ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା । ଚଳିତ ବର୍ଷ ଉପବିତ୍ଧାରୀ ଭକ୍ତଙ୍କ ସକାଶେ ୧୦ ଟଙ୍କା ଟିକେଟ ବାବଦକୁ ରଖାଯାଇଛି। ଏହି ପ୍ରସିଦ୍ଧ ମେଳାକୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ଥିବାରୁ ସୁରକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାନୀୟଜଳ, ଶୌଚାଗାର, ସ୍ବଚ୍ଛତା, ଟ୍ରାଫିକ ନିୟନ୍ତ୍ରଣ, ମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନରେ ବାରିକେଡ଼ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏପ୍ରିଲ ପହିଲାରୁ ଚନ୍ଦନେଶ୍ୱର ଜୀଉଙ୍କ ରୁଦ୍ରାଭିଷେକ, ନୀତିକାନ୍ତି ପୂଜା, ମୌରସୀଙ୍କ ଆଜ୍ଞାମାଳ, ପଡ଼ାବାଉଁଶ ଛେଦନ, ଜୀଉଙ୍କ ଶ୍ରେଷ୍ଠ ଭକ୍ତ ପାଟଭକ୍ତ, ଦେଉଳିଆଙ୍କ ଉପବୀତ ଧାରଣ, ଅର୍ଘ୍ୟଦାନରୁ ମହାଦେବଙ୍କ ଚଡ଼କ ମେଳା ଶୁଭାରମ୍ଭ । ଏପ୍ରିଲ ୬ ଶନିବାରରେ ୭ ଅର୍ଘ୍ୟ, ୮ ସୋମବାରରେ ୫ ଅର୍ଘ୍ୟ, ୧୦ ବୁଧବାର ମହାଦେବଙ୍କ କାମିନୀ ବିବାହ, ୧୨ ଶୁକ୍ରବାର ମହାନୀଳ ପର୍ବ ଓ ୧୩ ଶନିବାର ଜୀଉଙ୍କ ଶେଷପର୍ବ ପାଟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ୧୪ଦିନ ଧରି ଚନ୍ଦନେଶ୍ୱର ମହାଦେବଙ୍କ ଚଡ଼କ ମେଳା ସହିତ ଅନୁରୂପ ଭାବେ କୁମ୍ଭୀରଗଡ଼ି ପାହି ଅଞ୍ଚଳରେ ଅବସ୍ଥିତ ଭୂଷଣ୍ଡେଶ୍ୱର ମହାଦେବଙ୍କଠାରେ ଚୈତ୍ର ଚଡ଼କ ମେଳା ଉଦ୍ଯାପିତ ହେବ ।