Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - କୁକୁର ଆକ୍ରମଣରେ ୭ ବର୍ଷର ପୁଅକୁ ହରାଇଥିବା ବାପା-ମା'ଙ୍କୁ ମିଳିଲା ନ୍ୟାୟ

କୁକୁର ଆକ୍ରମଣରେ ୭ ବର୍ଷର ପୁଅକୁ ହରାଇଥିବା ବାପା-ମା'ଙ୍କୁ ମିଳିଲା ନ୍ୟାୟ

By: Jitendra Dash

Odisha| Thu, Dec 14 | 7:09 am

କୁକୁର ଆକ୍ରମଣରେ ୭ ବର୍ଷର ପୁଅକୁ ହରାଇଥିବା ବାପା-ମା'ଙ୍କୁ ମିଳିଲା ନ୍ୟାୟ

ଅର୍ଗସ ବ୍ୟୁରୋ : ଦୀର୍ଘ ୭ ବର୍ଷ ପରେ ଉଚ୍ଚ ନ୍ୟାୟାଳୟରୁ ମିଳିଲା ନ୍ୟାୟ। ୭ ବର୍ଷ ପୂର୍ବେ ବୁଲା କୁକୁର ଆକ୍ରମଣରେ ନିଜ ୪ ବର୍ଷର ଶିଶୁପୁତ୍ରକୁ ହରାଇଥିବା ବାପା- ମାଙ୍କୁ ମିଳିଛି ନ୍ୟାୟ । ହେଲେ ବୁଲା କୁକୁରଙ୍କ ଆକ୍ରମଣ ଯୋଗୁ ଉଜୁଡ଼ି ଗଲା ସଂସାର । ୨୦୧୬ ଡିସେମ୍ବର ୧ ତାରିଖରେ ପୁରୀ ଜିଲ୍ଲା କୁମ୍ଭାରପଡ଼ା ଥାନା ଜଗନ୍ନାଥ କଲୋନୀରେ ଏକୁଟିଆ ଖେଳୁଥିବା ସମୟରେ ଶିଶୁକୁ ଝୁଣି ଦେଇଥିଲେ ବୁଲା କୁକୁର । ବାପା ହୃଦାନନ୍ଦ ରାଉତ ଓ ତାଙ୍କର ପତ୍ନୀ କାମ କରିବାକୁ ବାହାରକୁ ଯାଇଥିବାବେଳେ ଏହି ଘଟଣା ଘଟିଥିଲା । ପଡ଼ିଶାଙ୍କ ନିକଟରେ ନିଜର ୪ ବର୍ଷର ପୁଅକୁ ଛାଡ଼ି ଯାଇଥିଲେ ଦମ୍ପତି । ଗୁରୁତର ଅବସ୍ଥାରେ ପୁଅକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅକୁ ହରାଇ ଅସହାୟ ହୋଇ ପଡ଼ିଥିବା ବାପାମାଙ୍କୁ ଦୀର୍ଘ ୭ ବର୍ଷ ପରେ ହାଇକୋର୍ଟରୁ ନ୍ୟାୟ ମିଳିଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ପୁରୀ ପୌରାଞ୍ଚଳରେ ବୁଲା କୁକୁରଙ୍କ ଅହେତୁକ ସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ବନ୍ଧ୍ୟାକରଣ, ବୁଲା କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ୪ ବର୍ଷର ଶିଶୁପୁତ୍ର ପରିବାରକୁ କ୍ଷତିପୂରଣ ଦେବା ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ଆଇନଜୀବୀ ବିଭୂତି ଚରଣ ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଓ ରେଡକ୍ରସରୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ କୋର୍ଟରେ ଅବଗତ କରିଥିଲେ ପ୍ରତିପକ୍ଷ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ କ୍ଷତିପୂରଣ ଦେବା ଲାଗି ପୁରୀ ପୌର ପାଳିକା ବା ସରକାରଙ୍କ ପାଖରେ କୌଣସି ପ୍ରାବଧାନ ନାହିଁ ବୋଲି କୋର୍ଟଙ୍କୁ ଦର୍ଶାଇଥିଲେ । ଯାହାକୁ ବିରୋଧ କରିଥିଲେ ଆବେଦନକାରୀ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଆବେଦନକାରୀ ଯୁକ୍ତି ଉପସ୍ଥାପନ କରିଥିଲେ । ରାଜ୍ୟ ସରକାର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କଲେ କୁକୁର କାମୁଡ଼ାରେ ମୃତ୍ୟୁବରଣ କରୁଥିବା ଅନ୍ୟ ଲୋକଙ୍କୁ ମଧ୍ୟ ସହାୟତା ରାଶି ମିଳିପାରିବ ବୋଲି ଆଶା ରଖିଛନ୍ତି ଆଇନଜୀବୀ । 

Sponsored By!

Related Articles :