Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଶ୍ଵ ସୁନାମୀ ବିପର୍ଯ୍ୟୟ ଦିବସ ପାଳନ

Odisha

ବିଶ୍ଵ ସୁନାମୀ ବିପର୍ଯ୍ୟୟ ଦିବସ ପାଳନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବିଶ୍ଵ ସୁନାମୀ ବିପର୍ଯ୍ୟୟ ଦିବସ ପାଳନ

ବାଲେଶ୍ବର : ଆଜି ବିଶ୍ଵ ସୁନାମୀ ବିପର୍ଯ୍ୟୟ ଦିବସ . ଏହି ଅବସରରେ ବାଲେଶ୍ଵର ଜିଲ୍ଲା ଡିଜାଷ୍ଟାର ମ୍ୟାନେଜମେଣ୍ଟ ଅଥରିଟି ଆନୁକୂଲ୍ୟରେ ଭୋଗରାଇ ବ୍ଲକର ସାହାବାଜିପୁର ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗାଁରେ ଗୋଷ୍ଠୀ ସ୍ତରୀୟ ସୁନାମୀ ସଚେତନତା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁନାମୀ ଏକ ଆକସ୍ମିକ ଓ ବିଶେଷ କ୍ଷତିକାରକ ବିପର୍ଯ୍ୟୟ ହୋଇଥିବାରୁ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ପୀଡ଼ିତଙ୍କ ପାଖରେ ସଙ୍ଗେ ସଙ୍ଗେ ପହଞ୍ଚିବା ସମ୍ଭବ ନୁହେଁ। ସେହି ସମୟରେ ଲୋକଙ୍କ ଧନ ଓ ଜୀବନର ସୁରକ୍ଷା ପାଇଁ ଡିଜାଷ୍ଟାର ମ୍ୟାନେଜମେଣ୍ଟ ପକ୍ଷରୁ ବିଶେଷ ପ୍ରସ୍ତୁତି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଅଧିକ ପଢନ୍ତୁ ଓଡିଶା ଖବର

ସତର୍କ ସୂଚନା ସାଇରନ ବାଜିବା ସଙ୍ଗେ ସଙ୍ଗେ ସେହି ଅଞ୍ଚଳର ଲୋକେ କିପରି ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ତୁରନ୍ତ ସ୍ଥାନାନ୍ତରିତ ହୋଇ ପାରିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ପ୍ରଥମ ପର୍ଯ୍ୟାୟରେ ନିଜକୁ ନିଜେ କିପରି ସୁରକ୍ଷା ଦେଇପାରିବେ ସେ ସମ୍ପର୍କରେ ଗୋଷ୍ଠୀଗତ ପ୍ରଶିକ୍ଷଣ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା lଏହି ଶିବିରରେ ଆଖ ପାଖ ଗ୍ରାମର ବହୁ ଲୋକେ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Celebrating World Tsunami Disaster Day | Argus News