Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଜି ପୁଣି ସହରର ୨ଟି ମନ୍ଦିରରୁ ଚୋରି

Odisha

ଆଜି ପୁଣି ସହରର ୨ଟି ମନ୍ଦିରରୁ ଚୋରି

Jitendra Dash
Browse all articles by Jitendra Dash
·2 years ago·1 min read
ଆଜି ପୁଣି ସହରର ୨ଟି ମନ୍ଦିରରୁ ଚୋରି

ଅର୍ଗସ ବ୍ୟୁରୋ : ବୌଦ୍ଧରେ ମାତିଛନ୍ତି ମନ୍ଦିର ଲୁଟେରା । ଆଜି ପୁଣି ସହରର ୨ ଟି ମନ୍ଦିରରୁ ଚୋରି । ଭୈରବୀ ମନ୍ଦିରରୁ ମା'ଙ୍କ ସୁନା ଆଖି ଓ ଟିକିଲି ତାଡ଼ି ନେଲେ ଲୁଟେରା । ଗାୟତ୍ରୀ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ସୁନା ଲୁଟ । ସୂଚନା ଅନୁଯାୟୀ ବୌଦ୍ଧ ସହରର ଭୈରବୀ ମନ୍ଦିରରୁ ଗତକାଲି ରାତିରେ ଲୁଟେରା ମାନେ ମନ୍ଦିର ମୁଖ୍ୟ ଫାଟକ ଭାଙ୍ଗି ଭୈରବୀ ମାଙ୍କ ପ୍ରତିମୂର୍ତ୍ତିରୁ ସୁନା ଆଖି ଓ ଟିକିଲି ନେଇଯାଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ସକାଳୁ ପୂଜା ପାଇଁ ପୂଜକ ଆସି ଦେଖି ପୋଲିସକୁ ଖବର ଦେଇଥିଲେ । ସେହିପରି ଗାୟତ୍ରୀ ମନ୍ଦିରରୁ ତାଲା ଭାଙ୍ଗି ଦାନ ହୁଣ୍ଡିରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ତେବେ ବୌଦ୍ଧ ଅଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ନ ଚଳାଇଛି । ତେବେ ଗତ ୩୦ ଦିନ ମଧ୍ୟରେ ସହର ୩ ଚନ୍ଦ୍ରଚୁଡ଼ ମନ୍ଦିରର ଦାନହୁଣ୍ଡି, ହନୁମାନ ମନ୍ଦିରର ରୂପା ଗଦା ଓ ଅଳଙ୍କାର ଓ ବାପୁଜି ନଗର ମନ୍ଦିରରୁ ଚୋରି ହୋଇଥିଲା ।  ତେବେ ଦୁଇଟି ମନ୍ଦିରରୁ ଚୋରି ଘଟଣା ମିଶାଇ ସମୁଦାୟ ସହରର ୫ ଟି ମନ୍ଦିରରୁ ଚୋରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Buddha Temple Loot Case | Argus News