Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶକ୍ତି ଉପାସନା ଏବଂ ଐଶ୍ୱରୀୟ ଆଶୀର୍ବାଦର ଖୋଲାମଞ୍ଚ ଲଇଡାର 'ବଏଲ୍ ଯାତ୍ରା'

Odisha

ଶକ୍ତି ଉପାସନା ଏବଂ ଐଶ୍ୱରୀୟ ଆଶୀର୍ବାଦର ଖୋଲାମଞ୍ଚ ଲଇଡାର 'ବଏଲ୍ ଯାତ୍ରା'

Jitendra Dash
Browse all articles by Jitendra Dash
·2 years ago·2 min read
ଶକ୍ତି ଉପାସନା ଏବଂ ଐଶ୍ୱରୀୟ ଆଶୀର୍ବାଦର ଖୋଲାମଞ୍ଚ ଲଇଡାର 'ବଏଲ୍ ଯାତ୍ରା'

ଅର୍ଗସ ବ୍ୟୁରୋ : ଶେଷ ହେଲା ପଶ୍ଚିମ ଓଡିଶାର ପ୍ରସିଦ୍ଧ ଯାତ୍ରା ବଏଲ ଯାତ୍ରା । ପଶ୍ଚିମ ଓଡିଶାର ବିଭିନ୍ନ ଯାନିଯାତ୍ରା ମାନଙ୍କ ମଧ୍ୟରେ ବଏଲ ଯାତ୍ରା ଅନ୍ୟତମ । ପାର୍ବଣ ଋତୁରେ ସମ୍ବଲପୁର ଜିଲ୍ଲା ଲଇଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ପୀଠରେ ଆୟୋଜିତ ହୁଏ ବଏଲ୍ ଯାତ୍ରା । ଏହି ଯତ୍ରାର ରିହିଛି ସ୍ୱତନ୍ତ୍ର ପରିଚୟ ଏବଂ ପ୍ରସିଦ୍ଧି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୧୭୭୦ ମସିହାରୁ ତତ୍କାଳୀନ ଜମିଦାର ସମର ସିଂହଙ୍କ ପୃଷ୍ଠପୋଷକତାରେ ଆରମ୍ଭ ହୋଇଥିବା ବଏଲ୍ ଯାତ୍ରା ଅଞ୍ଚଳର ଇତିହାସ, ସାଂସ୍କୃତିକ ଚେତନା, ସାମାଜିକ ଏକତା, ଧାର୍ମିକ ମୂଲ୍ୟବୋଧ ଏବଂ ଧର୍ମନିରପେକ୍ଷତାର ବାର୍ତ୍ତା ବହନ କରିଥାଏ । ଆଶ୍ୱିନ ମାସର ମହାଳୟା ଅମବାସ୍ୟାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିଏ । ଏହି ଧାର୍ମିକ ମହୋତ୍ସବ ଦୁଃଖି, ରୋଗୀ ନିଃସନ୍ତାନ ଦମ୍ପତି ଆଦି ବହୁ ଲୋକଙ୍କ ପାଇଁ ପାଲଟିଯାଏ ଐଶ୍ୱରୀୟ ଆଶୀର୍ବାଦର ଖୋଲାମଞ୍ଚ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଳିତ ବର୍ଷ ୨୫୩ ବର୍ଷ ପୂର୍ତ୍ତି ହୋଇଛି । ୨ ଦିନ ଧରି ବେଶ ଭାବେ ଅନୁଷ୍ଠିତ ହୋଇଥିଲା ଲଇଡାର ପ୍ରସିଦ୍ଧ ବଏଲ ଯାତ୍ରା । ଯାତ୍ରା ଦିନ ସକାଳେ ରିତିନିତି ଅନୁସାରେ ମା'ଙ୍କ ପୂଜାର୍ଚ୍ଚନା ସମ୍ପାଦନା ହେଇଥିବା ବେଳେ ସଂଧ୍ୟା ସମୟରେ ସାଥିରେ ଛଚର ବାଉତି, ପାଟଖଣ୍ଡା, ମସାଲ, ଜାଙ୍ଗିଲି ଖଣ୍ଡା ଧରି ବରୁଆ ଦେହରେ ବିଜେହୋଇ ଗ୍ରାମ ପରିକ୍ରମାରେ ବାହାରିଥାନ୍ତି । 

ଯାତ୍ରା ଅବସରରେ ଚଳିତ ବର୍ଷ ଦୋକାନ ବଜାର, ନାଟକ, ଭଜନ ସମାରୋହ, ସହିତ ମିନାବଜାର ଦେଖିବାକୁ ମିଳିଥିଲା । ଏହି ଯାତ୍ରା ସମୟରେ ଘର ବାହାରେ ରହୁଥିବା ଲୋକ ମାନେ ଘରକୁ ଆସିଥାନ୍ତି । ମା'ଙ୍କୁ ଦର୍ଶନ କରିବା ସହିତ ଯାତ୍ରା ଓ ମେଳାର ମଜାନେଇଥାନ୍ତି । ଭକ୍ତ ଓ ଭଗବାନଙ୍କ ନିଆରା ମିଳନର ଯାତ୍ରା ବଏଲ ଯାତ୍ରା । ଦିର୍ଘ ବର୍ଷ ହେବ ବେଶ ଧୁମଧାମରେ ପାଳନ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇ ଯାଇଛି ଲଇଡାର ପ୍ରସିଦ୍ଧ ବଏଲ ଯାତ୍ରା ।
 

Sponsored
Boil jatra festival | Argus News