Matric Result Declared / ଆସିଲା ଦଶମ ପରୀକ୍ଷା ଫଳ, ଆଗରେ ଝିଅ; ସୋମବାର ଠାରୁ ରି-ଚେକିଂ ପାଇଁ ଆବେଦନ
·1 hour ago·2 min read

Key Points
- ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ
- ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୫.୩୩%
- A1 ଗ୍ରେଡ୍ରେ ୨୪୫୬ ଜଣ, A2ରେ ୧୫, ୬୮୧ ଜଣ ଉତ୍ତୀର୍ଣ୍ଣ
- ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍ରେ ଦେଖି ହେବ ରେଜଲ୍ଟ
- bseodisha.ac.in ଓ bseodisha.nic.inରେ ରେଜଲ୍ଟ ଦେଖି ହେବ
କଟକ: ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୫.୩୩% ରହିଛି ।
ଚଳିତବର୍ଷ ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ଦଶମ ପରୀକ୍ଷା ହୋଇଥିଲା । ଦଶମ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୩୬ ହଜାର ୩୦୬ ଜଣ ଛାତ୍ରଛାତ୍ରୀ । ସେଥିମଧ୍ୟରୁ ୫ ଲକ୍ଷ ୧୫ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ସରକାରଙ୍କ ବଡ଼ ଘୋଷଣା; ପ୍ରଥମ ଥର ପାଇଁ ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍
କେଉଁ ଗ୍ରେଡ୍ରେ କେତେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ?
କେଉଁଠି ଦେଖିବେ ରେଜଲ୍ଟ ?
ଏଥିସହ ପଢ଼ନ୍ତୁ: ସମର୍ ଭ୍ୟାକେସନ୍ରେ ଚାଲିବ ପାଠପଢ଼ା; ହ୍ଵାଟ୍ସଆପ୍ରେ ପଢ଼ିବେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ
କମାଲ୍ କଲା ଗଜପତି
ଗଜପତି ଜିଲ୍ଲାରେ ସର୍ବାଧିକ ୯୯.୩୧% ରେଜଲ୍ଟ ହୋଇଛି । ମାଟ୍ରିକ୍ ଫଳାଫଳରେ ଶୀର୍ଷରେ ରହିଛି ଗଜପତି ଜିଲ୍ଲା । କେନ୍ଦୁଝର ଜିଲ୍ଲାରେ ପାସ୍ ହାର ୯୪.୩୫% ରହିଛି । ୩,୩୧୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ ହୋଇଛି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ହାର ଅଧିକ ରହିଛି ।
ସୋମବାର ଠାରୁ ରି-ଚେକିଂ ଆବେଦନ
ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଜୁଲାଇ ପ୍ରଥମ ସପ୍ତାହରେ ଏକ୍ସ-ରେଗୁଲାର ପରୀକ୍ଷା ହେବ । ଏଥିପାଇଁ ଆସନ୍ତା ୮ ତାରିଖରୁ ୧୮ ପର୍ଯ୍ୟନ୍ତ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ । ବୋର୍ଡ ୱେବସାଇଟ ଯାଇ ଫର୍ମ ପୂରଣ କରିପାରିବେ । ସୋମବାର ଠାରୁ ରିଚେକିଂ ପାଇଁ ଅନ୍ଲାଇନରେ ଆବେଦନ କରାଯାଇ ପାରିବ ।

- A1 ଗ୍ରେଡ୍ରେ ୨ ହଜାର ୪୫୬ ଜଣ ପାସ୍ ହୋଇଛନ୍ତି ।
- A2 ଗ୍ରେଡ୍ରେ ୧୫ ହଜାର ୬୮୧ ଜଣ କୃତକାର୍ଯ୍ୟ ହୋଇଛନ୍ତି ।
- B1 ଗ୍ରେଡ୍ରେ ୪୩ ହଜାର ୫୬୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
- B2 ଗ୍ରେଡ୍ରେ ୮୬ ହଜାର ୧୦୩ ଜଣ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି ।
- C ଗ୍ରେଡ୍ରେ ୧ ଲକ୍ଷ ୨୯ ହଜାର ୮୧୩ ଜଣ ପାସ୍ ହୋଇଛନ୍ତି ।
- D ଗ୍ରେଡ୍ରେ ୧ ଲକ୍ଷ ୪୬ ହଜାର ୧୫୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
- E ଗ୍ରେଡ୍ରେ ପାସ୍ ହୋଇଛନ୍ତି ୯୫ ହଜାର ୪୮୧ ଜଣ ଶିକ୍ଷାର୍ଥୀ ।
କେଉଁଠି ଦେଖିବେ ରେଜଲ୍ଟ ?
- ସନ୍ଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍ରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ଦେଖି ହେବ ।
- ରେଜଲ୍ଟ ଦେଖିବା ପାଇଁ http://bseodisha.ac.in ଓ http://bseodisha.nic.in ପରିଦର୍ଶନ କରନ୍ତୁ ।
- SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ ।
- OR10 (Roll No) ଟାଇପ୍ କରି 5676750କୁ ମେସେଜ୍ କଲେ ଆସିଯିବ ପରୀକ୍ଷା ଫଳ ।
ଏଥିସହ ପଢ଼ନ୍ତୁ: ସମର୍ ଭ୍ୟାକେସନ୍ରେ ଚାଲିବ ପାଠପଢ଼ା; ହ୍ଵାଟ୍ସଆପ୍ରେ ପଢ଼ିବେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ
କମାଲ୍ କଲା ଗଜପତି
ଗଜପତି ଜିଲ୍ଲାରେ ସର୍ବାଧିକ ୯୯.୩୧% ରେଜଲ୍ଟ ହୋଇଛି । ମାଟ୍ରିକ୍ ଫଳାଫଳରେ ଶୀର୍ଷରେ ରହିଛି ଗଜପତି ଜିଲ୍ଲା । କେନ୍ଦୁଝର ଜିଲ୍ଲାରେ ପାସ୍ ହାର ୯୪.୩୫% ରହିଛି । ୩,୩୧୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ ହୋଇଛି । ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ହାର ଅଧିକ ରହିଛି ।
ସୋମବାର ଠାରୁ ରି-ଚେକିଂ ଆବେଦନ
ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଜୁଲାଇ ପ୍ରଥମ ସପ୍ତାହରେ ଏକ୍ସ-ରେଗୁଲାର ପରୀକ୍ଷା ହେବ । ଏଥିପାଇଁ ଆସନ୍ତା ୮ ତାରିଖରୁ ୧୮ ପର୍ଯ୍ୟନ୍ତ ଫର୍ମ ପୂରଣ କରିବେ ଛାତ୍ରଛାତ୍ରୀ । ବୋର୍ଡ ୱେବସାଇଟ ଯାଇ ଫର୍ମ ପୂରଣ କରିପାରିବେ । ସୋମବାର ଠାରୁ ରିଚେକିଂ ପାଇଁ ଅନ୍ଲାଇନରେ ଆବେଦନ କରାଯାଇ ପାରିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories