Bhubaneswar Fisheries Meeting / ଭୁବନେଶ୍ୱରରେ କେନ୍ଦ୍ର ମତ୍ସ୍ୟ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ମତ୍ସ୍ୟ ଚାଷକୁ ଆହୁରି ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ବ୍ଲୁ-ପ୍ରିଣ୍ଟ
·1 hour ago·2 min read

Key Points
ଭୁବନେଶ୍ୱରରେ କେନ୍ଦ୍ର ମତ୍ସ୍ୟ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ
ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜୀବ ରଞ୍ଜନ ସିଂ
ରାଜୀବ ରଞ୍ଜନଙ୍କ ଦୃଢୋକ୍ତି ଓଡ଼ିଶାରେ ବଢିବ ନିବେଶ

ଭୁବନେଶ୍ୱରରେ କେନ୍ଦ୍ର ମତ୍ସ୍ୟ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜୀବ ରଞ୍ଜନ ସିଂ । ମତ୍ସ୍ୟ ଚାଷକୁ ଆହୁରି ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ବ୍ଲୁ-ପ୍ରିଣ୍ଟ । ରାଜୀବ ରଞ୍ଜନଙ୍କ ଦୃଢୋକ୍ତି ଓଡ଼ିଶାରେ ବଢିବ ନିବେଶ । ଏକ୍ସପୋର୍ଟ ବଢିଲେ ରାଜ୍ୟର ଅର୍ଥ ବ୍ୟବସ୍ଥା ସୁଦୃଢ ହେବ । ଧର୍ମେନ୍ଦ୍ର କହିଛନ୍ତି, ବିଦେଶକୁ ଯିବ ଗାଁ ଗଣ୍ଡାର ମାଛ । କୃଷି ଓ ମତ୍ସ୍ୟ ଉତ୍ପାଦରେ ଭାଲ୍ୟୁ ଆଡିସନ ପରେ କରାଯିବ ରପ୍ତାନୀ । ଡିପ୍ ସି ଫିସିଂ ପଲିସିର ବିକାଶ ସହ ଯୁବ ବର୍ଗ ଓ ଷ୍ଟାର୍ଟଅପକୁ ଆର୍ଥିକ ଅନୁଦାନ ଏବଂ ଋଣ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଭୁବନେଶ୍ବରରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଯେଉଁଥିରେ ମତ୍ସ୍ୟ ଓ ଜଳଚର ଚାଷ ବିକାଶ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ମତ୍ସ୍ୟ ଓ ଜଳଚର ଚାଷକୁ ଆହୁରି ତ୍ୱରାନ୍ୱିତ କରିବା ସହ ବିକାଶମୂଳକ ଯୋଜନାରେ ଆଗକୁ ବଢ଼ାଇବା, ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଗୁରୁତ୍ବ ଦିଆଯାଇଛି । କିଭଳି ଏହି ସବୁ ଯୋଜନାର ସଦୁପଯୋଗ ହୋଇପାରିବ ତାକୁ ନେଇ ହୋଇଛି ମାନସ ମନ୍ଥନ । କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି ଓଡ଼ିଶାରେ ନିବେଶ ବଢିବ, ରୋଜଗାର ବଢିବ, ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ହେବ । ଏକ୍ସପୋର୍ଟ ବଢିଲେ ରାଜ୍ୟ ସରକାରଙ୍କ ଅର୍ଥ ବ୍ୟବସ୍ଥାରେ ଯୋଗଦାନ ବଢିବ ।
ଅଧିକ ପଢ଼ନ୍ତୁ: ପ୍ରକାଶ ପାଇଲା +2 ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ, ଜାଣନ୍ତୁ କେଉଁ କଲେଜରେ କେତେ କଟ୍-ଅଫ୍ ?
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏଣିକି ଗାଁ ଗଣ୍ଡାର ମାଛ ବିଦେଶକୁ ଯିବ । କୃଷି ଓ ମତ୍ସ୍ୟ ଉତ୍ପାଦରେ ଭ୍ୟାଲୁ ଆଡ୍ କରାଯାଇ ଏହାକୁ ବିଦେଶକୁ ରପ୍ତାନୀ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଦେଶର ମେରାଇନ୍ ଏକ୍ସପୋର୍ଟ କ୍ଷେତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛି ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ମତ୍ସ୍ୟ ଉତ୍ପାଦନରେ ସମ୍ଭାବନାର ରାଜ୍ୟ ଓଡ଼ିଶା । ଏଥିରେ ଅଭିବୃଦ୍ଧି କିପରି ଘଟିବ ତାହାକୁ ପ୍ରାଥମିକତା ଦିଆଯାଇଛି । ବାର୍ଷିକ ୫ ହଜାର କୋଟିରୁ ସାଢେ ୫ ହଜାର କୋଟି ଏକ୍ସପୋର୍ଟ ହେଉଛି । ୨ ବର୍ଷରେ ୨ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ ବଢିଛି । ଏବେ ଡିପ୍ ସି ଫିସିଂ ଉପରେ ଗୁରୁତ୍ବ ଦିଆଯାଉଛି ।
ଆସନ୍ତାକାଲି ଉପ-ରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ରକୁ ଉନ୍ମୋଚନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ ହଜାର ମାଛ ଚାଷୀ, ମତ୍ସ୍ୟଜୀବୀ, ମହିଳା ମାଛ ଚାଷୀ ଉପସ୍ଥିତ ରହିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories