Heart Attack / ଚଳନ୍ତା ବସରେ ଡ୍ରାଇଭରଙ୍କ ହୃଦ୍ଘାତ: ନିଜେ ସିନା ଚାଲିଗଲେ ବଞ୍ଚାଇଦେଲେ ୫୦ ଜୀବନ
·10 months ago·2 min read

Key Points
ନିଜର ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୫୦ରୁ ଅଧିକ ଜୀବନ
ହୃଦଘାତରେ ଚାଲିଗଲା ବସ ଡ୍ରାଇଭରଙ୍କ ଜୀବନ
ବିଶାଖା ନାମକ ଘରୋଇ ବସ୍ରେ ଘଟିଛି ଏଭଳି ଅଘଟଣ
ହୃଦଘାତରେ ଚାଲିଗଲା ବସ ଡ୍ରାଇଭରଙ୍କ ଜୀବନ
ବିଶାଖା ନାମକ ଘରୋଇ ବସ୍ରେ ଘଟିଛି ଏଭଳି ଅଘଟଣ
ଏମିତି ବି ଆସେ ମୃତ୍ୟୁ । କଥାଟା ଶୁଣିଲେ ଆପଣଙ୍କୁ ବି କଷ୍ଟ ଦେବ। ଭଗବାନ କିଭଳି ଏତେ ନିଷ୍ଠୁର ହୋଇଗଲେ। ରାସ୍ତାରେ ଯେମିତି ଯମ ଛକି ବସିଥିଲା। ବସ୍ ଚଲାଇଲା ବେଳେ ହଠାତ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ତାପରେ ହଠାତ୍ ତାଙ୍କ ଜୀବନ ଚାଲିଗଲା । ନିଜେ ସିନା ଚାଲିଗଲେ ହେଲେ ୫୦ ଜଣଙ୍କ ଜୀବନ ବଞ୍ଚାଇ ଦେଲେ । ଆଜି ଏକ ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି ୫୦ ଯାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରୁ ଏମିତି ଏକ ଖବର ସାମ୍ନାକୁ ଆସିଛି । ବସ୍ଟି ଭୁବନେଶ୍ୱରରରୁ ଭଞ୍ଜନଗର ଯାଉଥିଲା । କିନ୍ତୁ ଏମିତି ହେବ ବୋଲି କିଏ ଜାଣିଥିଲା ?
ନିଜର ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୫୦ରୁ ଅଧିକ ଜୀବନ । ହୃଦଘାତରେ ଚାଲିଗଲା ବସ ଡ୍ରାଇଭରଙ୍କ ଜୀବନ । ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିବା ବିଶାଖା ନାମକ ଘରୋଇ ବସ ବୋଲଗଡ଼ ଷ୍ଟାଣ୍ଡରୁ ଯାତ୍ରୀ ନେଇ କିଛି ବାଟ ଗଲା ପରେ ଡ୍ରାଇଭର ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ବସ ଷ୍ଟାର୍ଟ ବନ୍ଦ କରି ତଳକୁ ଓହ୍ଲାଇ ପଡିଥିଲେ ଡ୍ରାଇଭର।
ତା'ପରେ ବସର କଣ୍ଡକ୍ଟର ଡ୍ରାଇଭରଙ୍କୁ ପାଣି ପିଆଇ ଅଟୋ ସାହାଯ୍ୟରେ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବସ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ। ବସରେ ଥିଲେ ୫୦ରୁ ଅଧିକ ଯାତ୍ରୀ । ବୋଲଗଡ ବଜାର ନନ୍ଦିଘୋଷ ଛକଠାରେ ଘଟିଛି ଏପରି ଅଘଟଣ। ସ୍ଥାନୀୟ ଲୋକ ଏହି ଖବର ଜାଣିବାପରେ ସେମାନଙ୍କ ଆଖି ଛଳ ଛଳ ହୋଇଯାଇଛି।
ଏହାସହ ପଢ଼ନ୍ତୁ: ବଜାର ଯାଇ କୁଆଡ଼େ ଗାଏବ ହୋଇଗଲେ ଦିଲୀପ ? କେନାଲରୁ ମିଳିଲା ବାଇକ୍, ମିଳୁନି ଖୋଜ ଖବର
ଆଜିକାଲି ହୃଦଘାତ କାହିଁକି ବଢ଼ୁଛି?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବର୍ତ୍ତମାନ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ଯେଉଁରୋଗ କେବଳ ବୃଦ୍ଧମାନଙ୍କ ସହିତ ଜଡ଼ିତ ବୋଲି କୁହାଯାଉଥିଲା। ଏବେ ସେହି ରୋଗ ୨୫ରୁ ୪୫ ବର୍ଷ ମଧ୍ୟରେ ଦେଖାଯାଉଛି। ଏହା ପଛରେ କେତେକ ବୈଜ୍ଞାନିକ ଓ ଭୁଲ ଜୀବନଶୈଳୀ କାରଣରୁ ହେଉଛି।
ସର୍ବପ୍ରଥମେ, ଚାପ ଓ ମେଣ୍ଟାଲ୍ ଷ୍ଟ୍ରେସ୍। ଆଧୁନିକ ଜୀବନରେ କାମର ଚାପ, ପାରିବାରିକ ଚିନ୍ତା ଓ ଅନଲାଇନ୍ ଲାଇଫ୍ କମ୍ପିଟିସନ୍ରେ ମନ ଅସ୍ଥିର ରହୁଛି। ଏଥିରୁ ହର୍ମୋନ୍ ଅସନ୍ତୁଳନ ହୋଇ ହୃଦଘାତର ଏକ ବଡ଼ କାରଣ ପାଲଟିଛି।
ଏହାସହ ପଢ଼ନ୍ତୁ: ବ୍ୟାଡ୍ମିଣ୍ଟନ ଖେଳିବାକୁ ଯାଇଥିଲେ: ହୃଦଘାତରେ ଚାଲିଗଲା ଜୀବନ
ଦ୍ୱିତୀୟ, ଅସନ୍ତୁଳିତ ଖାଦ୍ୟ ଓ ଜଙ୍କ୍ ଫୁଡ୍। ଅଧିକ ତେଲ, ଲୁଣ, ଚିନି, ପ୍ରୋସେସଡ୍ ଖାଦ୍ୟ ଖାଇଲେ ଏହା ହୃଦଘାତକୁ ଆମନ୍ତ୍ରଣ ଦେଇଥାଏ।
ତୃତୀୟ, ଶାରୀରିକ କ୍ରିୟାକଳାପର ଅଭାବ। ବ୍ୟାୟାମ ନ କରିବା, ବହୁତ ସମୟ ଖାଲି ବସି ରହିବା ହୃଦୟକୁ ଦୁର୍ବଳ କରେ।
ଚତୁର୍ଥ, ଧୁମ୍ରପାନ, ମଦ୍ୟପାନ ଓ ନିଶା। ଏହି ଅଭ୍ୟାସ ରକ୍ତନଳୀକୁ କ୍ଷତି କରିଥାଏ ଓ ହୃଦରେ ଅତିରିକ୍ତ ଚାପ ସୃଷ୍ଟି କରେ। ସେହିପରି ଡାଇବେଟିସ୍, ରକ୍ତଚାପ ଓ ମୋଟାପଣ। ଏହି ସମସ୍ୟାଗୁଡ଼ିକ ଅଧିକାଂଶରୁ ଜୀବନଶୈଳୀ ସମ୍ବନ୍ଧୀୟ ଓ ହୃଦଘାତର ମୂଳ କାରଣ।
ଅଚାନକ ଅଧିକ ଶରୀରକୁ କଷ୍ଟ ଦେଉଥିବା ଭଳି କାର୍ଯ୍ୟ ବା ଅଧିକ ୱାର୍କଅଉଟ୍ ହୃଦଘାତରେ କାରଣ ହୋଇଥାଏ।

Related Topics
Explore more stories