Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କିରୋସିନ୍ ଢାଳି ଯୁବତୀଙ୍କ ଆତ୍ମାହୁତି; କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

Odisha

Ganjam Shock / କିରୋସିନ୍ ଢାଳି ଯୁବତୀଙ୍କ ଆତ୍ମାହୁତି; କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କିରୋସିନ୍ ଢାଳି ଯୁବତୀଙ୍କ ଆତ୍ମାହୁତି; କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ
Young Woman Dies After Setting Herself on Fire

Key Points

ଗଞ୍ଜାମ ଜିଲ୍ଲାରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୨ ଜଣ ଆତ୍ମାହୁତି କରିଛନ୍ତି । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବୁଧବାର ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ଜଣେ ଯୁବତୀ ନିଜ ଉପରେ କିରୋସିନ୍ ଢାଳି ଜୀବନ ହାରିଛନ୍ତି ।
ବ୍ରହ୍ମପୁର: ମାତ୍ର ସପ୍ତାହକ ଭିତରେ ଦୁଇ ଦୁଇ ଜଣଙ୍କ ଆତ୍ମାହୁତି । ଗଞ୍ଜାମ ଜିଲ୍ଲାରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୨ ଜଣ ଆତ୍ମାହୁତି କରିଛନ୍ତି । ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବୁଧବାର ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ ଜଣେ ଯୁବତୀ ନିଜ ଉପରେ କିରୋସିନ୍ ଢାଳି ଜୀବନ ହାରିଛନ୍ତି ।

ସୂଚନା ଅନୁସାରେ, ବଡ଼ବଜାର ଥାନା ଅନ୍ତର୍ଗତ ଶାନ୍ତି ନଗର ୫ମ ଲାଇନରେ ଏହି ଅଘଟଣ ଘଟିଛି । ରାଜେଶ୍ୱରୀ ନାମକ ଜଣେ ଯୁବତୀ ନିଜ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ୪ କେଜି ରୁପା ସହ ଫାଙ୍କା ଗୁଳି ଚାଳନା କରି ନେଇଗଲେ ୩୦ ଗ୍ରାମ ସୁନା ଅଳଙ୍କାର 

ତେବେ ରାଜେଶ୍ଵରୀ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ? ରାଜେଶ୍ଵରୀ ଜୀବନ ହାରିବା ପଛରେ କ'ଣ ରହିଛି କାରଣ ? ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ସପ୍ତାହକ ମଧ୍ୟରେ ବ୍ରହ୍ମପୁରରେ ଏଭଳି ଦୁଇ ଦୁଇଟି ଘଟଣା ଘଟିବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

ଏହା ପୂର୍ବରୁ ଗତ ୯ ତାରିଖରେ ବ୍ରହ୍ମପୁର ଲୋଚାପଡ଼ା ବାସୁଦେବ ନଗରରେ ଜଣେ ମହିଳା ପେଟ୍ରୋଲ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ରାଜଲକ୍ଷ୍ମୀ ମିଶ୍ରଙ୍କୁ ଭୁବନେଶ୍ଵର AIIMSରେ ଭର୍ତ୍ତି କରାଯାଇଥିଲା ।

ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଗତ ୧୨ ତାରିଖରେ ଆଖି ବୁଜିଥିଲେ ରାଜଲକ୍ଷ୍ମୀ । ଦେଢ଼ ବର୍ଷ ତଳେ ରାଜଲକ୍ଷ୍ମୀଙ୍କ ବିବାହ ହୋଇଥିବା ବେଳେ ସେ ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ଯାଇଥିଲା ।

ରାଜଲକ୍ଷ୍ମୀ ତାଙ୍କ ଶାଶୁଘରେ ଆତ୍ମହୁତି ଉଦ୍ୟମ କରିଥିବା ବେଳେ ୪ ଦିନର ସଂଘର୍ଷ ପରେ ଆଖି ବୁଜିଥିଲେ । ଏହି ମାମଲାରେ ପୋଲିସ ରାଜଲକ୍ଷ୍ମୀଙ୍କ ବାପା ସୁବାସ ଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଥିଲେ । କାରଣ ଆତ୍ମହୁତି ପାଇଁ ମୃତ୍ୟୁକାଳୀନ ଜମାନବନ୍ଦୀରେ ବାପାଙ୍କୁ ଦାୟୀ କରିଥିଲେ ରାଜଲକ୍ଷ୍ମୀ ।

ଏଥିସହ ପଢ଼ନ୍ତୁ: ଭୀଷଣ ବର୍ଷା ପାଇଁ ବଡ଼ ନିଷ୍ପତ୍ତି ୨ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ 

ସୂଚନା ଅନୁସାରେ, କିଛି ମାସ ପୂର୍ବରୁ ରାଜଲକ୍ଷ୍ମୀ ନିଜ ବାପା ତାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏପିରିକି ଅନ୍ୟ ଲୋକଙ୍କ ସହ ଖରାପ ସମ୍ପର୍କ ରକିବାକୁ ବାଧ୍ୟ କରିବା ସହ ଗର୍ଭ ନଷ୍ଟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ରାଜଲକ୍ଷ୍ମୀ ।

ତଦନ୍ତ ବେଳେ ମୋବାଇଲରୁ ମଧ୍ୟ ପୋଲିସ ଅଶ୍ଳୀଳ ଚାଟର ପ୍ରମାଣ ପାଇଥିଲା । ପରେ ପୋଲିସ ମୋବାଇଲ ସିଜ୍ କରିଥିଲା । ଫଳରେ ପୋଲିସ ରାଜଲକ୍ଷ୍ମୀଙ୍କ ବାପା ସୁବାସ ଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଥିଲା ।

ହେଲ୍ପଲାଇନ୍

ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍‌ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ । ଜୀବନ ଥିଲେ, ସବୁ ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored