ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ, ୨୯ ତାରିଖରୁ ଆରମ୍ଭ ହେବ କାର୍ଯ୍ୟକ୍ରମ
·2 years ago

ଅର୍ଗସ ବ୍ୟୁରୋ : ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ଭରତପୁର ସଫାରୀରେ ଆରମ୍ଭ ନାଇଟ ନକଚରାଲ ଟ୍ରେଲ । ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ରାତି ସାଢ଼େ ୯ ଟା ଯାଏଁ ଖୋଲା ରହିବ ସଫାରୀ, ଚାଲିବ ଟ୍ରେଲ୍ । ଯେଉଁମାନେ ଦିନରେ ସମୟ ପାଉନାହାନ୍ତି ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହାଯୋଗୁଁ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାର ଅଧିକ ଉପକୃତ ହେବେ । ଏଠାରେ ଲୋକମାନେ ହରିଣ, ବାରହା, ସମ୍ବର, ହାତୀ ସମେତ ଅନ୍ୟ ରାତ୍ରିଚର ପ୍ରାଣୀଙ୍କୁ ଦେଖିପାରିବେ ଓ ସେମାନଙ୍କ ସମ୍ପର୍କରେ ଜାଣିପାରିବେ । ରାତି ସାଢ଼େ ୯ଟା ରୁ ସକାଳ ସାଢ଼େ ୯ଟା ଯାଏଁ ବନ୍ଦ ରହିବ ସଫାରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: