BMC User Fee / ରାଜସ୍ଵ ଆଦାୟ ପାଇଁ ବିଏମସିର ନୂଆ ଫଣ୍ଡା, ଏଣିକି ଅଳିଆ ଆବର୍ଜନା ପାଇଁ ରାଜଧାନୀବାସୀ ଗଣିବେ ଟଙ୍କା
·6 months ago·2 min read

Key Points
ରାଜସ୍ଵ ଆଦାୟ ପାଇଁ ବିଏମସିର ନୂଆ ଫଣ୍ଡା
ଏଣିକି ଅଳିଆ ଆବର୍ଜନା ପାଇଁ ରାଜଧାନୀବାସୀ ଗଣିବେ ଟଙ୍କା
ସଫା ସାଥି ଆପ୍ ଜରିଆରେ ମିଳିବ ସବିଶେଷ ତଥ୍ୟ
ଏଣିକି ଅଳିଆ ଆବର୍ଜନା ପାଇଁ ରାଜଧାନୀବାସୀ ଗଣିବେ ଟଙ୍କା
ସଫା ସାଥି ଆପ୍ ଜରିଆରେ ମିଳିବ ସବିଶେଷ ତଥ୍ୟ
ରାଜସ୍ଵ ଆଦାୟ ପାଇଁ ବିଏମସିର ନୂଆ ଫଣ୍ଡା । ଏଣିକି ଅଳିଆ ଆବର୍ଜନା ପାଇଁ ରାଜଧାନୀବାସୀ ଗଣିବେ ଟଙ୍କା । ସଫା ସାଥି ଆପ୍ ଜରିଆରେ ମିଳିବ ସବିଶେଷ ତଥ୍ୟ । ଏଣିକି ଅଳିଆ ଆବର୍ଜନା ଉଠାଇବା ପାଇଁ ଭୁବନେଶ୍ଵର ମହାନଗର ନିଗମ ନେବ ୟୁଜର୍ସ ଫି' । ଘର ,ହୋଟେଲ, ସପିଂ ମଲ, କ୍ୟାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢାବା, କ୍ଲାଉଡ୍ କିଚେନ, ଗୋଦାମ, ରୋଡ୍ ସାଇଟ୍ ଭେଣ୍ଡର, ଗେଷ୍ଟ ହାଉସ୍, ହଷ୍ଟେଲରୁ ଆଦାୟ ହେବ ଟଙ୍କା । ଏନେଇ ସ୍ଵତନ୍ତ୍ର ମୂଲ୍ୟ ଧାର୍ଯ୍ୟ କରାଯାଇଛି । ରାଜଧାନୀ ବାସୀଙ୍କ ପାଖରେ ସବୁ ସେବା ପହଞ୍ଚାଇବା ପାଇଁ ଅଳିଆ ସଂଗ୍ରହ ବାବଦରେ ଏହି ୟୁଜର୍ସ ଫି' ଲାଗୁ ହେବ । ୨୦୧୮ ବାଇ ଲ' ଅନୁସାରେ ଫି' ଆଦାୟ କରିବ ବିଏମ୍ସି । ସଫା ଆପ୍ ମାଧ୍ୟମରେ ଏନେଇ ସମସ୍ତ ତଥ୍ୟ ବିଷୟରେ ଜାଣିପାରିବେ ସ୍ମାର୍ଟ୍ ସିଟି ବାସିନ୍ଦା ।
ଅଧିକ ପଢ଼ନ୍ତୁ: ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ
ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ପ୍ରାୟ ୩ ଲକ୍ଷ ୧୮ ହଜାର ପରିବାର ରହୁଥିବା ବେଳେ ୟୁଜର୍ସ ଫି' ବାବଦରେ ମାସକୁ ଆଦାୟ ହେବ ୧୦ କୋଟିରୁ ଅଧିକ ଟଙ୍କାର ରାଜସ୍ବ । ଏହି ଦେୟ ସଂଗ୍ରହ ଦ୍ବାରା ସବୁ ଘରୁ ଆବର୍ଜନା ସଂଗ୍ରହ ହୋଇପାରିବ । ସଂଗୃହୀତ ଆବର୍ଜନାକୁ ପୃଥକୀକରଣ ଓ ପରିବହନ ସହଜ ହେବ । ବିଏମ୍ସି ସ୍ବଚ୍ଛ ସର୍ବେକ୍ଷଣରେ ୮୪ତମ ସ୍ଥାନରୁ ଆସି ଦେଶର ଶ୍ରେଷ୍ଠ ୧୦ ସହର ମଧ୍ୟରେ ରହିଛି । ଚଳିତ ବର୍ଷର ସ୍ବଚ୍ଛ ସର୍ବେକ୍ଷଣରେ ଶ୍ରେଷ୍ଠ ୩ ସହର ଭିତରେ ବିଏମ୍ସିକୁ ଆଣିବାକୁ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ୍ ।
ରାଜଧାନୀବାସୀଙ୍କ ଠାରୁ ଭୁବନେଶ୍ଵର ମହାନଗର ନିଗମ କର୍ତ୍ତୁପକ୍ଷଙ୍କ ଏହି ଟଙ୍କା ଆଦାୟରୁ ଆଗକୁ କେଉଁ ସୁଫଳ, ସୁବିଧା ଓ ସଦୁପଯୋଗ ମିଳିବ ତାକୁ ଅପେକ୍ଷା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories