Crime In Odisha / ୪ କେଜି ରୁପା ସହ ଫାଙ୍କା ଗୁଳି ଚାଳନା କରି ନେଇଗଲେ ୩୦ ଗ୍ରାମ ସୁନା ଅଳଙ୍କାର
·1 hour ago·2 min read

Key Points
ଭୟଭୀତ କରି ଫାଙ୍କା ଗୁଳି ଚାଳନା କରି ଲୁଟିନେଲେ ଅଳଙ୍କାର । ଜୁଏଲାରୀ ବନ୍ଦ କରି ବ୍ୟବସାୟୀ ଘରକୁ ଫେରିବା ବେଳେ ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ବିଞ୍ଝାରପୁର (ଯାଜପୁର): ବାଇକ୍ରେ ପିଛା କରି ଆସିଲେ । ସୁନା ବ୍ୟବସାୟୀଙ୍କ ଗାଡ଼ି ଅଟକାଇଲେ । ଭୟଭୀତ କରି ଫାଙ୍କା ଗୁଳି ଚାଳନା କଲେ, ଆଉ ଲୁଟିନେଲେ ଅଳଙ୍କାର । ଜୁଏଲାରୀ ବନ୍ଦ କରି ବ୍ୟବସାୟୀ ଘରକୁ ଫେରିବା ବେଳେ ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ବିଞ୍ଝାରପୁର ଥାନା ଘଣ୍ଟିଆଳି ନିକଟରେ ଏହି ଡକାୟତି ହୋଇଛି ।
ସୂଚନା ଅନୁସାରେ, ମା' ତାରିଣୀ ସୁନା ଦୋକାନର ମାଲିକ ଚନ୍ଦନ ସବୁଦିନ ଭଳି ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ସେହି ସମୟରେ ଘଣ୍ଟିଆଳି ଫାଙ୍କା ରାସ୍ତାରେ ବାଇକ୍ରେ ୩ ଜଣ ଦୁର୍ବୃତ୍ତ ଆସି ଅଟକାଇବା ସହ ଫାଙ୍କା ଗୁଳି ଚାଳନ କରି ଅଳଙ୍କାର ଲୁଟି ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ୯ଟି ମୂଲ୍ୟବାନ ପ୍ଲଟ୍ ସାଙ୍ଗକୁ ବହୁ କୋଠା ଠାବ; ଗିରଫ ହେଲେ କୋଟିପତି ଇଞ୍ଜିନିୟର ବାବୁ
୪ କେଜିରୁ ଅଧିକ ରୁପା ଅଳଙ୍କାର ସହ ୩୦ ଗ୍ରାମରୁ ଅଧିକ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ବିଞ୍ଝାରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ବିଞ୍ଝାରପୁର ଥାନା ଅଞ୍ଚଳରେ ସୁନା ବ୍ୟବସାୟୀଙ୍କୁ ଅଟକାଇ ଫାଙ୍କା ଗୁଳି ଚାଳନା କରି ଅଳଙ୍କାର ଲୁଟ୍ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ବ୍ୟାଙ୍କରୁ ସଶସ୍ତ୍ର ଡକାୟତି
ସେପଟେ ବାଲେଶ୍ଵରରେ ଓଡ଼ିଶା ଗ୍ରାମ୍ୟ ଶାଖାରୁ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଛି । ବାଲେଶ୍ଵର ସଦର ଥାନା ଅନ୍ତର୍ଗତ ରସାଳପୁର ଛକ ନିକଟରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ହୋଇଛି ।
ମଙ୍ଗଳବାର ଅପରାହ୍ଣରେ ୪ ଜଣ ଲୁଟେରା ବ୍ୟାଙ୍କ୍ ଭିତରକୁ ବନ୍ଧୁକ ଧରି ପ୍ରବେଶ କରିଥିଲେ । ବ୍ୟାଙ୍କ ଭିତରେ ଆତଙ୍କ ମଚାଇବା ସହ ବ୍ୟାଙ୍କରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା । ମୋଟ ୬ ଜଣ ଲୁଟେରା ୩ଟି ବାଇକରେ ଆସିଥିଲେ ।
ଏଥିସହ ପଢ଼ନ୍ତୁ: ୨୬ ବର୍ଷ ପରେ ଜେଲରୁ ମୁକୁଳିବେ ଦାରା ସିଂ ! ଅଗଷ୍ଟ ୧୫ ସୁଦ୍ଧା ମୁକ୍ତ କରିବାକୁ କହିଲେ ସୁପ୍ରିମକୋର୍ଟ
୪ ଜଣ ଲୁଟେରା ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ଅନ୍ୟ ଦୁଇ ଜଣ ବାହାରେ ପ୍ରହରା ଦେଇଥିଲେ । ବ୍ୟାଙ୍କରୁ ଲୁଟ୍ କରୁଥିବା ବେଳେ ଲୁଟେରାକୁ ଅଟକାଇବାକୁ ଚେଷ୍ଟା କରି ବ୍ୟାଙ୍କ ମ୍ୟାନେଜର ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ଟଙ୍କା ସହ ବ୍ୟାଙ୍କର ହାର୍ଡଡିସ୍କ ମଧ୍ୟ ନେଇ ଯାଇଛନ୍ତି । ପୋଲିସ ଛାନଭିନ୍ ଆରମ୍ଭ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories