାନଙ୍କର ନିଜସ୍ୱ ଗ୍ୟାରେଜ୍ ବା ପାର୍କିଂ ସ୍ପେସ୍ ନାହିଁ, ସେମାନେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ୱଳ୍ପ ଶୁଳ୍କ ଦେଇ ନିଜ ଗାଡ଼ି ରଖିପାରିବେ ।

ଅଧିକ ପଢ଼ନ୍ତୁ: ୫ ଦିନ ଯାଏଁ ସାରା ଓଡ଼ିଶାରେ ହାଇଆଲର୍ଟ, ବୁଡ଼ାଇବ ଲଘୁଚାପ ବର୍ଷା...ପୁଣି ଭସାଇବ ବନ୍ୟା


ଲୋକଙ୍କ ସୁବିଧା ପାଇଁ ଦୈନିକ ଶୁଳ୍କ ବ୍ୟତୀତ ମାସିକ ଏବଂ ବାର୍ଷିକ ପାସ୍ ବ୍ୟବସ୍ଥା ମଧ୍ୟ କରାଯିବ । ଏହି ନୂଆ ବ୍ୟବସ୍ଥା ଦ୍ୱାରା କେବଳ ଯେ ଟ୍ରାଫିକ୍ ସମସ୍ୟା ଦୂର ହେବ ତାହା ନୁହେଁ, ବରଂ ବିଏମସି ପାଇଁ ଅତିରିକ୍ତ ରାଜସ୍ୱ ମଧ୍ୟ ଆଦାୟ ହୋଇପାରିବ । ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ପାଇଁ ସରକାରୀ ଜମି ବ୍ୟବହାର ହେଉଥିଲେ ସେମାନଙ୍କଠାରୁ ମଧ୍ୟ ଶୁଳ୍କ ନିଆଯିବ । ଘରୋଇ ଜମିକୁ ମଧ୍ୟ ଭଡ଼ାରେ ନେଇ ପାର୍କିଂ ଲଟ୍ ଭାବେ ବ୍ୟବହାର କରିବାକୁ ଯୋଜନା କରୁଛି ଭୁବନେଶ୍ଵର ମହାନଗର ନିଗମ ।
ସହର ବଢ଼ୁଛି, ସହର ସହ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ୁଛି । କିନ୍ତୁ ଆବାସିକ ଅଞ୍ଚଳରେ ବିଶୃଙ୍ଖଳିତ ପାର୍କିଂ ଏବେ ସାଧାରଣ ଲୋକଙ୍କୁ ନାକେଦମ୍ କଲାଣି । ବିଏମସିର ଏହି ନୂଆ 'ପେଡ୍ ପାର୍କିଂ' ଯୋଜନା ସଫଳତାର ସହ ଲାଗୁ ହେଲେ ଏହି ସମସ୍ୟାର ହୁଏତ ସମାଧାନ ହୋଇ ପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: