CUO Koraput / ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
·2 weeks ago·2 min read

Key Points
CUOରେ ୮୦ତମ ସ୍ଵାଧୀନତା ଦିବସ ପାଳିତ
ପତାକା ଉତ୍ତୋଳନ କଲେ ପ୍ରଫେସର ଶାସନୀ
କହିଲେ 'ଆମ ମୌଳିକ କର୍ତ୍ତବ୍ୟ ଉପରେ ସଚେତନ ହେବା'

ସୁନାବେଡ଼ା/କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି । କୂଳପତି ପ୍ରଫେସର ଅଜିତ କୁମାର ଶାସନୀଙ୍କୁ ରେଜିଷ୍ଟ୍ରାର ଡ. ସଞ୍ଜୟ କୁମାର ପ୍ରଧାନ ଏବଂ ଛାତ୍ର କଲ୍ୟାଣ ଅଧ୍ୟକ୍ଷା (DSW) ଡ. ମିନତୀ ସାହୁ ସ୍ୱାଗତ ଜଣାଇଥିଲେ। ଏହାପରେ NCC କ୍ୟାଡେଟ୍ ଏବଂ ସୁରକ୍ଷା କର୍ମୀଙ୍କ ଦ୍ୱାରା କୁଳପତିଙ୍କୁ 'ଗାର୍ଡ ଅଫ୍ ଅନର' ପ୍ରଦାନ କରାଯାଇଥିଲା । ପ୍ରଫେସର ଶାସନୀ ପତାକା ଉତ୍ତୋଳନ କରିଥିଲେ ।
ପ୍ରଫେସର ଶାସନୀ ଅନ୍ତର-ବିଷୟକ (Inter-disciplinary) ଗବେଷଣା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ । ସାମାଜିକ ଉପଯୋଗୀ ପେଟେଣ୍ଟ ଓ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଉଦ୍ଭିଦ ବିଜ୍ଞାନ ଏବଂ ସମାଜଶାସ୍ତ୍ର ଭଳି ବିଭିନ୍ନ ବିଷୟ ମିଳିମିଶି କାର୍ଯ୍ୟ କରିବା ଉଚିତ । ଏହି ସନ୍ଦର୍ଭରେ ସେ ଏନ.ବି.ଆର.ଆଇ (NBRI), ଭୋପାଳର ହେରିଟେଜ୍ ବୋଟାନିକାଲ ଗାର୍ଡେନର ଉଦାହରଣ ଦେଇଥିଲେ, ଯେଉଁଠାରେ ସେଲୁଲାର ଜେଲ୍ ଓ ଜାଲିଆନାୱାଲାବାଗର ଐତିହାସିକ ବୃକ୍ଷଗୁଡ଼ିକର ସଂରକ୍ଷଣ କରାଯାଇଛି। ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗ ଦ୍ୱାରା ମନ୍ଦିରଗୁଡ଼ିକରେ ଥିବା ଉଦ୍ଭିଦଗୁଡ଼ିକର ଏକ 'ଲାଇଟ୍ ଆଣ୍ଡ ସାଉଣ୍ଡ' ପ୍ରଦର୍ଶନୀ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
- 'ଦେଶ ପ୍ରତି ନିଜର ଦାୟିତ୍ଵ ବୁଝନ୍ତୁ'
- 'ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଦେଶର ବିକାଶ ଆରମ୍ଭ ହେବା ଦରକାର'
ପ୍ରଫେସର ଶାସନୀ ଅନ୍ତର-ବିଷୟକ (Inter-disciplinary) ଗବେଷଣା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱ ଦେଇଥିଲେ । ସାମାଜିକ ଉପଯୋଗୀ ପେଟେଣ୍ଟ ଓ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଉଦ୍ଭିଦ ବିଜ୍ଞାନ ଏବଂ ସମାଜଶାସ୍ତ୍ର ଭଳି ବିଭିନ୍ନ ବିଷୟ ମିଳିମିଶି କାର୍ଯ୍ୟ କରିବା ଉଚିତ । ଏହି ସନ୍ଦର୍ଭରେ ସେ ଏନ.ବି.ଆର.ଆଇ (NBRI), ଭୋପାଳର ହେରିଟେଜ୍ ବୋଟାନିକାଲ ଗାର୍ଡେନର ଉଦାହରଣ ଦେଇଥିଲେ, ଯେଉଁଠାରେ ସେଲୁଲାର ଜେଲ୍ ଓ ଜାଲିଆନାୱାଲାବାଗର ଐତିହାସିକ ବୃକ୍ଷଗୁଡ଼ିକର ସଂରକ୍ଷଣ କରାଯାଇଛି। ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ବିଭାଗ ଦ୍ୱାରା ମନ୍ଦିରଗୁଡ଼ିକରେ ଥିବା ଉଦ୍ଭିଦଗୁଡ଼ିକର ଏକ 'ଲାଇଟ୍ ଆଣ୍ଡ ସାଉଣ୍ଡ' ପ୍ରଦର୍ଶନୀ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମଧୁବାବୁ ପେନସନ ଯୋଜନାରେ ସାମିଲ୍ ହେବେ ଆଉ ୭ ଲକ୍ଷ ହିତାଧିକାରୀ: ମୁଖ୍ୟମନ୍ତ୍ରୀ
ଖବରକାଗଜ ଓ ସାମ୍ବାଦିକତାର ଗୁରୁତ୍ୱ ଏବଂ ସମାଜରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ବକ୍ତବ୍ୟ ରଖି ସେ ଜ୍ଞାନ ଓ କୌଶଳର ସଠିକ୍ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତ୍ୟେକ ନାଗରିକ ନିଜର ମୌଳିକ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । DSW ଡ. ମିନତୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ, ଅଧିକାରୀ ଓ କର୍ମଚାରୀବୃନ୍ଦ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।

Related Topics
Explore more stories