Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦୁଇଥର ପଦ୍ମଫୁଲରେ ଭୋଟ୍ ଦେଇ ବିଜେପି ପ୍ରାର୍ଥୀଙ୍କୁ ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ

Odisha

ଦୁଇଥର ପଦ୍ମଫୁଲରେ ଭୋଟ୍ ଦେଇ ବିଜେପି ପ୍ରାର୍ଥୀଙ୍କୁ ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·3 min read
ଦୁଇଥର ପଦ୍ମଫୁଲରେ ଭୋଟ୍ ଦେଇ ବିଜେପି ପ୍ରାର୍ଥୀଙ୍କୁ ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବିଜେଡି ସରକାର ରାଜ୍ୟବାସୀଙ୍କୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ କରୁଛନ୍ତି । ୨୪ ବର୍ଷ ଧରି କାହିଁକି ମାଗଣା ବିଜୁଳି ଦେଲେନାହିଁ ? ତାଙ୍କର ଏହି ଘୋଷଣା ‘ବୁଢା ବାଘର କଙ୍କଣ ଦାନ ଉପାଖ୍ୟାନ’ ପରି ଲାଗୁଛି ବୋଲି ବୁଧବାର ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀର ମାରାଥନ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ଛେଣ୍ଡିପଦା, ଆଠମଲ୍ଲିକର କିଶୋରନଗର, କୁଚିଣ୍ଡାର ଗୁଲୁଜିପାଲି ଓ ରେଢାଖୋଲର ମାନେଶ୍ୱର ଧମା ଠାରେ ଦଳୀୟ ପ୍ରାର୍ଥୀଙ୍କ ସହ ନିର୍ବାଚନ ପ୍ରଚାର କରିବା ସହିତ ଜନସାଧାରଣଙ୍କୁ ବିଜେପିରେ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷର ବିଜେଡି ସରକାରରେ ରାଜ୍ୟରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଦାଦନ ସମସ୍ୟା ଚିନ୍ତାଜନକ । ମୋଦୀ ସରକାର ପିଇବା ପାଣି ପାଇଁ ୧୦ ହଜାର କୋଟି ଟଙ୍କା ଦେଲେ । ଏଠାକାର ସରକାର ତାମିଲ ଠିକାଦାରଙ୍କୁ କାମ ଦେଇ ହରିଲୁଟ୍ କଲେ । ଲୋକଙ୍କୁ ପାଣି ମିଳିଲା ନାହିଁ । ଜଳସେଚନ ସୁବିଧା ନଥିବାରୁ ଜମି ମରୁଡ଼ି ପଡ଼ୁଛି । ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । କାମ ନ ପାଇ ଲୋକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ପ୍ରହସନ ସେମାନେ ରଚୁଛନ୍ତି । ଏତେ ବର୍ଷ ଧରି ଶାସନ ବ୍ୟବସ୍ଥା ରହିବା ପରେ ମଧ୍ୟ କାହିଁକି ଏ କଥା ଚିନ୍ତା କଲେ ନାହିଁ ? ବିଜେପି କ୍ଷମତାକୁ ଆସିଲେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଯିବ । ଏଥିପାଇଁ ଘରେ ଘରେ ସୋଲାର ପ୍ୟାନେଲ ଲାଗିବ ।

ବିଜେପିର ସଂକଳ୍ପ ପତ୍ର ଉପରେ ଆଲୋକପାତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଜେପି ସରକାର ହେଲେ ମତ୍ସ୍ୟଜୀବୀ ଓ କୈବର୍ତ୍ତମାନଙ୍କୁ ୧୦ ହଜାର ଟଙ୍କା ଦିଆଯିବ । ଦେଶୀ ମଦ ଉପରେ କଟକଣା କରାଯିବ ।  ମାଆ ଭଉଣୀ ମାନଙ୍କ ଉପରେ ଅତ୍ୟାଚାର ବନ୍ଦ ହେବ । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । କୃଷିଭିତ୍ତିକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ସହ ଚାଷର ବିକାଶ କରାଯିବ । ଲିଚୁ ଚାଷକୁ ପ୍ରତ୍ସୋହନ ଦିଆଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଅଧିକ ୧୫ ଲକ୍ଷ ଘର ପ୍ରଦାନ କରାଯିବ । ସବୁ ଘରେ ପିଇବା ପାଣି, ଶୌଚାଳୟ, ଗ୍ୟାସର ବ୍ୟବସ୍ଥା ହେବ । ରତ୍ନଭଣ୍ଡାର ଖୋଲାଯିବ । ଚିଟଫଣ୍ଡ ଟଙ୍କା ଫେରସ୍ତ କରାଯିବ । ଶୀତଳଭଣ୍ଡାର ସ୍ଥାପନ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାସହ ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବା ନେଇ ମୋଦୀଙ୍କ ଗ୍ୟାରେଣ୍ଟି ଅଛି । ସବୁ ଜିଲ୍ଲାରେ ମେଡିକାଲ କଲେଜ, ନର୍ସିଂ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲ ହେବ । ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରାଯାଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ । ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭିଡ଼ିଓରେ ଆସୁଛନ୍ତି । ରିମୋଟ ଗୁମାସ୍ତା ହାତରେ ଅଛି । ବିପକ୍ଷ ଦଳ ଟଙ୍କା ଦେଇ ଜନମତ କିଣିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷେ ଦେଶରେ ଏକ ସଶକ୍ତ ଓ ଲୋକାଭିମୁଖୀ ସରକାର ସହ ସବୁ ବର୍ଗର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଦେଶବାସୀ ନିର୍ଣ୍ଣୟ କରିସାରିଛନ୍ତି । ଆସନ୍ତା ୨୫ ତାରିଖରେ ବିଜେପି ପ୍ରାର୍ଥୀଙ୍କୁ  ପଦ୍ମଫୁଲରେ ଦୁଇ ଥର ଭୋଟ୍ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଜିତାଇବା ସହ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପାଇଁ ଲୋକମାନେ ମନସ୍ଥ କରିସାରିଛନ୍ତି । ସମ୍ବଲପୁରକୁ ଅଗ୍ରଣୀ ଅଞ୍ଚଳ ଭାବରେ ଗଢିବା ଦାୟିତ୍ୱ ମୋର । ସମ୍ବଲପୁରରେ ୨୫ ତାରିଖରେ ଜନତାଙ୍କ ଆଶୀର୍ବାଦରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।

Painting
Sponsored
campaigning of the Union Minister in Sambalpur Constituency | Argus News