ବ୍ରହ୍ମପୁର ଗଣଦୁଷ୍କର୍ମ ମାମଲାର ଆଉ ଏକ ଖୁଲାସା

ଅର୍ଗସ ବ୍ୟୁରୋ : ୪ ଘଣ୍ଟାରୁ ଅଧିକ ସମୟର ଜଘନ୍ୟ କାଣ୍ଡ । ମେସକୁ ଡାକିନେଇ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗ୍ୟାଙ୍ଗରେପ୍ । ଡ୍ରିଙ୍କସରେ ନିଶା ମିଶାଇ ରାତି ୧୦ଟା ଯାଏଁ ଦୁଷ୍କର୍ମ । ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଟିଟନ୍ ଦାସ ହିଁ ତାଙ୍କୁ ଡାକି ନେଇଥିଲା ମେସକୁ । ଏଇ ଟିଟନ୍ ହିଁ ଡ୍ରିଙ୍କସରେ ନିଶା ମିଶାଇ ଦେଇଥିଲା ଛାତ୍ରୀଙ୍କୁ । ଛାତ୍ରୀ ଜଣଙ୍କ ହୋସରେ ନଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହେଲେ । ମେ ୩ରେ ବ୍ରହ୍ମପୁରର ଏଭଳି ଲୋମଟାଙ୍କୁରା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବେ ସନ୍ଦେହ ଘେରରେ । ଅର୍ଗସ ହାତରେ ଲାଗିଥିବା ଏଇ ଏକ୍ସକ୍ଲିସିଭ୍ ଦସ୍ତାବିଜ୍ କହୁଛି ବିକ୍ରମ ଜେନାଙ୍କ ମେଡିକାଲ୍ ଟେଷ୍ଟ ପାଇଁ ଚିଠି ଲେଖିଥିଲା ପୋଲିସ । ତେବେ ତାପରେ କାହିଁକି ବିକ୍ରମଙ୍କୁ ଚାଡିଦେଲା ତାକୁ ନେଇ ଉଠିଛି ପ୍ରଶ୍ନ । ୩ ବିଜେଡି ବିଧାୟକ ଫୋନ୍ କରି ପୋଲିସ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଛି ।
ବିକ୍ରମ ଜେନା କାଳେ ଅଲ ଓଡ଼ିଶା ଡିପ୍ଲୋମା ଷ୍ଟୁଣ୍ଡେଣ୍ଟ ଆସୋସିଏସନର ସଭାପତି ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ତା ସହିତ ଲେଖାହୋଇଛି THE KING MAKER । ଅଭିଯୋଗ ହେଉଛି ବିକ୍ରମ ବିଜେଡିର ଛାତ୍ର ନେତା । ବିଜେଡିର ବଡ଼ ନେତାଙ୍କ ସହ ତାଙ୍କ ଫଟୋ ବି ଆସିଛି ସାମ୍ନାକୁ । ବିଧାୟକ ବିକ୍ରମ ପଣ୍ଡାଙ୍କ ଖାସ୍ ବିକ୍ରମ ବୋଲି ଅଭିଯୋଗ ବି ହୋଇଛି । ପ୍ରଶ୍ନ ଦୁଷ୍କର୍ମରେ ବିକ୍ରମ ସାମିଲ କି, ଯଦି ସାମିଲ ନୁହେଁ କାହିଁକି ହେଲା ତାଙ୍କ ମେଡିକାଲ୍ ଟେଷ୍ଟ, ପୁଣି କାହିଁକି ତାଙ୍କୁ ଛାଡିଦେଲା ପୋଲିସ, କାହିଁକି ଘଟଣାକୁ ଚାପିବାକୁ ଚେଷ୍ଟା କରୁଥିଲା ପୋଲିସ, ନିର୍ବାଚନ ପାଇଁ ପଡିଥିଲା କି ଚାପ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ବ୍ରହ୍ମପୁର ନାହବାଳିକାଙ୍କୁ ମିଳିବ ତ ନ୍ୟାୟ, ଅଭିଯୁକ୍ତ ବିଜେଡି ନେତାଙ୍କୁ ଧରିବ ତ ପୋଲିସ, ପୋଲିସର ଟ୍ରାକ ରେକର୍ଡ କହୁଛି ମହିଳା ନିର୍ଯାତନାରେ ଅପରାଧୀଙ୍କୁ ଘଣ୍ଟ ଘୋଡାଇଛି ପୋଲିସ । ଏବେ ବି ଟିକିରି, ପିପିଲି, କୁନ୍ଦୁଲି ପିଡିତାଙ୍କୁ ମିଳିଲାନି ନ୍ୟାୟ । ମମିତା ଓ ଲକ୍ଷ୍ମୀ ମାଝୀଙ୍କ ମାମଲାରେ ବି ଚୁପ୍ ପୋଲିସ । ଆଉ ସେଥିପାଇଁ ମହିଳା ଅପରାଧରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୯.୩ ପ୍ରତିଶତ ।
