Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଳ ହେଲା ସାଙ୍ଗମାନଙ୍କ ସହ ପହଁରା ଶିଖିବା; ଦଶମରେ ରଖିଥିଲେ ଭଲ ମାର୍କ

Odisha

Swimming Death / କାଳ ହେଲା ସାଙ୍ଗମାନଙ୍କ ସହ ପହଁରା ଶିଖିବା; ଦଶମରେ ରଖିଥିଲେ ଭଲ ମାର୍କ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
କାଳ ହେଲା ସାଙ୍ଗମାନଙ୍କ ସହ ପହଁରା ଶିଖିବା; ଦଶମରେ ରଖିଥିଲେ ଭଲ ମାର୍କ
Swimming Turns Fatal

Key Points

ପୋଖରୀରେ ପହଁରା ଶିଖୁଥିବା ବେଳେ ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି ବ୍ରହ୍ମପୁର ସହରର ଆଙ୍କୁଲି ନିଗମ ନଗର ପୋଖରୀରେ ।
ବ୍ରହ୍ମପୁର: କିଛିଦିନ ତଳେ ଆସିଥିଲା ପୁଅର ଦଶମ ପରୀକ୍ଷା ଫଳ । ପୁଅ ଭଲ ମାର୍କ ରଖିଥିବାରୁ ବାପାମାଆ ଖୁସି ଥିଲେ । ପୁଅକୁ ଭଲ କଲେଜରେ ବିଜ୍ଞାନ ପଢ଼ାଇବାକୁ ନାମଲେଖା ପାଇଁ ଆବେଦନ କରିଥିଲେ । ହେଲେ ଖୁସିର ମୁହୂର୍ତ୍ତ କେଇଟା ଦିନରେ ପାଣିରେ ବୁଡ଼ି ଯାଇଛି, ସବୁ ଆଶା ମଉଳି ଯାଇଛି, ସ୍ଵପ୍ନ ସବୁ ଭାଙ୍ଗି ଦେଇଛି ।

ପୋଖରୀରେ ପହଁରା ଶିଖୁଥିବା ବେଳେ ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ଏହି ଅଘଟଣ ଘଟିଛି ବ୍ରହ୍ମପୁର ସହରର ଆଙ୍କୁଲି ନିଗମ ନଗର ପୋଖରୀରେ । ମୃତ ୨ ଜଣ ହେଲେ ବ୍ରହ୍ମପୁର ଗଜପତି ନଗର ଅଞ୍ଚଳର ବିଶ୍ୱଜିତ୍ ପଣ୍ଡା ଓ ଖୋଡ଼ାସିଙ୍ଗି ଅଞ୍ଚଳର ଅଭିଜିତ୍ ମରାଣ୍ଡି ।

ଏଥିସହ ପଢ଼ନ୍ତୁ: ସୁନ୍ଦରଗଡରେ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ, ଶ୍ରାଦ୍ଧ ଭୋଜି ଖାଇବା ପରେ ବ୍ୟାପିଲା ଝାଡାବାନ୍ତି 

ରବିବାର ସକାଳେ ଗାଧୋଇବା ସହ ପହଁରା ଶିଖିବା ଲାଗି ଚାରି ଜଣ ସାଙ୍ଗ ମିଶି ପୋଖରୀକୁ ଯାଇଥିଲେ । ପହଁରା ଶିଖୁଥିବା ବେଳେ ଦୁଇ ଜଣ ପାଣିରେ ବୁଡ଼ି ଯାଇ ଆଖି ବୁଜିଛନ୍ତି । ସକାଳେ ବିଶ୍ୱଜିତ୍ ଓ ଅଭିଜିତ ଅନ୍ୟ ଦୁଇ ଜଣ ସାଙ୍ଗ ମିଶି ପ୍ରଥମେ ଖେଳିବାକୁ ଯାଇ ରନିଂ କରିଥିଲେ ।

ପରେ ପୋଖରୀରେ ଗାଧୋଇବା ସହ ପହଁରା ଶିଶିବା ଲାଗି ସମସ୍ତେ ଯୋଜନା କରିଥିଲେ । ୪ ଜଣ ନାବାଳକ ଆଙ୍କୁଲି ପୋଖରୀକୁ ଯାଇ ଗାଧୋଇବା ସହ ପହଁରା ଶିଖୁଥିଲେ । ହଠାତ୍ ଜଣେ ପାଣିରେ ବୁଡ଼ି ଯିବାରୁ ଅନ୍ୟ ଜଣେ ଉଦ୍ଧାର ପାଇଁ ଯାଇ ସେ ବି ବୁଡ଼ି ଯାଇଥିଲେ ।

ଏଭଳି ଭାବେ ପାଣିରେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ବ୍ରହ୍ମପୁର ଏମକେସଜି ମେଡିକାଲରେ ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଉଭୟ ଥିଲେ ମେଧାବୀ ଛାତ୍ର

ମୃତ ଦୁଇ ସାଙ୍ଗ ବିଶ୍ୱଜିତ୍ ଓ ଅଭିଜିତ ବ୍ରହ୍ମପୁର ସହରର ଡି–ପଲ ସ୍କୁଲର ମେଧାବୀ ଛାତ୍ର ଥିଲେ । ଉଭୟ ଚଳିତ ବର୍ଷ ମାଟ୍ରିକ୍ ପାସ କରିଥିଲେ । ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖି ପାସ କରିବା ସହ ଯୁକ୍ତ ଦୁଇ ବିଜ୍ଞାନରେ ପଢ଼ିବା ଲାଗି ଆବେଦନ କରିଥିଲେ ଉଭୟ ।

ଏଥିସହ ପଢ଼ନ୍ତୁ: ବିଜୁଳି ବିଭ୍ରାଟକୁ ନେଇ ତେଜୁଛି ଜନ ଅସନ୍ତୋଷ, ବିଦ୍ୟୁତ୍ କାଟ ପ୍ରତିବାଦରେ ଘେରାଉ କରୁଛନ୍ତି ଗ୍ରୀଡ୍ ଅଫିସ 

ମୃତ ବିଶ୍ୱଜିତ କେବଳ ପାଠରେ ନୁହେଁ ବରଂ ଜଣେ ଭଲ ଖେଳାଳି ଥିଲେ । ମୃତ ବିଶ୍ୱଜିତଙ୍କ ବାପା ବିଷ୍ଣୁ ପ୍ରସାଦ ପଣ୍ଡା ବ୍ରହ୍ମପୁର ବିଜେପିର ପୂର୍ବତନ ନଗର ସଭାପତି । ସେହିଭଳି ମୃତ ଅଭିଜିତ୍ ମରାଣ୍ଡିଙ୍କ ଘର ମୟୂରଭଞ୍ଜରେ । ସେ ବ୍ରହ୍ମପୁର ଖୋଡାସିଙ୍ଗି ଅଞ୍ଚଳରେ ପରିବାର ସହ ରହୁଥିଲେ ।

ତେବେ ଘରେ ପୋଖରୀକୁ ଯିବା ପାଇଁ ବାରଣ କରିବା ସତ୍ତ୍ୱେ ସାଙ୍ଗ ସାଥି ହୋଇ ସମସ୍ତେ ଯାଇଥିବା ବେଳେ ଅଘଟଣ ଘଟିଥିବା ପରିବାର ଲୋକେ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Brahmapur Tragedy: Two Class 10 Students Drown While Learning Swimming | Argus News | Argus News