Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ରିକେଟ ଖେଳରୁ ମହାଭାରତ, ପିଟି ପିଟି ଯବାନଙ୍କୁ ହତ୍ୟା

Jitendra Dash
Browse all articles by Jitendra Dash
·2 years ago·1 min read
କ୍ରିକେଟ ଖେଳରୁ ମହାଭାରତ, ପିଟି ପିଟି ଯବାନଙ୍କୁ ହତ୍ୟା

ଅର୍ଗସ ବ୍ୟୁରୋ : କ୍ରିକେଟ ଖେଳ ପାଇଁ ଗଲା ଯବାନଙ୍କ ଜୀବନ । କ୍ରିକେଟ ଖେଳକୁ ନେଇ ଯବାନଙ୍କୁ ପିଟି ପିଟି ହତ୍ୟା ।  ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କାଳିପଲ୍ଲୀରେ ଘଟିଛି ଏ ଘଟଣା । ମୃତ ଯବାନ ଜେ. ଡିଲେଶ୍ବର ପାତ୍ର । ଗୋପାଳପୁରରୁ ଖେଳ ଦେଖି ଫେରୁଥିବା ବେଳେ ହରିପୁର ଛକ ନିକଟରେ ସଂଘବଧ ଆକ୍ରମଣ କରିଥିଲେ କିଛି ଦୁବୃର୍ତ୍ତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଏମକେସିଜି ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର  ମୃତ୍ୟୁ ଘଟିଛି । ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡିଲେଶ୍ବର କୋଲକାତାରେ କାମ କରୁଥିବା ବେଳେ ୨୦ ଦିନ ଛୁଟିରେ ଘରକୁ ଆସିଥିଲେ । ପୂର୍ବ ଶତୃତାରୁ ଏଭଳି ଘଟଣା ଘଟିଥିବା ବେଳେ କ୍ରିକେଟ ମ୍ୟାଚ ସମୟରେ ଦୃବୃତଙ୍କ ସହ ଯବାନଙ୍କ ବଚସା ହୋଇଥିଲା ଏହି କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ 

Sponsored
Brahmapur Jawan death case | Argus News