Videos
|
Odisha

୩ ଦିନ ଧରି ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ, ଯୋଗଦେବେ ବଲିଉଡ୍ ସିନେ ତାରକାଙ୍କ ସହ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାର

Jitendra Dash
Browse all articles by Jitendra Dash
·2 years ago·2 min read
୩ ଦିନ ଧରି ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ, ଯୋଗଦେବେ ବଲିଉଡ୍ ସିନେ ତାରକାଙ୍କ ସହ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର କଳାକାର

ଅର୍ଗସ ବ୍ୟୁରୋ : ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଡିସେମ୍ବର ମାସର ୨୦ ,୨୧,୨୨ ତାରିଖରେ ଜୟଦେବ ଗୌରବ ସମ୍ମାନ ୨୦୨୩ ବାଲିପାଟଣା ସ୍ଥିତ ଗୋରୁହାଟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ବଲିଉଡ୍ ସିନେ ତାରକା ସୁନିଲ ସେଟ୍ଟି ଓ ଗୁଲସନ୍ ଗ୍ରୋଭର୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ଜୟଦେବ ନିର୍ବାଚନ ମଣ୍ଡଳୀ ହେଉଛି ଉତ୍କଳ ମାଟିର ପବିତ୍ର ସ୍ଥାନ । ଏହି ପବିତ୍ର ମାଟିରେ ଜନ୍ମ ନେଇଛନ୍ତି ମହାପୁରୁଷ ମାନେ ତଥା ସ୍ଵାଧୀନତା ସଂଗ୍ରାମୀ, କବି, ବିଶିଷ୍ଟ ରାଜନୀତିଜ୍ଞ ମାନେ ଯଥା, ଗୀତଗୋବିନ୍ଦ ରଚୟିତା ଜୟଦେବ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ, ସ୍ଵାଧୀନତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀ, କବି କାଳିନ୍ଦୀ ଚରଣ ପାଣିଗ୍ରାହୀ, ଓଡ଼ିଶାର ପ୍ରଥମ ଲୋକସଭା ବାଚସ୍ପତି ଶ୍ରୀଯୁକ୍ତ ରବି ରାୟ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ,ବିଧାନସଭା ବାଚସ୍ପତି ସତ୍ୟପ୍ରିୟ ମହାନ୍ତି ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ଏହି ପବିତ୍ର ମାଟିରେ ଅନନ୍ୟ ଐତିହ୍ୟ ପୀଠ ରହିଛି ଯାହାକି ସାରା ବିଶ୍ୱରେ ଜୟଦେବ ନିର୍ବାଚନ ମଣ୍ଡଳୀ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ମାଟିରେ ଶିଶୁ ଅନନ୍ତ ଦାସଙ୍କ ସମାଧି ପୀଠ, ବିଶ୍ବପ୍ରସିଦ୍ଧ ଚଉଷଠି ଯୋଗିନୀ ମନ୍ଦିର, ଜୟଦେବ ପୀଠ ଏବଂ ତ୍ରିବେଣିଶ୍ୱର ଘାଟ ରହିଛି । ଏହି ପବିତ୍ର ମାଟିର ମହାପୁରୁଷ ମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ତଥା ଏହି ଅଞ୍ଚଳର ଐତିହ୍ୟ,ସଂସ୍କୃତି ଓ ପରିଚୟକୁ ବଞ୍ଚାଇ ରଖିବା ନିମନ୍ତେ ଆମ ଅନୁଷ୍ଠାନ ପକ୍ଷରୁ ଜୟଦେବ ନିର୍ବାଚନ ମଣ୍ଡଳୀର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨୫୦ ରୁ ଉର୍ଦ୍ଧ୍ବ ପ୍ରତିଭା ମାନଙ୍କୁ ଜୟଦେବ ଗୌରବ ସମ୍ମାନ -୨୦୨୩ ରେ ସମ୍ମାନିତ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲିଉଡ୍ ସିନେ ତାରକା ଗୁଳସନ୍ ଗ୍ରୋଭର, ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ପପୁ ପମପମ୍ , ପ୍ରିନ୍ସ ଡାନ୍ସ ଗ୍ରୁପ, ଖୋର୍ଦ୍ଧା ଗଡର ପାଇକ ଆଖଡ଼ା, ଓଡ଼ିଶୀ ନୃତ୍ୟ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦିବା ୩ ଘଟିକା ଠାରୁ ଆରମ୍ଭ ହୋଇ ରାତ୍ର ୧୦ ଘଟିକା ରେ ଶେଷ ହେବ । ଡିସେମ୍ବର ୨୧ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଆ ସିନେ ଜଗତର ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ବିଦୁସ୍ମିତା , ହାସ୍ୟାଭିନେତା ପ୍ରଜ୍ଞା, ଶଙ୍କର , ହ୍ୟୁମାନ ସାଗର ଓ ଟିମ୍ ଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦିବା ୩ ଘଟିକା ଠାରୁ ଆରମ୍ଭ ହୋଇ ରାତ୍ର ୧୦ ଘଟିକା ରେ ଶେଷ ହେବ । ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲିଉଡ୍ ସିନେ ତାରକା ସୁନିଲ ସେଟ୍ଟି, ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ଟିମ୍ ଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦିବା ୩ ଘଟିକା ଠାରୁ ଆରମ୍ଭ ହୋଇ ରାତ୍ର ୧୦ ଘଟିକା ରେ ଶେଷ ହେବ।