AI Camera In Jail / ଆଉ ଜେଲ୍ରୁ ଖସି ପାରିବେନି କଏଦୀ, ଉଦ୍ୟମ କଲେ ବାଜିବ ସାଇରନ୍
·2 months ago·2 min read

Key Points
ଆଉ ଜେଲ୍ରୁ ଖସି ପାରିବେନି କଏଦୀ । ଭିତରକୁ ଯାଇ ପାରିବନି ନିଶା ସାମଗ୍ରୀ । ଜେଲ୍ରେ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଲାଗିବ AI କ୍ୟାମେରା ।
କଟକ: ଜେଲ୍ରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଆଉ ଜେଲ୍ରୁ ଖସି ପାରିବେନି କଏଦୀ । ଭିତରକୁ ଯାଇ ପାରିବନି ନିଶା ସାମଗ୍ରୀ । ଜେଲ୍ରେ କଏଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଲାଗିବ AI କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି ବୀରେନ୍ ସାହୁ ।
ଜେଲ୍ ଡିଆଇଜି କହିଛନ୍ତି, "ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲ୍ରେ ଏଆଇ କ୍ୟାମେରା ଲଗାଯିବ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା କାରାଗାରରେ ଏଆଇ କ୍ୟାମେରା ଲାଗିଛି । ଲାଗିଥିବା କ୍ୟାମେରା ସଫଳତାର ସହ କଏଦୀ ଖସିଲେ ଚିହ୍ନଟ କରି ସାଇରନ୍ ବଜାଇବାରେ ସକ୍ଷମ ହୋଇଛି ।"
ଏଥିସହ ପଢ଼ନ୍ତୁ: ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମଞ୍ଚରେ କହିଦେଲେ ୨୫ ବର୍ଷର ପ୍ଲାନ୍
ସେ ଆହୁରି କହିଛନ୍ତି, "ଏଆଇ କ୍ୟାମେରା ଖାଲି କଏଦୀଙ୍କ ଗତିବିଧି ଉପରେ ନଜର ରଖିବା ତା ନୁହେଁ । ନିଶା ଦ୍ରବ୍ୟ ମଧ୍ୟ ବାହାରୁ ଭିତରକୁ ଫିଙ୍ଗିଲେ ଧରା ପଡ଼ିବ । ଏଆଇ କ୍ୟାମେରାର ପରିସରରେ ଯଦି କେହି ପ୍ରବେଶ କଲେ କିମ୍ବା ଅତିକ୍ରମ କଲେ ସାଇରନ୍ ବାଜିବ । ଡ୍ୟୁଟିରେ ଥିବା କର୍ମଚାରୀ ଆଲର୍ଟ ହୋଇ ପଦକ୍ଷେପ ନେଇ ପାରିବେ ।"
କଏଦୀଙ୍କ ଭଳି କୌଣସି ସାମଗ୍ରୀ ବାହାରୁ ଭିତରକୁ ଫିଙ୍ଗିବା ଏବଂ ଭିତରୁ ବାହାରକୁ ଫିଙ୍ଗିଲେ ମଧ୍ୟ ଏଆଇ କ୍ୟାମେରା ସାଇରନ୍ ବଜାଇବ । ପ୍ରଥମ ପର୍ଯ୍ୟାୟରେ ୧୭ଟି ଜେଲ୍ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୪ଟି ବଡ଼ ଜେଲ୍ରେ ଲଗାଯିବ ଏଆଇ କ୍ୟାମେରା । ଛୋଟ ଜେଲ୍ରେ ୧୬ଟି କ୍ୟାମେରା ଲାଗୁଥିବା ବେଳେ ବଡ଼ ଜେଲ୍ରେ ଲାଗିବ ୩୨ଟି କ୍ୟାମେରା ।
ଏଥିସହ ପଢ଼ନ୍ତୁ: କ୍ୟାଟେଗୋରୀ A+ରୁ ହଟିବେ ରୋହିତ, କୋହଲି; BCCIର ବଡ଼ ପ୍ଲାନିଂ
ରାଜ୍ୟର ବଡ଼ ଜେଲ୍ ମଧ୍ୟରେ ରହିଛି ଭୁବନେଶ୍ଵର, ଚୌଦ୍ଵାର, ସମ୍ବଲପୁର ଓ ପୁରୀ । ଦ୍ଵିତୀୟ ପର୍ଯ୍ୟାୟରେ ଏସବୁ ଜେଲ୍ରେ ଏଆଇ କ୍ୟାମେରା ଲଗାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି ବୀରେନ୍ ସାହୁ ।
ଚୌଦ୍ଵାର ଜେଲ ପୂର୍ବତନ ଜେଲର ଓ ଅଧିକ୍ଷକଙ୍କ କଳିକୁ ନେଇ ଜେଲ୍ ବିଭାଗ ମୁହଁ ଖୋଲିଛି । ଜେଲ୍ ଡିଆଇଜି ବୀରେନ୍ ସାହୁ କହିଛନ୍ତି, "ଗଣମାଧ୍ୟମରେ ଖବର ଆସିବା ପରେ ଉଭୟଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି । ଘଟଣା ଉପରେ ଗୃହ ବିଭାଗ ଉଦବେଗ ପ୍ରକାଶ କରିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories