|
logo
Live
Argus News App
GET APP

Argus News - ଚୌଦ୍ଵାର ଜେଲ୍‌ରୁ ୨ କଏଦୀ ଚମ୍ପଟ ଘଟଣାରେ ଆକ୍ସନ, ସସ୍‌ପେଣ୍ଡ ହେଲେ ୨ ୱାର୍ଡର

Odisha

Chaudwar Jail / ଚୌଦ୍ଵାର ଜେଲ୍‌ରୁ ୨ କଏଦୀ ଚମ୍ପଟ ଘଟଣାରେ ଆକ୍ସନ, ସସ୍‌ପେଣ୍ଡ ହେଲେ ୨ ୱାର୍ଡର

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଚୌଦ୍ଵାର ଜେଲ୍‌ରୁ ୨ କଏଦୀ ଚମ୍ପଟ ଘଟଣାରେ ଆକ୍ସନ, ସସ୍‌ପେଣ୍ଡ ହେଲେ ୨ ୱାର୍ଡର

Key Points

ଚୌଦ୍ଵାର ମଣ୍ଡଳ କାରାଗାର ସ୍ପେଶାଲ୍ ସେଲ୍‌ରୁ ଦୁଇ କଏଦୀ ଚମ୍ପଟ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜେଲ୍ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଜେଲ୍‌ର ଜଣେ ୱାର୍ଡରଙ୍କ ସହ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି ।

ଚୌଦ୍ଵାର/କଟକ: କଡ଼ା ସୁରକ୍ଷା ଭେଦି କେମିତି ଖସିଗଲେ କଏଦୀ ? ଅଭିଯୁକ୍ତ ଫେରାର୍ ପଛରେ କିଏ ଅଛି ? ଚୌଦ୍ଵାର ମଣ୍ଡଳ କାରାଗାର ସ୍ପେଶାଲ୍ ସେଲ୍‌ରୁ ଦୁଇ କଏଦୀ ଚମ୍ପଟ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜେଲ୍ ଡିଜି । କାର୍ଯ୍ୟରେ ଅବହେଳା ପାଇଁ ଜେଲ୍‌ର ଜଣେ ୱାର୍ଡରଙ୍କ ସହ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି ।


ସେପଟେ ଫେରାର୍ କଏଦୀଙ୍କୁ ଚିହ୍ନଟ କରି ଧରାଇ ଦେଲେ ପୁରସ୍କାର ଘୋଷଣା କରିଛି କମିଶନରେଟ୍ ପୋଲିସ । ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ଏବଂ ମଧୁକାନ୍ତ କୁମାରଙ୍କୁ ଧରାଇ ଦେଲେ ପୋଲିସ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି । ଏଥିପାଇଁ ପୋଲିସ ଏକ ମୋବାଇଲ୍ ନମ୍ବର ଜାରି କରିବା ସହ ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି କୁହାଯାଇଛି ।



ଏଥିସହ ପଢ଼ନ୍ତୁ: ଦଶହରା ରାତିରେ ସ୍ପେଶାଲ୍ ସେଲ୍‌ କାଟିଲେ, ବାଉଁଶ ସାହାଯ୍ୟରେ ଚୌଦ୍ଵାର ଜେଲ୍‌ରୁ ଖସିଗଲେ ୨ କଏଦୀ


ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚୌଦ୍ଵାର ଜେଲ୍‌ରୁ ଚମ୍ପଟ ମାରିବା ଘଟଣାର ତଦନ୍ତ ଦାୟିତ୍ଵ ଡିଆଇଜି କଟକ ରେଞ୍ଜଙ୍କୁ ଦିଆଯାଇଛି । ସୂଚନା ଅନୁସାରେ, ଦୁଇ କଏଦୀ ଚୌଦ୍ଵାର ଜେଲ୍‌ର ଦୁଇଟି ଅଲଗା ଅଲଗା ସେଲ୍‌ରେ ରହୁଥିଲେ । ଦୁଇଟି ସେଲ୍‌ର ରଡ୍ କାଟିବା ପରେ ଦଶହରା ରାତିରେ ପଛପଟ ପାଚେରୀ ଦେଇ ଚମ୍ପଟ ମାରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜେଲ୍‌ରେ ଘୋଡ଼ି ହେଉଥିବା କମ୍ବଳକୁ କାଟି ଦୌଡ଼ି ଭଳି ଭିଡ଼ିବା ପରେ ପାଚେରୀ ଡେଇଁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ଜେଲ୍ ଡିଜି । ୨ ଫେରାର୍ କଏଦୀ ବିହାରର । ୭ ମାସ ତଳେ ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନର ଦୋକାନୀକୁ ହତ୍ୟା କରି ଲୁଟ୍‌ ଘଟଣାରେ ଗିରଫ ହୋଇ ସଜା କାଟୁଥିଲେ ।


ତେବେ ଦୁଇ କଏଦୀ ଚୌଦ୍ଵାର ଜେଲ୍‌ରୁ ଫେରାର୍ ପାଇଁ ଏହା ପ୍ରଥମ ଉଦ୍ୟମ ନୁହେଁ । ଏହା ପୂର୍ବରୁ ଦୁହେଁ ଫେରାର୍ ହେବା ଲାଗି ଉଦ୍ୟମ କରିଥିଲେ । ଚମ୍ପଟ ମାରିବାକୁ ୩ ମାସ ପୂର୍ବରୁ ଯୋଜନା କରିଥିଲେ ଉଭୟ ।


ଏଥିସହ ପଢ଼ନ୍ତୁ: ବାରଣ୍ଡାରେ ଶୋଇଥିବା ବେଳେ ଦଶହରା ରାତିରେ ଆସି କୁରାଢ଼ିରେ ହାଣିଦେଲା ପଡ଼ୋଶୀ


ପୂର୍ବରୁ ଚୌଦ୍ଵାର ଜେଲ୍‌ର ଗୋଟିଏ ୱାର୍ଡରେ ଦୁଇ କଏଦୀ ରହୁଥିଲେ । ୩ ମାସ ତଳେ ଏମାନଙ୍କଠାରୁ ଆରି ପାତିଆ ମଧ୍ୟ ଜବତ କରାଯାଇଥିଲା । ଆରି ପାତିଆ ଜବତ ପରେ ଉଭୟଙ୍କୁ ଅଲଗା କରାଯାଇ ସ୍ଵତନ୍ତ୍ର ସେଲ୍‌ରେ ରଖା ଯାଇଥିଲା ।


ସେତେବେଳେ ଜଣେ କଏଦୀଙ୍କଠାରୁ ଜିଭ ଛେଲିବା ଲାଗି ବ୍ୟବହୃତ ପାତିଆ ମିଳିଥିଲା । ଯାହାକୁ ଧାର କରି କଏଦୀ ଜଣଙ୍କ ସେଲର ୪ଟି ରଡ୍ କାଟି ବାହାରକୁ ଆସିବା ସହ ଫେରାର୍ ହୋଇ ଯାଇଥିବା ସୂଚନା ମିଳିଛି । ଜେଲ୍‌ର ଭିତର ପଟେ କମ୍ବଳ ଦଉଡ଼ି ଆଉ ବାହାର ପଟେ ବାଉଁଶ ପକାଇ ଦୁହେଁ ଖସି ପଳାଇଛନ୍ତି ।

Related Topics

Explore more stories

Sponsored
Chaudwar Jail: ଚୌଦ୍ଵାର ଜେଲ୍‌ରୁ ୨ କଏଦୀ ଚମ୍ପଟ ଘଟଣାରେ ଆକ୍ସନ, ସସ୍‌ପେଣ୍ଡ ହେଲେ ୨ ୱାର୍ଡର | Argus News