Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

Odisha

ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

Jitendra Dash
Browse all articles by Jitendra Dash
·2 years ago·2 min read
ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ମହାମାନବୀୟ ଲୀଳା । ଚାଚେରୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଫଗୁଣରେ ଝିମିରି ଫଗୁରେ ରଙ୍ଗୀନ ଦୋଳ ଗୋବିନ୍ଦ । ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ଶୁକ୍ଳ ଦଶମୀ ତିଥିରୁ ଆରମ୍ଭ ହୋଇଛି ଦୋଳ ଉତ୍ସବ । ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଦୋଳ ଉତ୍ସବ ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ । ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି, ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟ ସଂକେତ । ଦୋଳ ପାଇଁ ଉତ୍ସବ ମୁଖରିତ ହୋଇଛି ଧରଣୀ । 

ସପ୍ତାହେ ଧରି ଚାଲିବାକୁ ଥିବା ଉତ୍ସବରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୫ ଦିନ ଧରି ରତ୍ନସିଂହାସନରେ ଶ୍ରୀଜୀଉମାନଙ୍କର ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ । ମଳମାସ ପଡ଼ିଥିବାରୁ ଚଳିତବର୍ଷ ଏକାଦଶୀରୁ ଆରମ୍ଭ ହୋଇଛି ଚାଚେରୀ ବେଶ । ଦୋଳତ୍ସବରେ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାଚେରୀ ବେଶ, ଚତୁର୍ଦ୍ଦଶୀରେ ମେଶ କୁଟୀର ଦହନ, ଏବଂ ଶେଷରେ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶ ବେଶ ଆକର୍ଷଣୀୟ ହୋଇଥାଏ । ଘଷିରେ ପ୍ରସ୍ତୁତ ମେଶକୁ ଦହନ କରାଯିବାର ନିଆରା ପରମ୍ପରା ଦେଖିବାକୁ ମିଳିଥାଏ ଶ୍ରୀକ୍ଷେତ୍ରରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦକ୍ଷିଣ ଘରେ ରହିଥିବା ଦୋଳଗୋବିନ୍ଦ ଓ ଶ୍ରୀଅଙ୍ଗ ଲାଗି ମା’ ଭୂଦେବୀ, ଶ୍ରୀଦେବୀ ମଧ୍ୟ ରକ୍ତବସ୍ତ୍ର ପିନ୍ଧି ଚାଚେରୀ ବେଶ ହୁଅନ୍ତି ଏବଂ ଫଗୁ ଖେଳିବାକୁ ବାହାର ବିଜେ କରିଥାନ୍ତି । ଶ୍ରୀମନ୍ଦିର ପରିଭାଷାରେ ଏହି ସ୍ବତନ୍ତ୍ର ଫଗୁର ନାଁ ଝିମିରି ଫଗୁ । ଦୋଳ ପୂର୍ଣ୍ଣିମା ଦିନ ଭକ୍ତ ଓ ଭଗବାନଙ୍କର ହୁଏ ମହାମିଳନ । ଏକତ୍ର ରଙ୍ଗରେ ରଙ୍ଗାୟିତ ହୁଅନ୍ତି ଭକ୍ତ ଓ ଭଗବାନ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବାବେଳେ ପୁରପଲ୍ଲୀ ମଧ୍ୟ ଉତ୍ସବ ମୁଖରିତ ହୋଇଛି । ରାଧାକୃଷ୍ଣଙ୍କ ଅପୂର୍ବ ଲୀଳାର ଏହି ଉତ୍ସବରେ ଠାକୁରଙ୍କୁ ‘ଦ୍ୱାରୀ ଭୋଗ’ ଅର୍ପଣ କରାଯାଉଛି । ଫାଲଗୁନ ଶୁକ୍ଳ ଦଶମୀ ଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । 

Sponsored
Chacheri Besha Of Lord Jagannath | Argus News