Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଟି ଚିଟଫଣ୍ଡ ମାମଲାରେ ବ୍ୟବସାୟୀ ଭିନିତ ଲଲାନିଙ୍କୁ ଜେରା

Jitendra Dash
Browse all articles by Jitendra Dash
·2 years ago·1 min read
ଏଟି ଚିଟଫଣ୍ଡ ମାମଲାରେ ବ୍ୟବସାୟୀ ଭିନିତ ଲଲାନିଙ୍କୁ ଜେରା

ଅର୍ଗସ ବ୍ୟୁରୋ : ଅର୍ଥତତ୍ୱ ଚିଟ ଫଣ୍ଡ ମାମଲା । ଇଡିରେ ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା କରାଯାଇଛି । ପ୍ରଥମ ପର୍ଯ୍ୟାୟ ଜେରା ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ଜେରା ଆରମ୍ଭ ହୋଇଛି । ମାର୍ଚ୍ଚ ୭ ତାରିଖରେ ଇଡି ପକ୍ଷରୁ ଅର୍ଥତତ୍ୱ ଚିଟଫଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଘରେ ଚଢ଼ାଉ କରିଥିଲେ ଇଡି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଭୁବନେଶ୍ୱର ୬ଟି ସ୍ଥାନ ସମେତ ବ୍ରହ୍ମପୁର ଓ ଛତ୍ରପୁରର ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ସମୟରେ ଇଡି ୩୫ ଲକ୍ଷ ଟଙ୍କାର ଏକ ଅଡ଼ି କାର ସହ ୨୩ ଲକ୍ଷ ନଗଦ ଟଙ୍କା, ୨୪ ଲକ୍ଷ ୧୫ ହଜାର ଟଙ୍କାର ସୁନା ଗହଣା, ବ୍ୟାଙ୍କ ଚେକ୍ ସହ ସେଲ ଡିଡ଼ ଆଗ୍ରିମେଣ୍ଟ ଓ ଡିଜିଟାଲ ପ୍ରମାଣ ପତ୍ର ଜବତ କରିଥିଲା । ଚଢ଼ାଉ ପରେ ଏଟି ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Businessman Vinit Lalani was questioned in this scam case | Argus News