Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏନଏସିରୁ ମନମୁଣ୍ଡା ବାଦ ପଡିବାରୁ ପ୍ରତିବାଦ

Odisha

ଏନଏସିରୁ ମନମୁଣ୍ଡା ବାଦ ପଡିବାରୁ ପ୍ରତିବାଦ

Jitendra Dash
Browse all articles by Jitendra Dash
·2 years ago
ଏନଏସିରୁ ମନମୁଣ୍ଡା ବାଦ ପଡିବାରୁ ପ୍ରତିବାଦ

ଅର୍ଗସ ବ୍ୟୁରୋ : ଏନଏସିରୁ ମନମୁଣ୍ଡା ବାଦ ପଡିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ । ଗତ ସଂଧ୍ୟାରେ ମନମୁଣ୍ଡା ସହର ଉପକଣ୍ଠ ସୁବର୍ଣ୍ଣପାଲି ଶୈବପୀଠ ପ୍ରାଙ୍ଗଣରେ ମନମୁଣ୍ଡାବାସୀଙ୍କ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ଗତକାଲି ବୌଦ୍ଧ ଜିଲ୍ଲାର କଣ୍ଟାମାଳକୁ ଏନଏସି ଘୋଷଣା କରିଥିବା ବେଳେ ଏଥିରୁ ମନମୁଣ୍ଡା ବାଦ ପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତ ମାସ ମନମୁଣ୍ଡାରେ ଆୟୋଜିତ ଅସୁରଗଡ ମହୋତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ମନମୁଣ୍ଡା ଏନଏସି ନିଶ୍ଚୟ ହେବ ବୋଲି ଉପସ୍ଥିତ ହଜାର ହଜାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି । ଯାହା ବିରୋଧରେ ତେଜୁଛି ଅସନ୍ତୋଷ । ପ୍ରତିବାଦରେ ଆସନ୍ତାକାଲି ମନମୁଣ୍ଡା ବନ୍ଦ ଡାକରା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
boudh nac issue | Argus News