Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ହଲ୍ଲାବୋଲ

Odisha

ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ହଲ୍ଲାବୋଲ

Jitendra Dash
Browse all articles by Jitendra Dash
·2 years ago·2 min read
ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ହଲ୍ଲାବୋଲ

ଅର୍ଗସ ବ୍ୟୁରୋ : କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ପ୍ରତିବାଦ । ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ହଲ୍ଲାବୋଲ । ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଉଠିଲା ଦାବି । କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ଗୋଲାପ ମାହାରଙ୍କ ମୃତ୍ୟୁକୁ ନେଇ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇଛନ୍ତି ଭୁବନେଶ୍ଵର ମୁନିସିପାଲଟି ସଫେଇ ମଜଦୂର ସଂଘର ଶହ ଶହ ସଫେଇ କର୍ମଚାରୀ । ଗତ ଶୁକ୍ରବାର ସଫେଇ କର୍ମଚାରୀ ଗୋଲାପ ମାହାର ସଫେଇ କାମରେ ନିୟୋଜିତ ଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ । ପାଣି ମାଗିବା ସହିତ କାମରୁ ବିରତି ନେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ ସାନିଟାରୀ ଇନ୍ସପେକ୍ଟର, ପରେ ସେ ଅଚେତ ହୋଇପଡିବା ପରେ ସାଥି ସଫେଇ କର୍ମଚାରୀ ମେଡିକାଲ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଏହି ଘଟଣାରେ ପ୍ରଶାସନ ଗୋଲାପ ମାହାରଙ୍କ ପରିବାରକୁ କ୍ଷତିପୂରଣ ଦେବା ସହିତ ଭରଣପୋଷଣର ଦାୟିତ୍ଵ ନେଉ ବୋଲି ଦାବି କରିଛି ସଫେଇ ମଜଦୂର ସଂଘ । ପ୍ରଚଣ୍ଡ ରୌଦ୍ରତାପକୁ ନଜରରେ ରଖି ରାଜ୍ୟ ଶ୍ରମ ବିଭାଗ ଶ୍ରମିକ ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ କଲେଜ ଗୁଡିକୁ ମଧ୍ୟ ଛୁଟି ଘୋଷଣା କଲେଣି । ଏଭଳି ସ୍ଥିତିରେ ଭୁବନେଶ୍ଵର ମହାନଗର ନିଗମ କାହିଁକି ସଫେଇ କର୍ମଚାରୀଙ୍କ ପାଇଁ କୈାଣସି ଗାଇଡ ଲାଇନ ଆଣୁନାହିଁ, ଏମିତି କି ସଫେଇ କର୍ମଚାରୀଙ୍କୁ ସୁରକ୍ଷା କିଟ୍ ମଧ୍ୟ ଦିଆଯାଉନାହିଁ ବୋଲି ଅଭିଯୋଗ କରାଯାଇଛି । 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଝାଡ଼ୁଦାର ଏବଂ ଟ୍ରଲି ଚାଳକ ମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା କରାଯାଉ, ଏଥି ସହିତ ସଫେଇ ସମୟସୀମା ସକାଳ ୮ଟା ପର୍ଯ୍ୟନ୍ତ ରହୁ ବୋଲି ଦାବି କରାଯାଇଛି । ଗୋଲାପଙ୍କ ଭଳି ଅନ୍ୟ ସଫେଇ କର୍ମଚାରୀ ମାନେ ମଧ୍ୟ ଅନେକ ସମୟରେ ଅସୁସ୍ଥ ହୋଇପଡୁଥିବା ଦେଖିବାକୁ ମିଳିଛି । ବର୍ଷକ ବାରମାସ ସଫେଇ କର୍ମଚାରୀ ମାନେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଏଥିପ୍ରତି ବିଏମସି ଏବଂ ଠିକା ସଂସ୍ଥା ଦୃଷ୍ଟି ଦେଉନଥିବା ଦେଉନି। ଏହାର ସମାଧାନ ପାଇଁ ବାରମ୍ବାର ଦାବି ହେଉଥିବା ବେଳେ ମିଳିଛିତ ଖାଲି ପ୍ରତିଶ୍ରୁତି । 
 

Raja Festival
Sponsored
BMC Sanitary Workers Protest In Bhubaneswar | Argus News