Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇଟି ପୃଥକ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର

Jitendra Dash
Browse all articles by Jitendra Dash
·2 years ago·1 min read
ଦୁଇଟି ପୃଥକ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର

ଅର୍ଗସ ବ୍ୟୁରୋ : ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ସୀମାନ୍ତରେ ପୃଥକ୍ ପୃଥକ୍ ଭାବେ ଦୁଇଟି ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଆନୁସାରେ ବୌଦ୍ଧ କନ୍ଧମାଳ ସୀମାନ୍ତ  ରାଣୀପଥର ଘାଟିରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ କୌଣସି ପରିଚୟ ମିଳି ପାରି ନାହିଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ରାଣୀପଥର ଘାଟି ର ଅନ୍ୟ ଏକ ସ୍ଥାନରେ ଏକ ସିମେଣ୍ଟ ବୋଝେଇ ହୋଇ ଫୁଲବାଣୀ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଜଙ୍ଗଲ ଭିରକୁ ପଶିଯାଇଛି । ଫଳରେ ଟ୍ରକ ଚାଳକ ଓ ହେଲପର ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଫୁଲବାଣୀ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଉଭୟ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
boudha road accident case | Argus News