Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଉରକେଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍

Odisha

ରାଉରକେଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍

Jitendra Dash
Browse all articles by Jitendra Dash
·2 years ago
ରାଉରକେଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍

ଅର୍ଗସ ବ୍ୟୁରୋ : ରାଉରକେଲାରେ ପହଞ୍ଚିଲା କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍ । କାହିଁକି ଓ କିଭଳି ବ୍ୟାପିଲା ହଇଜା ତାର କାରଣ ଖୋଜିବ ଏହି ଟିମ୍‌ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଦୁଇ ଜଣିଆ ଏକ୍ସପର୍ଟ ଟିମ୍ ରାଉରକେଲାରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ, RGH ନିର୍ଦେଶକ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦେଶକ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାପରେ ହଇଜା ବ୍ୟାପିଥିବା ବିଭିନ୍ନ ଅଞ୍ଚଳ ଯାଇ ଅନୁଧ୍ୟାନ କରିବ ଏହି ଟିମ୍‌ । କିଛି ଦିନ ତଳେ ଇସ୍ପାତ ନଗରୀ ରାଉରକେଲାରେ ବେକାବୁ ହୋଇଥିଲା ହଇଜା । ସରକାରୀ ଭାବେ ୯ ଜଣଙ୍କ ଜୀବନ ଯାଇଥିବା  କୁହାଯାଇଥିବା ବେଳେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିଲା । ତେବେ ଦୂଷିତ ପାଣି ଯୋଗୁଁ ହଇଜା ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Central health team reached Rourkela | Argus News