Centre to IAS / କେନ୍ଦ୍ର ସରକାର ମାଗିଲେ IAS ଅଧିକାରୀଙ୍କ ସମ୍ପତ୍ତି ତଥ୍ୟ; ନଦେଲେ ମିଳିବନି ପଦୋନ୍ନତି
·6 months ago·2 min read

Key Points
- ସମ୍ପତ୍ତି ତାଲିକା ନଦେଲେ ମିଳିବନି ପଦୋନ୍ନତି
- IAS ଅଧିକାରୀଙ୍କୁ ବାର୍ଷିକ ସମ୍ପତ୍ତି ତାଲିକା ମାଗିଲା କେନ୍ଦ୍ର
- ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହେବ ପଦୋନ୍ନତି
- ପ୍ରତିବର୍ଷ ଜାନୁଆରୀ ୩୧ ସୁଦ୍ଧା ଦେବେ ଅଚଳ ସମ୍ପତ୍ତି ତାଲିକା
- ବିଫଳ ହେଲେ ଗୁରୁତର ଭୁଲ୍ ଭାବେ ବିବେଚନା କରାଯିବ
ଭୁବନେଶ୍ଵର: ସମ୍ପତ୍ତି ତାଲିକା ଦିଅ, ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ବନ୍ଦ ହୋଇଯିବ ପଦୋନ୍ନତି । ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀଙ୍କୁ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
ସମୟରେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ପଦୋନ୍ନତି ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି ।
ଏଥିସହ ପଢ଼ନ୍ତୁ: କୋଟିପତି ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ; ୬୨୫ ଟଙ୍କା ଦରମାରେ ଆରମ୍ଭ କରିଥିଲେ ଚାକିରି
ଭାରତୀୟ ପ୍ରଶାସନିକ ସେବା ନିୟମ ଅନୁସାରେ, ସମସ୍ତ IAS ଅଧିକାରୀ ସେମାନଙ୍କ ଅଚଲ ସମ୍ପତ୍ତି ତାଲିକା ପ୍ରତିବର୍ଷ ଜାନୁଆରୀ ୩୧ ମଧ୍ୟରେ ଦାଖଲ କରିବେ । ଯେଉଁମାନେ ଏଥିରେ ବିଫଳ ହେବେ ତାହାକୁ ଗୁରୁତର ଭୁଲ୍ ଭାବେ ବିବେଚନା କରାଯିବ ବୋଲି କାର୍ମିକ ଓ ପ୍ରଶିକ୍ଷଣ ନ୍ତ୍ରଣାଳୟ କହିଛି ।
ବାର୍ଷିକ ସମ୍ପତ୍ତି ତାଲିକା ଦେବାରେ ବିଫଳ ହେଲେ IAS ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ପଦୋନ୍ନତି ବନ୍ଦ କରି ଦିଆଯିବ । ସମୟରେ ସମ୍ପତ୍ତି ତାଲିକା ଦେଉନଥିବା ବାବୁଙ୍କ ଦରମା ମଧ୍ୟ ବୃଦ୍ଧି ହେବ ନାହିଁ ।
ଏଥିପାଇଁ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଅନଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ୨୦୧୭ ଜାନୁଆରୀରୁ IAS ଅଧିକାରୀ ଅନଲାଇନ୍ରେ ସମ୍ପତ୍ତି ତଥ୍ୟ SPARROW ପୋର୍ଟାଲରେ ଦେଇ ପାରୁଛନ୍ତି । ଅଧିକାରୀ ଚାହିଁଲେ ଅନଲାଇନ୍ରେ ତଥ୍ୟ ଭରି ପାରିବେ ଅଥିବା ନିଜେ ପୂରଣ କରି ସ୍କାନ୍ କପିକୁ ଅପଲୋଡ୍ କରିପାରିବେ ।
କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ଅନୁସାରେ, ବିଗତ କିଛି ବର୍ଷ ହେବ IASଙ୍କ ସମ୍ପତ୍ତି ତାଲିକା ଦାଖଲ ସନ୍ତୋଷଜନକ ରହିଛି । ଅଧିକାରୀ ବାର୍ଷିକ ସମ୍ପତ୍ତି ତାଲିକା ଦେବା ଲାଗି ଅନଲାଇନ୍ ବ୍ୟବସ୍ଥାର ଅଧିକରୁ ଅଧିକ ଉପଯୋଗ କରୁଛନ୍ତି ।
ଏଥିସହ ପଢ଼ନ୍ତୁ: ଦୋକାନରେ ଶୋଇଥିଲେ ପରିବା ବ୍ୟବସାୟୀ, ବାହାରୁ ତାଲା ପକାଇ ଲଗାଇଦେଲେ ନିଆଁ
୨୦୨୫ ବର୍ଷ ଲାଗି ବାର୍ଷିକ ସମ୍ପତ୍ତି ତଥ୍ୟ ଦାଖଲ ଲାଗି SPARROW ପୋର୍ଟାଲ୍ ୨୦୨୬ ଜାନୁଆରୀ ୩୧ ପର୍ଯ୍ୟନ୍ତ ଖୋଲା ରହିବ । ଏହି ଅବଧି ଭିତରେ ସମସ୍ତ IAS ସେମାନଙ୍କର ସମ୍ପତ୍ତି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
SPARROW ପୋର୍ଟାଲର ତଥ୍ୟ ଅନୁସାରେ, ଓଡ଼ିଶା କ୍ୟାଡ୍ର ୧୮ ଜଣ IAS ଜାନୁଆରୀ ୨୦୨୪ ସୁଦ୍ଧା ସେମାନଙ୍କ ସମ୍ପତ୍ତି ତାଲିକା ଦାଖଲ କରି ନଥିଲେ । ସେହିଭଳି ୨୦୨୫ ଜାନୁଆରୀ ସୁଦ୍ଧା ୪ ଜଣ ଓଡ଼ିଶା କ୍ୟାଡର୍ IAS ଅଧିକାରୀ ଦେଇ ନାହାନ୍ତି ବାର୍ଷିକ ସମ୍ପତ୍ତି ତାଲିକା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories