Videos
|
Odisha

ପେଞ୍ଜାବାଲି ଜଙ୍ଗଲରେ ଲୁଚା ଯାଇଥିବା ଟନ୍ ଟନ୍ ଗଞ୍ଜେଇ ଜବତ

Jitendra Dash
Browse all articles by Jitendra Dash
·2 years ago·1 min read
ପେଞ୍ଜାବାଲି ଜଙ୍ଗଲରେ ଲୁଚା ଯାଇଥିବା ଟନ୍ ଟନ୍ ଗଞ୍ଜେଇ ଜବତ

ଅର୍ଗସ ବ୍ୟୁରୋ : ବୌଦ୍ଧରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ପେଞ୍ଜାବାଲି ଜଙ୍ଗଲରେ ଚାଲାଣ ପାଇଁ ଗଛିତ ଥିବା ଏକ ଟନରୁ ଅଧିକ ଗଞ୍ଜେଇକୁ ଜବତ କଲା ପୋଲିସ । ବିପୁଳ ପରିମାଣର ଗଞ୍ଜେଇକୁ ରଖି ବଡ ଧରଣର ଡିଲ୍ ପାଇଁ ଗଂଜେଇ ମାଫିଆମାନେ ପ୍ରସ୍ତୁତ ହେଉଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଏନେଇ ଖବର ପାଇବା ପରେ ବୌଦ୍ଧ ଏସପି ରାଜ୍ ପ୍ରସାଦଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଜଙ୍ଗଲରେ ଚଢ଼ାଉ କରାଯାଇଥିଲା । ଏଥିରେ ୧୦୭୮ କେଜିର ଗଞ୍ଜେଇ ଜଙ୍ଗଲରୁ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ । ଅନ୍ୟପଟେ କଣ୍ଟାମାଳ ଥାନା କଂସିମିଲି ଜଙ୍ଗଲ ରୁ ୩୦୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ୨୦୨୪ ମସିହାରେ ବୌଦ୍ଧ ପୋଲିସ NDPS ଡ୍ରାଇଭ କରି ୧୦ଟନ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଥିବା ବେଳେ ୩୫ଜଣ ଗଞ୍ଜେଇ ମାଫିଆଙ୍କୁ ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
boudh ganja smuggling | Argus News