Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁର ବସ୍‌ ଦୁର୍ଘଟଣା, ଜାଣନ୍ତୁ କେମିତି ହୋଇଥିଲା ଦୁର୍ଘଟଣା

Jitendra Dash
Browse all articles by Jitendra Dash
·2 years ago·2 min read
ଯାଜପୁର ବସ୍‌ ଦୁର୍ଘଟଣା, ଜାଣନ୍ତୁ କେମିତି ହୋଇଥିଲା ଦୁର୍ଘଟଣା

ଅର୍ଗସ ବ୍ୟୁରୋ : ଯାଜପୁର ବାରବାଟୀ ଠାରେ ଘଟିଥିବା ଯାତ୍ରୀ ବାହୀ ବସ ଦୁର୍ଘଟଣାରେ ଚାଲିଯାଇଛି ୫ ଅମୂଲ୍ୟ ଜୀବନ । ସମସ୍ତ ମୃତକ ପଶ୍ଚିମବଙ୍ଗ ବାସିନ୍ଦା ବୋଲି ସଷ୍ଟ ହୋଇ ସାରିଛି । ସେପଟେ ବସ ଦୃଘଟଣା ଯୋଗୁଁ ଆହତ ହୋଇଥିବା ସମସ୍ତ ୪୭ ଜଣ ଆହତଙ୍କ ମଧ୍ୟରୁ କେବଳ ୧୦ ଜଣଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ପଞ୍ଚିମ ବଙ୍ଗ ବାସିନ୍ଦା  । ତେବେ ଏସସିବିରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରୁ ୨୬ ଜଣଙ୍କୁ ମଙ୍ଗଳବାର ଦିନ ଡିସଚାର୍ଜ କରିଦିଆଯାଇଛି । ଡିସଚାର୍ଜ ହୋଇଥିବା ଲୋକମାନଙ୍କୁ ସେମାନଙ୍କ ଘରକୁ ନେବା ପାଇଁ ପଶ୍ଚିମବଙ୍ଗରୁ ୭ଟି ଆମ୍ବୁଲାନ୍ସ ଏସସିବିରେ ପହଁଚି ଥିଲା । ବାକି ଥିବା ୨୧ ଜଣ ଏବେ ବି ବିଭିନ୍ନ ଓ୍ବାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଅଛନ୍ତି । 

ତେବେ କାହିଁକି ଘଟଲା ଏହି ମର୍ମନ୍ତୁତ ସଡକ ଦୁର୍ଘଟଣା ? ଏହା ପଛର ପ୍ରକୃତ କାରଣ କଣ ? ଏହି ଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠୁଥିବା ବେଳେ ଦୁର୍ଘଟଣାଟି ବସର ଡ୍ରାଇଭରଙ୍କ ଭୁଲ ଯୋଗୁଁ ଘଟିଥିବାର ଅନେକ ସମ୍ଭାବନା ରହିଥିବା କହିଛି ରାଜ୍ୟ ପରିବହନ ପ୍ରାଧିକାରଣ ବା ଏସ.ଟି.ଏ । ଦୁର୍ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିବା ପରେ ଏହି ନିର୍ଯ୍ୟାସରେ ପହଁଚିଛି ଏସ.ଟି.ଏ । ଏସ.ଟି.ଏର କହିବା ମୁତାବକ ସେହି ସ୍ଥାନରେ ରୋଡ ଇଞ୍ଜିନିୟରିଂରେ କୌଣସି ତୃଟି ନଥିଲା । ତେଣୁ ବସର ଡ୍ରାଇଭର ଜଣଙ୍କ ବାମପଟେ ଓଭର ଟେକ କରୁଥିବା ସମୟରେ କିମ୍ବା ଗାଡି ଚଳାଉଥିବା ବେଳେ ମୋବାଇଲ ବା ଅନ୍ୟ କୌଣସି କାରଣକୁ ନେଇ ଅନ୍ୟମନସ୍କ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବସରେ ଦୁଇ ଜଣ ଡ୍ରାଇଭର ଥିବା ଜଣା ପଡ଼ିଥିବା ବେଳେ ଫେରାର ଥିବା ଦୁଇ ଡ୍ରାଇଭରଙ୍କ ମଧ୍ୟରୁ ଜଣେ ଆଜି ଅପରାହ୍ନରେ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହୋଇଥିବା ଜଣା ପଡିଛି । ସେପଟେ ବସର ଡ୍ରାଇଭରଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୦୪ ଦଫାରେ ମାମଲା ରୁଜୁ କରାଯିବ ବୋଲି କହିଛି ଏସ.ଟି.ଏ । ସାଧାରଣତଃ ରାତିରେ ବସ ଗୁଡ଼ିକ ଅତି ତୀବ୍ର ବେଗରେ ଯିବାଆସିବା କରିଥାଆନ୍ତି । ତେଣୁ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସାଧାରଣରେ ଦାବି ଉଠୁଛି ।
 
 

Sponsored
Bus accident in Odisha's Jajpur district due to 'driver negligence' | Argus News