Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି

ଭୁବନେଶ୍ବର : ଆଜିଠୁ ଏକ ମାସ ଧରି ଗଛ ଲଗାଇବ ବିଏମ୍ସି । ପାଖାପାଖି ୧ ଲକ୍ଷ ଗଛ ଲଗାଇବା । ୭୫ତମ ବନମହୋତ୍ସବ ଅବସରରେ ମା' ଙ୍କ ନାମରେ ଅଭିଯାନ ଆରମ୍ଭ କରିଛି ବିଏମ୍ସି । ଏହି ଅବସରରେ ଭୁବନେଶ୍ଵର ବିଏମସୀ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଛନ୍ତି ମେୟର। ଭୁବନେଶ୍ଵରରେ ବିଭିନ୍ନ ଖାଲି ସ୍ଥାନ, ରାସ୍ତା କଡ, ମଶାଣି ଭଳି ସ୍ଥାନରେ ଗଛ ଲଗାଇବାର ଯୋଜନା ରହିଛି । ବର୍ତମାନ ବନ ବିଭାଗ ପକ୍ଷରୁ ମଧ୍ୟ ଗଛ ବଣ୍ଟା ଯାଉଛି ।

ଅଧିକ ପଢନ୍ତୁ ଓଡିଶା ଖବର

ବିଏମ୍ସୀ ପକ୍ଷରୁ ଲୋକଙ୍କୁ ୧ ହଜାରରୁ ଅଧିକ ଗଛ ବଣ୍ଟା ଯିବ  । ଆଗାମୀ ଦିନରେ ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ଯୋଜନା ଥିବା କହିଛନ୍ତି ବିଏମସି ମେୟର । ଜଳବାୟୁ ପରିବର୍ତ୍ତନକୁ ନଜରରେ ରଖି ଆମେ ସଚେତନ ହେବା ଜରୁରୀ । କେଉଁଠି ଗଛ ଲଗାଇଯାଇପାରିବ ଜଣାଇଲେ ଆମେ ଦେ ସ୍ଥାନରେ ମଧ୍ୟ ଗଛ ଲଗାଇବୁ ବୋଲି କହିଛନ୍ତି ମେୟର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BMC will plant trees for a month from today | Argus News