|
logo
Live

Argus News - ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ଥମିଲା ପ୍ରଚାର

Odisha

ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ଥମିଲା ପ୍ରଚାର

Jitendra Dash
Browse all articles by Jitendra Dash
·1 year ago·1 min read
ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ଥମିଲା ପ୍ରଚାର

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର ଶେଷ ହୋଇଛି । ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ମଧ୍ୟ ଥମିଛି ପ୍ରଚାର । ଶନିବାର ଏହି ଦୁଇ ଲୋକସଭା ଆସନରେ ହେବ ଭୋଟିଂ । ଏଠାରେ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ରିପିଟ କରିଥିବାବେଳେ ବିଜେଡି ମନ୍ମଥ ରାଉତରାୟଙ୍କୁ ମଇଦାନକୁ ଓହ୍ଲାଇଛି । କଂଗ୍ରେସ ତରଫରୁ ୟାସିର ନଓ୍ବାଜ୍ ଲଢେଇ କରୁଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଅନ୍ୟପଟେ କଟକ ଆସନ ଉପରେ ବି ନଜର ରହିଛି । ଏଠାରେ ଭର୍ତ୍ତୃହରି ମହତାବଙ୍କୁ ବିଜେପି ଟିକେଟ ଦେଇଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର । ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ଅନେକ ହାଇପ୍ରୋଫାଇଲ ବିଧାନସଭା ଆସନରେ ବି ଭୋଟିଂ ହେବ । ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ଥମିଲା ପ୍ରଚାର | Argus News