Food Safety Raid / ରେଶମ ନଗରୀରେ ଖାଦ୍ୟ ନିରାପତ୍ତା ବିଭାଗର ରେଡ୍; ୨୫ କେଜି ଖାଦ୍ୟ ନଷ୍ଟ, ବନ୍ଦ ହେଲା ମିଠା ଭାଟି
·1 hour ago·2 min read

Key Points
ପ୍ରାୟ ୪୦ରୁ ଅଧିକ ଦୋକାନରେ ଚଢ଼ାଉ କରିଛି ବିଇଏମିର ଖାଦ୍ୟ ଓ ନିରାପତ୍ତା ବିଭାଗର ଟିମ୍ । ଅଧିକ କୃତ୍ରିମ ଖାଦ୍ୟ ରଙ୍ଗ ମିଶା ଯାଉଥିବାରୁ ୧୦ କେଜି ମିଠାକୁ ନଷ୍ଟ କରା ଯାଇଛି ।
ବ୍ରହ୍ମପୁର: ପାର୍ବଣ ଋତୁ ଆରମ୍ଭ ସହ ମିଠାର ଚାହିଦା ଢେର୍ ବଢ଼ି ଯାଇଛି । ଆଉ ଚାହିଦା ମେଣ୍ଟାଇବାକୁ ଯାଇ ଅନେକ ଦୋକାନୀ ଗ୍ରାହକଙ୍କ ସ୍ଵାସ୍ଥ୍ୟ ସହ ଖେଳ ଖେଳୁଛନ୍ତି । ପୂର୍ବରୁ ପନୀର ଓ ଛେନାରେ ଅପମିଶ୍ରଣ ହୋଇଥିବା ଧରା ପଡ଼ିଥିବା ବେଳେ ଏବେ ମିଠା ଦୋକାନରେ ଚଢ଼ାଉ ହୋଇଛି ।
ବ୍ରହ୍ମପୁର ମହାନଗର ନିଗମ (BeMC)ର ଖାଦ୍ୟ ନିରାପତ୍ତା ବିଭାଗ ସହରର ବିଭିନ୍ନ ମିଠା ଦୋକାନ ଓ ଷ୍ଟ୍ରିଟ୍ ଫୁଡ ଦୋକାନରେ ଉପରେ ଚଢ଼ାଉ କରିଛି । ରେଶମ ନଗରୀର ସାନ ବଜାର, ବଡ଼ବଜାର, ପ୍ରେମ ନଗର, ହରିଡ଼ାଖଣ୍ଡି, ଇଞ୍ଜିନିୟରିଂ ସ୍କୁଲ୍ ଛକ, ସେଲଟେକ୍ସ ଛକ, ଲାଞ୍ଜିପଲ୍ଲୀ, ରାମଲିଙ୍ଗମ ଛକ ଓ କମାପଲ୍ଲୀରେ ଥିବା ବିଭିନ୍ନ ମିଠା ଓ ଷ୍ଟ୍ରିଟ୍ ଫୁଡ୍ ଦୋକାନରେ ଚଢ଼ାଉ ହୋଇଛି ।
ଏଥିସହ ପଢ଼ନ୍ତୁ: କଲେଜ ନିର୍ବାଚନ ଫଳାଫଳ ପରେ ଉତ୍ତେଜନା: ଶପଥ ଗ୍ରହଣ ଉତ୍ସବ ବାତିଲ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲେଜ ଛୁଟି
ମିଠା ଭାଟିକୁ ବନ୍ଦ ନୋଟିସ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସହରର ପ୍ରାୟ ୪୦ରୁ ଅଧିକ ଦୋକାନରେ ଚଢ଼ାଉ କରିଛି ବିଇଏମିର ଖାଦ୍ୟ ଓ ନିରାପତ୍ତା ବିଭାଗର ଟିମ୍ । ଚଢ଼ାଉ ବେଳେ ୪୦ଟି ଦୋକାନରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି । ଅସ୍ବଚ୍ଛ ପରିବେଶ ମଧ୍ୟରେ ମିଠା ପ୍ରସ୍ତୁତ କରୁଥିବା ଗୋଟିଏ ମିଠା ଭାଟିକୁ ତିନି ଦିନ ପାଇଁ ବନ୍ଦ ରଖିବାକୁ ନୋଟିସ୍ ଜାରି କରାଯାଇଛି ।
୨୫ କେଜି ଖାଦ୍ୟ ଓ ମିଠା ନଷ୍ଟ
ଅଧିକ କୃତ୍ରିମ ଖାଦ୍ୟ ରଙ୍ଗ ମିଶା ଯାଉଥିବାରୁ ୧୦ କେଜି ମିଠାକୁ ନଷ୍ଟ କରା ଯାଇଛି । ସ୍ଵଚ୍ଛତା ବଜାୟ ରଖିବା ସହ ଖାଦ୍ୟ ସୁରକ୍ଷିତ ଭାବେ ପ୍ରସ୍ତୁତ କରିବାକୁ ନେଇ ତିନୋଟି ମିଠା ଦୋକାନକୁ ନୋଟିସ୍ ଜାରି କରାଯାଇଛି । ୧୫ କେଜି ବାସି ଓ ସିନ୍ଥେଟିକ୍ ଖାଦ୍ୟ ରଙ୍ଗ ମିଶ୍ରିତ ଖାଦ୍ୟକୁ ନଷ୍ଟ କରାଯାଇଛି । କିଛି ଦୋକାନୀଙ୍କ ଠାରୁ ମୋଟ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।
ରେଷ୍ଟୁରାଣ୍ଟରେ ରେଡ୍
ଏହା ପୂର୍ବରୁ ୩ ଦିନ ତଳେ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ । ଭୁବନେଶ୍ୱରର କିଟ୍ ଏବଂ ପଟିଆ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଓ ବିଏମ୍ସି ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଭୁବନେଶ୍ବରର ବିଭିନ୍ନ ରେଷ୍ଟୁରାଣ୍ଟରେ ମିଳୁଛି ବାସି ଓ ପଚାସଢା ଖାଦ୍ୟ, ହେଲା ବଡ଼ ଧରଣର ଚଢ଼ାଉ
ଚଢ଼ାଉ ସମୟରେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରୁ ବିପୁଳ ପରିମାଣର ଏକ୍ସପାଏରୀ ଖାଦ୍ୟ ସାମଗ୍ରୀ ଏବଂ ବାସି ଖାଦ୍ୟ ମିଳିଥିଲା । ରେଡ୍ ସମୟରେ ରୋଷେଇଘରର ପରିବେଶ, ପରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରାଯାଇଥିଲା ।

ଯାଞ୍ଚ ସମୟରେ ଏକ୍ସପାଏରୀ ହୋଇଥିବା ଖାଦ୍ୟ ସାମଗ୍ରୀ ସହ ଦୀର୍ଘ ଦିନ ଧରି ରଖାଯାଇଥିବା ବାସି ଖାଦ୍ୟ ମିଳିଥିଲା । ଏହି ସାମଗ୍ରୀଗୁଡ଼ିକୁ ଜବତ କରିବା ସହ ନଷ୍ଟ କରି ଦିଆଯାଇଛି । ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ନେଇ ଅବହେଳା କରୁଥିବା ହୋଟେଲ କର୍ତ୍ତୃପକ୍ଷଙ୍କୁ ଅଧିକାରୀମାନେ କଡ଼ା ତାଗିଦ୍ କରାଯାଇଛି ।
Related Topics
Explore more stories