Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର, ମିଳୁନି ମୃତକଙ୍କ ପରିଚୟ

Jitendra Dash
Browse all articles by Jitendra Dash
·2 years ago
ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର, ମିଳୁନି ମୃତକଙ୍କ ପରିଚୟ

ଅର୍ଗସ ବ୍ୟୁରୋ : ଯୁବକଙ୍କୁ ଗଳାକାଟି ପିଙ୍ଗିଦେଲେ ଦୁର୍ବୃତ୍ତ । ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର । ମିଳୁନି ମୃତକଙ୍କ ପରିଚୟ । ସୂଚନା ଅନୁସାରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଆମ୍ବଝରି ପଞ୍ଚାୟତର ଡିଡ଼ିଙ୍ଗାପଦର ଗ୍ରାମ ଜଙ୍ଗଲ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଯୁବକଙ୍କୁ ଉଲଗ୍ନ କରି ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଖବର ଜଣାପଡ଼ିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଶବ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରକାଶ ଥାଉକି ଗତକାଲି ରାତିରେ ଏକ ଗାଡ଼ିରେ କିଛି ଯୁବକ ଆସିଥିବା ବେଳେ ପାଖରେ ୪ ଚକିଆ ଯାନର ଚକାଚିହ୍ନରୁ ସ୍ପଷ୍ଟ ହୋଇଛି । ତେବେ ପାଖରେ କୌଣସି ମାରଣାସ୍ତ୍ର ପଡିନଥିବା ଦେଖିବାକୁ ମିଳିଛି । ଏନେଇ  ପୋଲିସ ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
boudh dead body found | Argus News