Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କ୍ୟାପିଟାଲ ହସ୍ପିଟାଲରେ ଟିକେଟ ପାଇଁ ଟେନସନ୍, ୨ରୁ ୪ ଘଣ୍ଟା ଧରି ଲାଇନରେ ରୋଗୀ ଓ ସମ୍ପର୍କୀୟ

Odisha

Capital Hospital OPD Ticket / କ୍ୟାପିଟାଲ ହସ୍ପିଟାଲରେ ଟିକେଟ ପାଇଁ ଟେନସନ୍, ୨ରୁ ୪ ଘଣ୍ଟା ଧରି ଲାଇନରେ ରୋଗୀ ଓ ସମ୍ପର୍କୀୟ

Santosh Kumar Sahoo
Browse all articles by Santosh Kumar Sahoo
·4 hours ago·2 min read
କ୍ୟାପିଟାଲ ହସ୍ପିଟାଲରେ ଟିକେଟ ପାଇଁ ଟେନସନ୍, ୨ରୁ ୪ ଘଣ୍ଟା ଧରି ଲାଇନରେ ରୋଗୀ ଓ ସମ୍ପର୍କୀୟ
Capital Hospital

Key Points

କ୍ୟାପିଟାଲ ହସ୍ପିଟାଲରେ ଟିକେଟ ପାଇଁ ଟେନସନ୍
ଗୋଟେ ପଟେ ଭିଡ଼, ଅନ୍ୟପଟେ ଖାଲି ଡିଜିଟାଲ ମେସିନ୍
ସୁବିଧା ଅଛି, ହେଲେ ଜାଣୁନାହାନ୍ତି ଲୋକେ

ରାଜଧାନୀର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର କ୍ୟାପିଟାଲ ହସ୍ପିଟାଲ । ଭଲ ଚିକିତ୍ସା ପାଇଁ ପ୍ରତିଦିନ ଏଠାକୁ ଆସୁଛନ୍ତି ହଜାର ହଜାର ରୋଗୀ । ହେଲେ ଚିକିତ୍ସା ପୂର୍ବରୁ ଟିକେଟ ପାଇଁ ଆରମ୍ଭ ହେଉଛି ଲମ୍ବା ଅପେକ୍ଷା । ୨ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଲାଇନରେ ଛିଡ଼ା ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । ଆଶ୍ଚର୍ଯ୍ୟର କଥା, ଭିଡ଼ କମାଇବା ପାଇଁ ଲାଗିଥିବା ଅନଲାଇନ୍ OPD ଟିକେଟ ମେସିନ୍ ସମ୍ପର୍କରେ ଅଧିକାଂଶ ଲୋକ ଜାଣିନାହାନ୍ତି । ସୁବିଧା ଅଛି, ବ୍ୟବସ୍ଥା ଅଛି ହେଲେ ସଚେତନତା ଅଭାବରୁ ଫାଇଦା ନେଇପାରୁନାହାନ୍ତି ରୋଗୀ ।

ଗୋଟେ ପଟେ ଟିକେଟ ପାଇଁ ଲମ୍ବା ଲାଇନ୍, ଅନ୍ୟପଟେ ଖାଲି ପଡ଼ିଛି ଅନଲାଇନ୍ ଟିକେଟ ମେସିନ୍ । ରାଜଧାନୀର କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ OPD ଟିକେଟ ପାଇଁ ରୋଗୀ ଓ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡୁଛି । ଭିଡ଼ କମାଇବା ପାଇଁ ଲାଗିଥିବା ଡିଜିଟାଲ ଟିକେଟ ପ୍ରିଣ୍ଟିଂ ମେସିନ୍ ଠିକ୍ ଭାବେ କାମ କରୁଥିଲେ ମଧ୍ୟ ଏହାର ବ୍ୟବହାର ସମ୍ପର୍କରେ ଅନେକ ଲୋକ ଅବଗତ ନାହାନ୍ତି । ଅନଲାଇନ୍‌ରେ ପଞ୍ଜୀକରଣ କରି QR କୋଡ୍ ସ୍କାନ୍ କରି କିଛି ସେକେଣ୍ଡରେ ଟିକେଟ ମିଳିପାରୁଥିବା ବେଳେ ସଚେତନତା ଅଭାବରୁ ଏହି ସୁବିଧାର ଲାଭ ଉଠାଇ ପାରୁନାହାନ୍ତି ରୋଗୀ । ତେବେ କେମିତି କରିବେ ବ୍ୟବହାର? ଜାଣନ୍ତୁ ପୂରା ପ୍ରକ୍ରିୟା...

ଅନଲାଇନ୍ ଟିକେଟର ସହଜ ପ୍ରକ୍ରିୟା

ଅନଲାଇନ୍ OPD ଟିକେଟ୍ କରିବାର ୪ଟି ସହଜ ପଦକ୍ଷେପ
ଅନଲାଇନ୍ ପୋର୍ଟାଲରେ ପଞ୍ଜୀକରଣ କରନ୍ତୁ
ମୋବାଇଲରେ ମିଳିବ QR କୋଡ୍
ମେସିନ୍‌ରେ QR କୋଡ୍ ସ୍କାନ୍ କରନ୍ତୁ
କିଛି ସେକେଣ୍ଡରେ ପାଆନ୍ତୁ OPD ଟିକେଟ୍

ଯେଉଁ ସୁବିଧା ରୋଗୀଙ୍କ ଘଣ୍ଟା ଘଣ୍ଟା ଅପେକ୍ଷା କମାଇପାରେ, ସେହି ସୁବିଧା ବିଷୟରେ ଅବଗତି ନଥିବାରୁ ଏବେ ବି ଲୋକେ ଲାଇନ୍‌ରେ ଛିଡ଼ା ହେଉଛନ୍ତି । ହସ୍ପିଟାଲ ପକ୍ଷରୁ ଅଧିକ ସଚେତନତା ଓ ସହାୟତା ବ୍ୟବସ୍ଥା କରାଗଲେ ରୋଗୀଙ୍କ ଅପେକ୍ଷା ସମୟ କମିବା ସହ ଟିକେଟ ବ୍ୟବସ୍ଥା ଆହୁରି ସହଜ ହୋଇପାରିବ ।
ସେହିପରି କ୍ୟାପିଟାଲ ହସ୍ପିଟାଲରେ ସୁପରସ୍ପେସାଲିଟି ବିଭାଗକୁ ଛାଡ଼ି ଅନ୍ୟ ବିଭାଗ ପାଇଁ ଅନଲାଇନ୍‌ରେ ଟିକେଟ ବ୍ୟବସ୍ଥା ରହିଛି । ଏଥିପାଇଁ ପ୍ରଥମେ eSwasthya Odisha Portal ରେ ଯାଇ ନୂଆ ପଞ୍ଜୀକରଣ କରିବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ: ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ୍, ୨୦୨୭ ଏପ୍ରିଲ-ମେ’ରେ ହେବ ଭୋଟ୍‌


ଅନଲାଇନ୍ ଟିକେଟ ପାଇଁ ପ୍ରଥମ ପଦକ୍ଷେପ

ପ୍ରଥମେ eswasthya.odisha.gov.in ରେ ପଞ୍ଜୀକରଣ କରନ୍ତୁ । ପଞ୍ଜୀକରଣ ପରେ ରୋଗୀଙ୍କୁ ନିଜର ସମ୍ପୂର୍ଣ୍ଣ ତଥ୍ୟ, ଆବଶ୍ୟକ ବିଭାଗ ଓ ଉପଲବ୍ଧ ସମୟ ଚୟନ କରିବାକୁ ପଡ଼ିବ। ଏହା ପରେ ପୋର୍ଟାଲରେ ଏକ QR କୋଡ୍ ଜେନେରେଟ୍ ହେବ । QR କୋଡ୍ ସ୍କାନ୍ କରନ୍ତୁ, ୨-୧୦ ସେକେଣ୍ଡରେ ମିଳିବ ଟିକେଟ । ଜେନେରେଟ୍ ହୋଇଥିବା QR କୋଡ୍‌କୁ ଡିଜିଟାଲ OPD ଟିକେଟ ମେସିନ୍‌ରେ ସ୍କାନ୍ କଲେ କିଛି ସେକେଣ୍ଡ ମଧ୍ୟରେ ଟିକେଟ ପ୍ରିଣ୍ଟ ହୋଇଯିବ । ହେଲେ ସଚେତନତା ଅଭାବରୁ ଏହି ସୁବିଧା ବ୍ୟବହାର କରୁନାହାନ୍ତି ଅନେକ ରୋଗୀ । ମେସିନ୍‌ର ବ୍ୟବହାର ନେଇ ଅଧିକ ସଚେତନତା ଓ ସହାୟତା ବ୍ୟବସ୍ଥା କରାଗଲେ ଲମ୍ବା ଲାଇନ୍‌ର ସମସ୍ୟା କମିପାରିବ ।

ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀ ଅନେକ ସମୟରେ ସୀମିତ ଟିକେଟ ଯୋଗୁଁ ଫେରିଯାଉଛନ୍ତି । ଡିଜିଟାଲ OPD ଟିକେଟ ମେସିନ୍‌ର ବ୍ୟବହାର ଜାଣିଲେ ରୋଗୀଙ୍କ ଅପେକ୍ଷା ସମୟ କମିବା ସହ ସମସ୍ୟା ମଧ୍ୟ ହ୍ରାସ ପାଇପାରିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored