Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋ ସ୍ତ୍ରୀ ଜଳିଯିବା ଘଟଣାକୁ ୭ ଦିନ ବିତିଗଲାଣି, ଆଉ କେତେ ଦିନ ନେବେ

Odisha

ମୋ ସ୍ତ୍ରୀ ଜଳିଯିବା ଘଟଣାକୁ ୭ ଦିନ ବିତିଗଲାଣି, ଆଉ କେତେ ଦିନ ନେବେ

Jitendra Dash
Browse all articles by Jitendra Dash
·2 years ago·1 min read
ମୋ ସ୍ତ୍ରୀ ଜଳିଯିବା ଘଟଣାକୁ ୭ ଦିନ ବିତିଗଲାଣି, ଆଉ କେତେ ଦିନ ନେବେ

ଅର୍ଗସ ବ୍ୟୁରୋ : ମତେ ମୋ ସ୍ତ୍ରୀର ଶବ ଦରକାର । ମୋ ସ୍ତ୍ରୀ ତ ମରିଗଲା, କମସେକମ ତାର ଶବ ତ ମତେ ଦିଆଯାଉ । ମୋ ସ୍ତ୍ରୀ ଜଳିଯିବା ଘଟଣାକୁ ୭ ଦିନ ବିତିଗଲାଣି, ଆଉ କେତେ ଦିନ ନେବେ । ମୋ କୁନି ପିଲା ଠାରୁ ଆରମ୍ଭ କରି ମୋ ପରିବାର, ସମସ୍ତେ ସେମିତି ଚାହିଁ ବସିଛନ୍ତି । କେବେ ଫେରିବ ମୋ ସ୍ତ୍ରୀର ଶବ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଦୀପାବଳି ଉପଲକ୍ଷେ କଲିକତାରୁ ଫେରୁଥିବା ବସ ବାଲେଶ୍ୱର ଠାରେ ଜଳିଯିବା ଘଟଣାକୁ ୭ ଦିନ ବିତିଯାଇଥିଲେ ମଧ୍ୟ, ବସ ମଧ୍ୟରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଏକ ମାତ୍ର କେନ୍ଦ୍ରାପଡାର ଜଣେ ମହିଳାଙ୍କ ଶବ ଏଯାଏଁ ତାଙ୍କ ପରିବାରକୁ ହସ୍ତାନ୍ତର ହୋଇ ପାରିଲା ନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୋଟେ ପଟେ ପରିବାର ବୋହୁକୁ ହରାଇ ସମ୍ପୂର୍ଣ୍ଣ ହତତ୍ସାୟିତ ହୋଇପଡିଥିବା ବେଳେ, ଅନ୍ୟପଟେ ତାଙ୍କ ବୋହୁର ଶବକୁ ଏପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଚି଼ହ୍ନଟ କରି  ହସ୍ତାନ୍ତର କରିବାକୁ ବିଳମ୍ବ କରୁଥିବାରୁ, ଆଜି ଉକ୍ତ ମୃତ ମହିଳାଙ୍କ ସ୍ୱାମୀ ରାଜେନ୍ଦ୍ର ଦାସ ନିଜ ସ୍ତ୍ରୀର ଶବକୁ ପାଇବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

Raja Festival
Sponsored
Bus Fire case | Argus News