Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩୦କେଜି ଗଞ୍ଜେଇ ସହ ବାଇକ ଜବତ କଲା ବୌଦ୍ଧ ପୋଲିସ

Jitendra Dash
Browse all articles by Jitendra Dash
·2 years ago·1 min read
୩୦କେଜି ଗଞ୍ଜେଇ ସହ ବାଇକ ଜବତ କଲା ବୌଦ୍ଧ ପୋଲିସ

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ ପକ୍ଷରୁ ୩୦କେଜି ଗଞ୍ଜେଇ ସହ ବାଇକ୍ ଜବତ । ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ପରିମାଣ ୩୦କେଜି ୩ଶହ ଗ୍ରାମ ହୋଇଥିବା ଜଣା ପଡ଼ିଛି । କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ପୋଲିସ୍ ଜୁରାମୁଣ୍ଡା ଗ୍ରାମ୍ୟ ରାସ୍ତା ରେଳ ଧାରଣା ନିକଟରେ ଚଢ଼ାଉ କରିଥିଲେ । ୨ଜଣ ବ୍ୟକ୍ତି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଉକ୍ତ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାଞ୍ଚ ପରେ ଗାଡ଼ିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଜବତ ଗଞ୍ଜେଇର ପରିମାଣ ୩୦କେଜି ୩ଶହ ଗ୍ରାମ ହୋଇଥିବା ଜଣା ପଡ଼ିଛି । ଗିରଫ ମାଫିଆ ମାନେ ହେଲେ ତାଳପଡ଼ା ଗ୍ରାମର ରାଜକୁମାର୍ ଉର୍ମା (୨୪) ଓ ବହିରା ଗ୍ରାମର ପ୍ରକାଶ କଲତା (୩୦) ବୋଲି ଜଣା ପଡ଼ିଛି । ଏନେଇ ବାଉଁଶୁଣି ଥାନାରେ ୮୮/୨୪ ରେ ଏକ ମାମଲା ରୁଜୁ କରାଯାଇ ଚାଲାଣକାରୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
boudh ganja smuggling | Argus News