|
logo
Live

Argus News - ବିଜେଡି ବିଧାୟକ ଅସାମାଜିକ ତତ୍ତ୍ୱ ଭଳି ମାରଧର କରିବା ଦୁର୍ଭାଗ୍ୟଜନକ : କେନ୍ଦ୍ରମନ୍ତ୍ରୀ

Odisha

ବିଜେଡି ବିଧାୟକ ଅସାମାଜିକ ତତ୍ତ୍ୱ ଭଳି ମାରଧର କରିବା ଦୁର୍ଭାଗ୍ୟଜନକ : କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·1 year ago·1 min read
ବିଜେଡି ବିଧାୟକ ଅସାମାଜିକ ତତ୍ତ୍ୱ ଭଳି ମାରଧର କରିବା ଦୁର୍ଭାଗ୍ୟଜନକ : କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ସମ୍ବଲପୁର ସଂସଦୀୟ ନିର୍ବାଚନମଣ୍ଡଳୀର ଛେଣ୍ଡିପଦା ଅଞ୍ଚଳରେ ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ବେହେରା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିବା ସହ ଗୁଣ୍ଡାଗର୍ଦ୍ଦି କରିବା ଘଟଣାକୁ କଠୋର ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଣମାଧ୍ୟମ ପ୍ରଶ୍ନର ପ୍ରତିକ୍ରିୟାରେ  ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ବିଧାୟକ ଜଣେ ଅସାମାଜିକ ତତ୍ତ୍ୱ ଭଳି ଲୋକଙ୍କୁ ମାରଧର କରିବା ଦୁର୍ଭାଗ୍ୟଜନକ । 

ଏହି ଘଟଣା ପ୍ରମାଣିତ କରୁଛି ଯେ ସେମାନେ କେଉଁ ପ୍ରକାର ଶାସନ ଚାହୁଁଛନ୍ତି ।  ଶାସନରେ ଥିବା ଲୋକମାନେ ବିଶେଷ କରି ନିର୍ବାଚିତ ପ୍ରତିନିଧିମାନେ ଯତ୍ନବାନ ହେବା ଦରକାର । ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ ଏବଂ ନିର୍ବାଚନ ଆୟୋଗଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ନେଇ ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସ୍ଥାନୀୟ ପ୍ରଶାସନ ଓ ନିର୍ବାଚନ ଆୟୋଗଙ୍କୁ ସେ ଅନୁରୋଧ କରୁଛନ୍ତି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଭୋଟରଙ୍କ ମଧ୍ୟରେ ପରିବର୍ତ୍ତନର ଲହର ଦେଖି ବିପକ୍ଷ ଦଳଙ୍କ ପାଦ ତଳୁ ମାଟି ଖସି ଗଲାଣି । ସେମାନେ ହିଂସ୍ର ହୋଇଉଠିଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଏହାର ଜବାବ ଲୋକେ ଭୋଟରେ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Sponsored
ବିଜେଡି ବିଧାୟକ ଅସାମାଜିକ ତତ୍ତ୍ୱ ଭଳି ମାରଧର କରିବା ଦୁର୍ଭାଗ୍ୟଜନକ : କେନ୍ଦ୍ରମନ୍ତ୍ରୀ | Argus News