Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ମିଳିଲା ପୁଳାପୁଳା ଗଞ୍ଜେଇ

Odisha

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ମିଳିଲା ପୁଳାପୁଳା ଗଞ୍ଜେଇ

Jitendra Dash
Browse all articles by Jitendra Dash
·2 years ago·1 min read
ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ, ମିଳିଲା ପୁଳାପୁଳା ଗଞ୍ଜେଇ

ଅର୍ଗସ ବ୍ୟୁରୋ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସକୁ ମିଳିଲା ବଡ ସଫଳତା । ପୋଲିସ ହାତରେ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ମନମୁଣ୍ଡା ଥାନା ଯୋଡସିଂ ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଚଲାଣ ହେବାକୁ ଥିବାନେଇ ସୂଚନା ପାଇ ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶରେ ଏସଡ଼ିପିଓ କୂଳଦୀପ ମୀନାଙ୍କ  ନେତୃତ୍ୱରେ ଏକ ସ୍ୱତନ୍ତ ଟିମ ସେହି ଅଞ୍ଚଳରେ ଚଢ଼ାଉ କରିଥିଲା । ଫଳରେ ସେହି ଅଞ୍ଚଳରୁ ୧ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି ।

ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନଥିବାବେଳେ ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବବୋଲି ପୋଲିସ ସୂଚନା ଦେଇଛି । ଗଞ୍ଜେଇ ଚାଷ ହେଉଥିବା ଏସବୁ ଅଞ୍ଚଳରେ ମାଓ ଗତିବିଧି ରହିଥିବାବେଳେ ମାଓବାଦୀଙ୍କ ସହଯୋଗରେ ଗଞ୍ଜେଇ ଚାଷ ହେଉଥିବା ଏସପି ସୂଚନା ଦେବାସହ ମାଓବାଦୀଙ୍କୁ ସହଯୋଗ ନକରିବାକୁ ଏସପି ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ବୌଦ୍ଧ ପୋଲିସ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ୨୦୦ କେଜି ଗଞ୍ଜେଇ ଜବତ କରାଜିବା ସହ ଗୋଟିଏ ବୋଲୋରୋ ଗାଡି ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଏବଂ ଚଳିତ ବର୍ଷ ମନମୁଣ୍ଡା ଥାନା ପକ୍ଷରୁ ୨୫୦୦ କେଜି, ବୌଦ୍ଧ ଥାନା ପକ୍ଷରୁ ୪୮୦୦ କେଜି ଗଞ୍ଜେଇ ଜବତ କରାଯିବ ସହ ଏନେଇ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି । ଆଜି ଏନେଇ ମନମୁଣ୍ଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି । 

Sponsored
boudh ganja smuggling | Argus News