|
logo
Live

Argus News - ବ୍ରାଉନ୍‌ସୁଗାର ନେଟୱାର୍କ : ମହିଳା ସମେତ ୭ ଗିରଫ, ୯ ମୋବାଇଲ୍‌ ଜବତ

Odisha

ବ୍ରାଉନ୍‌ସୁଗାର ନେଟୱାର୍କ : ମହିଳା ସମେତ ୭ ଗିରଫ, ୯ ମୋବାଇଲ୍‌ ଜବତ

Jitendra Dash
Browse all articles by Jitendra Dash
·2 years ago·1 min read
ବ୍ରାଉନ୍‌ସୁଗାର ନେଟୱାର୍କ : ମହିଳା ସମେତ ୭ ଗିରଫ, ୯ ମୋବାଇଲ୍‌ ଜବତ

ଅର୍ଗସ ବ୍ୟୁରୋ : ଜେଲ ଭିତରେ ଚାଲିଥିଲା ଖୁଲମଖୁଲା ବ୍ରାଉନ୍‌ସୁଗାର । ପୋଲିସ ହାତରେ ଧରା ପଡ଼ିଲେ ଅଭିଯୁକ୍ତ । ଖୋର୍ଦ୍ଧା ଜେଲରୁ ବ୍ରାଉନ୍‌ସୁଗାର କାରବାର ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କାଳୁଚରଣ ଭୂୟା, ପ୍ରମୋଦ କୁମାର ପଣ୍ଡା, ସୁମନ ସେଠୀ, ଦେବାଶିଷ ପଟ୍ଟନାୟକ, ପୁଷ୍ପା ନାଏକ, ଏସ୍‌କେ ଆକ୍ରମ ଓ ଅମିତ ସାହୁ । ଏଥି ସହିତ ପୋଲିସ ଜେଲରୁ ଆଉ ୯ଟି ମୋବାଇଲ ଜବତ କରିଛି । ଏହି ମାମଲାରେ ପୂର୍ବରୁ ୪ ଜଣ ଗିରଫ ହୋଇଥିବା ବେଳେ ଏବେ ପୁଣି ୭ ଜଣ ଗିରଫ ହୋଇଛନ୍ତି । ଏଥି ସହିତ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ, ବ୍ରାଉନ୍‌ସୁଗାର କାରବାର ମାମଲାର ପୁଲିସ ଚାରି ଜଣ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିବା । ଅଭିଯୁକ୍ତମାନଙ୍କୁ ଜେରା ବେଳେ ସେମାନେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୭ ଜଣଙ୍କର ନାମ ଖୁଲାସା କରିଥିଲେ । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ବହୁ ଚର୍ଚ୍ଚିତ ‘ପାକୁ’ ହତ୍ୟାକାଣ୍ଡର କୁଖ୍ୟାତ ଅପରାଧୀ ମନୋରଞ୍ଜନ ପ୍ରଧାନ ଓରଫ୍‌ ମିକି, ସଞ୍ଜୟ ପ୍ରଧାନ ଓରଫ୍‌ ସଞ୍ଜୁ, ସେକ୍ ଜାଫର ଓରଫ୍‌ ବାବୁ ଏବଂ ମିକିର ବଡ଼ ଭାଇ ଲକ୍ଷ୍ମୀଧର ପ୍ରଧାନ ଓରଫ୍ ଲକି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବ୍ରାଉନ୍‌ସୁଗାର ନେଟୱାର୍କ : ମହିଳା ସମେତ ୭ ଗିରଫ, ୯ ମୋବାଇଲ୍‌ ଜବତ | Argus News