Central Team Odisha Visit / ବାତ୍ୟା ‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ; ଆସନ୍ତାକାଲି ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍
·3 hours ago·2 min read

Key Points
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଆକଳନ
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍
ଗଞ୍ଜାମ, ଗଜପତି ଓ କନ୍ଧମାଳ ଗସ୍ତ କରିବ
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍
ଗଞ୍ଜାମ, ଗଜପତି ଓ କନ୍ଧମାଳ ଗସ୍ତ କରିବ
ଭୁବନେଶ୍ଵର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଆକଳନ କରିବା ପାଇଁ ଏକ କେନ୍ଦ୍ରୀୟ ଟିମ୍ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ କେନ୍ଦ୍ର ସରକାର ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ବିଶେଷ କରି ସର୍ବାଧିକ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ । କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି । ଏହାସତ୍ତ୍ୱେ ଆଗାମୀ ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ମୁକାବିଲା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏବଂ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।
ବାତ୍ୟା ପରେ ବନ୍ୟା ସ୍ଥିତି ଯୋଗୁଁ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେଉଛି । ତେବେ ରାଜ୍ୟର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳରେ ପ୍ରଭାବ ବ୍ୟାପକ ଭାବେ ପଡ଼ିଛି । ଅନେକ ଘର ଭାଙ୍ଗିଛି, ହଜାର ହଜାର ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତି ଆକଳନ ଚାଲିଛି । ଏବେବି ରିଲିଫ୍ ଓ ପୁନରୁଦ୍ଧାର ଉପରେ ସ୍ଵତନ୍ତ୍ର ଫୋକସ୍ ରହିଛି । ଏହି ସୀମାନ୍ତ ଜିଲ୍ଲାଗୁଡ଼ିକରେ ଏବେ ବି ସ୍ଥିତି ସୁଧୁରୁନି । କିଛି ଅଞ୍ଚଳ ଜଳମଗ୍ନ ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟା ପ୍ରଭାବିତମାନେ ଅଣ୍ଟା ସଳଖି ଠିଆ ହେଉଥିବାବେଳେ ଏପଟେ ଡରାଇଲାଣି ଆଉ ଏକ ବାତ୍ୟା ।
ପଢନ୍ତୁ ଏହି ଖବର: ଗଞ୍ଜାମ, ଗଜପତି, କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା; ପ୍ରତି ପରିବାର ପାଇବେ ନଗଦ ଅଢ଼େଇ ହଜାର ଟଙ୍କା

- ଆସୁଛି ଆଉ ଏକ ବାତ୍ୟା
ପଢନ୍ତୁ ଏହି ଖବର: ଗଞ୍ଜାମ, ଗଜପତି, କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା; ପ୍ରତି ପରିବାର ପାଇବେ ନଗଦ ଅଢ଼େଇ ହଜାର ଟଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ୍ ଘୋଷଣା
Related Topics
Explore more stories