|
logo
Live

Argus News - ଟ୍ରାଫିକ ଛକରେ ବିଏମସି ଲଗାଇଲା ଗ୍ରୀନ୍ ସେଡ୍

Odisha

ଟ୍ରାଫିକ ଛକରେ ବିଏମସି ଲଗାଇଲା ଗ୍ରୀନ୍ ସେଡ୍

Jitendra Dash
Browse all articles by Jitendra Dash
·1 year ago·2 min read
ଟ୍ରାଫିକ ଛକରେ ବିଏମସି ଲଗାଇଲା ଗ୍ରୀନ୍ ସେଡ୍

ଅର୍ଗସ ବ୍ୟୁରୋ : ତତଲା କଡେଇରେ ଭାଜି ହେଉଛି ପୁରା ଓଡିଶା । ସ୍ମର୍ଟ ସିଟି ବି ଏଥିରୁ ବାଦ୍ ପଡିନି । ଲଗାତର ୧୫ ଦିନ ଧରି ରାଜଧାନୀରେ ହେଉଛି ଅଗ୍ନିବର୍ଷା ପାରଦ ୪୦ ଡିଗ୍ରୀ ଉପରେ । ଏବେ ବାଇକ ଅରୋହିଙ୍କ ଲାଗି ବିଏମସି କରିଛି ଚିନ୍ତା । ରାଜଧାନୀର ବ୍ୟସ୍ତ ବହୁଳ ଟ୍ରାଫିକ୍ ଛକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ହୋଇଛି ଅସ୍ଥାୟୀ ସେଡର ବ୍ୟବସ୍ଥା । ଖାସ କରି ଟ୍ରାଫିକ ପୋଷ୍ଟରେ ଖରାର ଯନ୍ତ୍ରଣା ବଳି ଯାଉଥିଲା । ଲୋକଙ୍କୁ ମୁଣ୍ଡ ଫଟା ଖରରୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସବୁଜ ପାଲ ଲଗାଇଛି ବିଏମସି । 

ବାଇକ ଆରୋହୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତ ଦେବାକୁ ଭୁବନେଶ୍ୱରରେ ପ୍ରାଥମିକ ପର୍ଯ୍ୟାୟରେ ନାଲୋକ ଛକ ଭଳି ପ୍ରମୁଖ ୧୦ ଛକରେ ଏଭଳି ଲାଗିଛି । ଆଗାମୀ ଦିନରେ ଭୁବନେଶ୍ୱର ଟ୍ରାଫିକ ଫ୍ଲୋ ଦେଖି ଅନ୍ୟ ଛକରେ ଏଭଳି ଗ୍ରୀନ ସ୍ୟାଡ଼ ଲଗାଇବ ବୋଲି ବିଏମସି କମିଶନର କହିଛନ୍ତି । ନିର୍ବାଚନ ପୂର୍ବରୁ ଏହା ଗୋଟେ ପ୍ରହସନ ୨ ମାସ ଧରି କୁଆଡେ ଥିଲେ ଏବେ ମନେ ପଡ଼ିଲା ଟେଣ୍ଟ ବାନ୍ଧିବାକୁ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବିଏମସି ଏ ପଦକ୍ଷେପକୁ କିଛି ଲୋକେ ସ୍ୱାଗତ କରିଥିବା ବେଳେ ପୂର୍ବରୁ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଲୋକ । କାର ଭିତରେ ବସିଥିବା ବ୍ୟକ୍ତି (ଛୋଟ ପାର୍ଟଟେ ବ୍ୟବହାର କରିବ) ରାଜଧାନୀର ସୌନ୍ଦର୍ଯ୍ୟକରଣ ନାଁରେ ହଜାର ହଜାର ଗଛ କାଟିବେ ଅନ୍ୟପଟେ ରାସ୍ତାରେ ପାଲ ଢାଙ୍କି ପ୍ରହସନ କରୁଛି ବିଏମ୍ସି ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ଗୋଟେ ପଟେ ରାଜଧାନୀର ସୌନ୍ଦର୍ଯ୍ୟକରଣ ନାଁରେ ବିଏମ୍ସି କାଟୁଛି ଗଛ ଅନ୍ୟପଟେ ତାତିରୁ ସୁରକ୍ଷା ପାଇଁ ବାନ୍ଧୁଛି ଟେଣ୍ଟ। ଜଳଛତ୍ର ପରି ଫେଲ ମାରିବନି ତ ଏହି ଟେଣ୍ଟ ପ୍ରହସନ ।
 

Sponsored
ଟ୍ରାଫିକ ଛକରେ ବିଏମସି ଲଗାଇଲା ଗ୍ରୀନ୍ ସେଡ୍ | Argus News