ମଙ୍ଗଳବାର ମାଡ଼ ଖାଇଲା ଛାଡ଼ଖାଇ , କାଲି ପାଇଁ ସଜବାଜ ହେଲେଣି ଆମିଷ ବେପାରୀ

ଅର୍ଗସ ବ୍ୟୁରୋ : ସରିଛି କାର୍ତ୍ତିକ ବ୍ରତ । ମାସେ ଧରି ବ୍ରତ କରିବା ପରେ ଏବେ ଜିଭ ଆଉ ବୋଲ ମାନୁନି । ଆମିଷ ଖାଇ ଛାଡ଼ ପାଳୁଛନ୍ତି ରାଜଧାନୀବାସୀ । କିନ୍ତୁ ମଙ୍ଗଳବାରେ ଛାଡ଼ଖାଇ ପଡ଼ିଥିବାରୁ ଆମିଷ ବେପାର ଟିକିଏ ମାନ୍ଦା ପଡିଛି । ଭୁବନେଶ୍ବର ୟୁନିଟ 4 ମାର୍କେଟରେ ଭିଡ଼ କମ ଥିଲେ ମଧ୍ୟ ବିଭିନ୍ନ ଆମିଷ ଦୋକାନରେ ଭଳିକି ଭଳି ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଦେଖିବାକୁ ମିଳୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଛି ମଟନ, ଚିକେନ୍ ଆଉ ସି ଫୁଡ଼ ।
ଅଧିକ ପଢନ୍ତୁ : ସରିଲା କାର୍ତ୍ତିକ, ଆଜି ଛାଡଖାଇ
କାଲି ବୁଧବାର । ଆମିଷ ଖାଇବାର ଦିନ । ତେଣୁ ଛାଡ଼ଖାଇ ପାଳିବାକୁ ଲୋକେ ମନ ବଳାଇଥିବା ବେଳେ ଆମିଷ ବେପାରୀ ମଧ୍ୟ ସଜବାଜ ଆରମ୍ଭ କରିଦେଲେଣି । ତେବେ ଛାଡ଼ଖାଇ ପାଇଁ ଆମିଷ ଦର ମଧ୍ୟ ଉଚ୍ଚା ରହିଛି । ରୋହି ଭାକୁର କେଜି ପ୍ରତି ୨୦୦ଟଙ୍କା, ମାଗୁର ମାଛ କେଜି ପ୍ରତି ୩୦୦ ଟଙ୍କା, ସାମୁଦ୍ରିକ ମାଛ ଦାମ କେଜି ପ୍ରତି ୪୦୦ ଟଙ୍କା, ଦେଶୀ ଓ ସମୁଦ୍ର କଙ୍କଡା କେଜି ପ୍ରତି ୬୦୦ରୁ ୧୪୦୦ ଟଙ୍କା ।
📱 Get Argus News App
✨ସେହିପରି, ଚିଙ୍ଗୁଡ଼ି କେଜି ପ୍ରତି ୪୦୦ରୁ ୮୦୦ ଟଙ୍କା, ମଟନ କେଜି ପ୍ରତି ୭୫୦ରୁ ୯୦୦ ଟଙ୍କା ଓ ଚିକେନ କେଜି ପ୍ରତି ୨୨୦ରୁ ୫୦୦ ଟଙ୍କାରହିଛି । ସେହିପରି ଆଜି ଫିକା ପଡିଛି ଛାଡ଼ ବଜାର । କିନ୍ତୁ କାଲି ବୁଧବାର ଥିବାରୁ ବ୍ୟବସାୟଙ୍କ ସହ ଗ୍ରାହକ ମଧ୍ୟ ପ୍ରସ୍ତୁତ । କାଲି ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ ।