Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗଞ୍ଜେଇ ପ୍ରେମରେ ଖାକି

Odisha

ଗଞ୍ଜେଇ ପ୍ରେମରେ ଖାକି

Jitendra Dash
Browse all articles by Jitendra Dash
·2 years ago·2 min read
ଗଞ୍ଜେଇ ପ୍ରେମରେ ଖାକି

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲା ନିଜ କଳା ସଂସ୍କୃତିକୁ ନେଇ ଯେତିକି ସୁନାମ ଅର୍ଜନ କରିଛି ସେତିକି ଗଞ୍ଜେଇ ଚାଷକୁ ନେଇ ବଦନାମ । ଧାନ ଚାଷ ପରେ ଗଞ୍ଜେଇ ଚାଷକୁ ମାଫିଆ ମାନେ ମୁଖ୍ୟ ଚାଷ ଭାବେ ଧରିନେଲେଣୀ । ଆଉ ଏହି ଚାଷ କରିବାରେ ସହୟତା କରଛି ଓଡ଼ିଶା ପୋଲିସ, ବନବିଭାଗ ଓ ଅବକାରୀ ବିଭାଗର ବଡ ବଡ଼ ବାବୁ ମାନେ ଯାହା ଏବେ ସାଧାରଣ ମହଲରେ ଚର୍ଚ୍ଚା ହେଉଛି । ଗତକାଲି ବୌଦ୍ଧ ଥାନା ବଘିଆପଡା ଫାଣ୍ଡି କୁଆଟରରୁ ଜଣେ ପାୱାର ଫୁଲ ତଥା ଡ଼ି ଭି ଏଫ ପୋଲିସ କନେଷ୍ଟବଳ ହରିଶ୍ଚନ୍ଦ୍ର ସାହୁ ଯିଏକି ସିଧାସଳଖ ଏସପିଙ୍କ କଣ୍ଟ୍ରୋଲରେ କାର୍ଯ୍ୟ କରିଥାନ୍ତି । ତାଙ୍କୁ ଗିରଫ କରିଛି ଭିଜିଲାନ୍ସର ଏକ ସ୍ଵତନ୍ତ୍ର ଟିମ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ପୋଲିସ କନେଷ୍ଟବଳ ଗଞ୍ଜେଇ ଚାଷକୁ ସୁରକ୍ଷା ସହ ଗଞ୍ଜେଇ ଚାଷ ନଷ୍ଟ ନ କରିବା ପାଇଁ ଗଞ୍ଜେଇ ମାଫିଆ ଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଏବଂ ବୌଦ୍ଧ ଭିଜିଲାନ୍ସ ଟିମ ଗିରଫ କରିଥିବା କୁହାଯାଉଛି । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏତେବଡ଼ ଏମାଉଣ୍ଟ ଟଙ୍କା ନେଉଥିବା ବେଳେ ପୋଲିସର ବଡ ବଡ ବାବୁଙ୍କ ହାତ ଥିବା ନେଇ ଜିଲ୍ଲାରେ ଚର୍ଚ୍ଚା ପରିସରକୁ ଆସିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଜିଲ୍ଲାରେ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଉଥିବା ବେଳେ । ପ୍ରତିଦିନ ଏତେ ମାତ୍ରାରେ ଗଞ୍ଜାଇ ଆସୁଛି କେଉଁଠୁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ପୋଲିସ, ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଚାଷ ନଷ୍ଟ କରିବା ସହ ଗଞ୍ଜେଇ ଜବତ ମାମଲାରେ ଅନେକ ମାଫିଆ ଗିରଫ ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । 

କିଛି ଦିନ ତଳେ କଣ୍ଟାମାଲ ଅଞ୍ଚଳରେ ଜଣେ ଗଞ୍ଜେଇ ମାଫିଆ ଠାରୁ ୧୫ ଲକ୍ଷ ଟଙ୍କା ସମ୍ପୃକ୍ତ କନେଷ୍ଟବଳ ଆଣି ଥିବା ବେଳେ ବଡ ବଡ ବାବୁ ମାନଙ୍କ ମଧ୍ୟରେ ଭାଗବଣ୍ଟା ହୋଇଥିଲା ନେଇ ଚର୍ଚ୍ଚା ହୋଇଥିଲା । ତେବେ ବାଡ଼ ଯଦି ଫସଲ ଖାଇବ, ଫସଲକୁ କିଏ ଦେବ ସୁରକ୍ଷା ଦେବ । ଖାଲି ପୋଲିସର ସଂପୃକ୍ତି ନାହିଁ ବନ ବିଭାଗ ଓ ଅବକାରୀ ବିଭାଗର ମଧ୍ୟ ସଂପୃକ୍ତି ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଏବେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଚାଲିଛି । ପୋଲିସ ଓ ଅନ୍ୟ ଅଧିକାରୀ ମାଲେ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରଇଛନ୍ତି । ହେଲେ ବାସ୍ତବରେ ତାହା କର୍ଯ୍ୟରେ ଲାଗୁନି ।
 

Argus Whatsapp Channel Mobile Top
Sponsored
Boudh Ganja Smuggling | Argus News