Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫୁଲବାଣୀ-ଅନୁଗୁଳ OSRTC ବସ୍ ଦୁର୍ଘଟଣା

Odisha

ଫୁଲବାଣୀ-ଅନୁଗୁଳ OSRTC ବସ୍ ଦୁର୍ଘଟଣା

Jitendra Dash
Browse all articles by Jitendra Dash
·2 years ago·1 min read
ଫୁଲବାଣୀ-ଅନୁଗୁଳ OSRTC ବସ୍ ଦୁର୍ଘଟଣା

ଅର୍ଗସ ବ୍ୟୁରୋ : ଡିଭାଡର ଭାଙ୍ଗି ରାଣୀପଥର ଘାଟିରେ ଓଲଟିଲା ଯାତ୍ରୀବାହୀ ବସ । ବସରେ ୫୦ ଜଣ ଯାତ୍ରୀ ମଧ୍ୟରୁ ୨୦ ଯାତ୍ରୀ ଆହତ । ଫୁଲବାଣୀ-ଅନୁଗୁଳ ଯାଉଥିଲା ସରକାରୀ ବସ । ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ ଘଟିଲା ଦୁର୍ଘଟଣା । ସୂଚନା ଅନୁଯାୟୀ ଫୁଲବାଣୀ ରୁ ଏକ ସରକାରୀ ବସ ଅନୁଗୁଳ ଯାଉଥିବା ବେଳେ ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଗାଡିଟି ଓଲିଟି ପଡିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଫଳରେ ଗାଡ଼ିରେ ଥିବା ୫୦ ଜଣ ଯାତ୍ରୀ ମଧ୍ୟରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ତଦନ୍ତ କରୁଛି । ଅନ୍ୟପଟେ ସମସ୍ତ ଆହତ ଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚାରିଛକ ଅଗ୍ନିଶମ ବାହିନୀ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି । ଅନ୍ୟପଟେ ଗାଡିଟିର ବେର୍କ ଫେଲ ଓ ନୂତନ ଡ୍ରାଇଭର କାରଣରୁ ଏଭଳି ହୋଇଥିବା ଯାତ୍ରୀମାନେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
boudha road accident | Argus News