ସରକାରୀ ଅଫିସରେ BSNL ନେଟୱାର୍କ ବାଧ୍ୟତାମୂଳକ, ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର

Key Points
ସରକାରୀ ଅଫିସରେ BSNL ନେଟୱାର୍କ। କଡା ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସବୁ ବିଭାଗକୁ ଚିଠି।
ଏଣିକି ସରକାରୀ ଅଫିସରେ BSNL ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ । ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସବୁ ବିଭାଗକୁ ଚିଠି ଲେଖି ଜଣାଇଛି ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ । ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ BSNL ଇଣ୍ଟରନେଟ୍, ବ୍ରଡ୍ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଲିଜ ଲାଇନ ସେବା ବ୍ୟବହାର ହେବ ।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ, ପୂଜା ପୂର୍ବରୁ ସଜଡ଼ାଯିବ ସମସ୍ତ ଖାଲଖମା ରାସ୍ତା ସହ ମୁକୁଳା ଡ୍ରେନ୍
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସମବାୟ ବିଭାଗ ଏନେଇ ନିର୍ଦ୍ଦେଶବଳୀ ଜାରି କରିଛନ୍ତି । ରାଜ୍ୟର ସମସ୍ତ DRCS, ARCSଙ୍କୁ ସମବାୟ ନିର୍ଦ୍ଦେଶକ ଚିଠି କରିଛନ୍ତି । ତୁରନ୍ତ ସମୀକ୍ଷା ସହ ଚାଲୁଥିବା ସେବାରେ ବାଧା ସୃଷ୍ଟି ନକରି BSNL ସେବା ହସ୍ତାନ୍ତର କରିବେ । ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ପ୍ରଦାନ କରିବେ ରିପୋର୍ଟ । BSNLର ବ୍ୟବହାର ନେଇ DRCS ଏବଂ ARCS ସେମାନଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଜାରି କରିବେ ।