Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୂରଣ ହୋଇପାରିଲାନି ୧୯ରେ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି

Odisha

ପୂରଣ ହୋଇପାରିଲାନି ୧୯ରେ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି

Jitendra Dash
Browse all articles by Jitendra Dash
·2 years ago·1 min read
ପୂରଣ ହୋଇପାରିଲାନି ୧୯ରେ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି

ଅର୍ଗସ ବ୍ୟୁରୋ : ମିନି ଗଞ୍ଜାମ ସୁରଟରେ ଓଡ଼ିଆଙ୍କୁ ବଡ଼ ଧୋକା । ୧୯ ନିର୍ବାଚନ ବେଳେ ସୁରଟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରିନି । ନା ବନିପାରିଛି ଓଡ଼ିଆ କଲେଜ ନା ବନିଛି ଓଡ଼ିଆ ଭବନ । ସୁରଟରୁ ଓଡ଼ିଶାକୁ ସିଧା ଟ୍ରେନ ଓ ବିମାନ ଚଳାଚଳ ପ୍ରତିଶ୍ରୁତି ବି ପାଲଟିଛି ଧୂଆଁବାଣ । 

ସବୁଠୁ ବଡ଼ କଥା ହେଉଛି ଗଞ୍ଜାମରୁ ଅଧିକ ଦାଦନ ସୁରଟ ଯାଉଛନ୍ତି । ଆଉ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜକୁ ୨୫ ବର୍ଷ ହେଲା ଗଞ୍ଜାମରୁ ପ୍ରତିନିଧିତ୍ବ କରି ଆସୁଛନ୍ତି । ତେବେ ଆସନ୍ତୁ ଥରେ ଶୁଣିନେବା ୨୦୧୯ ନିର୍ବାଚନ ପୂର୍ବରୁ ସୁରଟ ଯାଇ ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ କଣ ପ୍ରତିଶ୍ରୁତି ଦେଇଥିଲେ ନବୀନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆ ଗଞ୍ଜାମ ରାଜନୀତିକୁ ସିଧାସଳଖ ପ୍ରଭାବିତ କରିଥାନ୍ତି । ତେବେ ସୁରଟରେ ସେମାନଙ୍କ ସହ ଏଭଳି ଧୋକା ହେବା ପରେ ପ୍ରବାସୀ ଓଡ଼ିଆଙ୍କ ଭିତରେ ତେଜୁଛି ତୀବ୍ର ଅସନ୍ତୋଷ । ଆଗାମୀ ନିର୍ବାଚନରେ ଏହି ପ୍ରତାରଣାର ଜବାବ ଦେବାକୁ ସେମାନେ ଚେତାବନୀ ଦେଇଛନ୍ତି । 

Painting
Sponsored
cheating odisha cm | Argus News